ବସ୍ତିବାସିନ୍ଦାଙ୍କୁ ପ୍ରଲୋଭନ ଦେଖାଇ ବିଜେଡି ପାଇଁ ଭୋଟ ମାଗୁଛନ୍ତି ସରକାରୀ ଅଧିକାରୀ

ସରକାରୀ ଅଫିସରଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହେଲା ବିଜେପି
ବସ୍ତିବାସିନ୍ଦାଙ୍କୁ ପ୍ରଲୋଭନ ଦେଖାଇ ବିଜେଡି ପାଇଁ ଭୋଟ ମାଗୁଛନ୍ତି ସରକାରୀ ଅଧିକାରୀ

ଭୁୁବନେଶ୍ୱର, ତା.୨୬/୦୩: ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ନାଁରେ ମିଥ୍ୟା ପ୍ରଲୋଭନ ଦେଖାଇ ଭୋଟ ମଗାଯାଉଛି । ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ବି ବିଜେଡି ନିଶା ଛାଡିନି ରାଜ୍ୟସରକାରଙ୍କ ଅଫିସରମାନଙ୍କୁ । ବସ୍ତି ବାସିନ୍ଦାଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ଆଦିବାସୀ ପଡିଆରେ ଥଇଥାନ କରିଦେବେ ବୋଲି ପ୍ରତିଶୃତି ଦେଉଛନ୍ତି । ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଘଂନ କରୁଛି । ଏହାର ପ୍ରତିବାଦରେ ନିର୍ବାଚନ ପ୍ରକୋଷ୍ଠ ଏବଂ ଆଇନ ପ୍ରକୋଷ୍ଠର ସଦସ୍ୟ ଆଇନଜୀବୀ ରବିଶଙ୍କର ପଟ୍ଟନାୟକ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ରାଜ୍ୟ ସରକାରଙ୍କର ସାଧାରଣ ପ୍ରଶାସନ (ଭୂସଂପତି ବିଭାଗ) ଅଫିସର ସୁଶାନ୍ତ ଦାସ ଗତ ୨୪ ତାରିଖ ଦିନ ଏକ କାର୍ଯ୍ୟକ୍ରମରେ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖୋଲା ଖୋଲି ଭାବେ ଉଲ୍ଲଘଂନ କରିଛନ୍ତି । ଭୁବନେଶ୍ୱର ଝରଣା ବସ୍ତି ଏବଂ ତତି ବସ୍ତିର ବାସୀନ୍ଦାମାନଙ୍କୁ ଥଇଥାନ କରିବା ପାଇଁ ଆଦିବାସୀ ପଡିଆରେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାର ବ୍ୟବସ୍ଥା କରିଛନ୍ତି । ମାର୍ଚ୍ଚ ୨୫ ତାରିଖ ଦିନ ସେ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ଭାବେ ଶାସକ ଦଳ ବିଜେଡି ପାଇଁ ପ୍ରଚାର କରୁଛନ୍ତି ଏବଂ ଭୋଟ ଭିକ୍ଷା କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ସୁଶାନ୍ତ ଦାସଙ୍କ ଭଳି ଅ‘ିସରମାନେ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ଏହି ଦାୟୀତ୍ୱ ମିଳିଛି । ଆଗାମୀ ସାଧାରଣ ନିର୍ବାଚନରେ ଏହି ଅ‘ିସରମାନେ ସରକାରୀ କଳ ପାଇଁ କାର୍ଯ୍ୟ କରିବେ । ତୁରନ୍ତ ଏହି ଅ‘ିସରମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ  ବିଜେପିର ଏହି ପ୍ରତିନିଧୀ ଦଳ ଦାବି କରିଛି । ଆଗାମୀ ନିର୍ବାଚନକୁ ମୁକ୍ତ, ଅବାଧ ଏବଂ ନିରପେକ୍ଷ କରିବା ପାଇଁ ବିଜେପି ପକ୍ଷରୁ ଦାବି ହୋଇଛି ।
ଏହି ପ୍ରତିନିଧୀ ଦଳରେ ନିର୍ବାଚନ ପ୍ରକୋଷ୍ଠର ସଦସ୍ୟ ଆଇନଜୀବୀ ଶ୍ରୀ ବିଜୟ ସିଂହ, ଶ୍ରୀ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Comments