କାଳିଆ ଯୋଜନାରେ ବିଜୁ ଜନତା ଦଳର ମିଛ ଅଭିଯୋଗ ପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଚୁପ ରହିବା ପ୍ରସଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଶାସକ ବିଜେଡିର ଏଜେଂଟ ଭଳି କାମ କରୁଛନ୍ତି :ବିଜେପି
୍ଡ କାଳିଆ ଯୋଜନାରେ ଟଙ୍କା ଦେବାପାଇଁ ମୁଖ୍ୟ ନର୍ବାଚନ ଅଧିକାରୀ ରୋକ୍ ଲଗାଇଛନ୍ତି ନା ନାହିଁ ସେ ସର୍ମ୍ପକରେ ସୁରେନ୍ଦ୍ର କୁମାର କାହିଁକି ଚୁପ ରହୁଛନ୍ତି ?
୍ଡ ଦଳୀୟ ଆଭିମୁଖ୍ୟ ରଖି ଶାସକ ଦଳ ସହ ଭିତିରି ବୁଝାମଣା ମାଧ୍ୟମରେ ବିଜେପିକୁ ରାଜନୈତିକ କ୍ଷତି ଓ ଶାସକ ବିଜେଡିକୁ ରାଜନୈତିକ ଲାଭ ପହଁଚାଇବା ପାଇଁ କାମ କରୁଥିବାରୁ ଏପରି ସନ୍ଧିଗ୍ଧ ବ୍ୟକ୍ତିଙ୍କର ମୁଖ୍ୟ ନର୍ବାଚନ ଅଧିକାରୀ ଭଳି ଗୁରୁତ୍ୱପୂର୍ଣ ପଦବୀରେ ବସିବାର କୌଣସି ନୈତିକ ଅଧିକାର ନାହିଁ
୍ଡ ବିଜେପି ନୂଆଦିଲ୍ଲୀରେ ମୁଖ୍ୟ ନର୍ବାଚନ କମିଶନଙ୍କୁ ସାକ୍ଷାତ କରି ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ତୁରନ୍ତ ବରଖାସ୍ତ କରିବା ପାଇଁ ଦାବି ଜଣାଇବ
ଭୁବନେଶ୍ୱର,ତା.୨୭/୦୩: ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଶାସକ ବିଜୁ ଜନତା ଦଳର ଏଜେଂଟ ଭଳି କାମ କରୁଛନ୍ତି । ନିର୍ବାଚନର ଆଇନଗତ ଦିଗ ଓ ନୀତି ନିୟମକୁ କଡାକଡି ଭାବେ ଲାଗୁ କରିବା ଦାୟିତ୍ୱରେ ଥିବା ସୁରେନ୍ଦ୍ର କୁମାର ବିଜେଡିକୁ ସୁହାଇବା ଭଳି ଷଡଯନ୍ତ୍ର ରଚି ବିଜେପି ବିରୋଧରେ କାମ କରୁଥିବା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଲାଣି । ଏ ସର୍ମ୍ପକରେ ବିଜେପି ନୂଆଦିଲ୍ଲୀରେ ମୁଖ୍ୟ ନର୍ବାଚନ କମିଶନଙ୍କୁ ସାକ୍ଷାତ କରି ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ତୁରନ୍ତ ବରଖାସ୍ତ କରିବା ପାଇଁ ଦାବି ଜଣାଇବ ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ।
କାଳିଆ ଯୋଜନାରେ ରାଜ୍ୟର ଚାଷୀମାନଙ୍କ ପାଖରେ ଟଙ୍କା ନପହଁଚିବା ପଛରେ ବିଜେପି ଚାପରେ ମୁଖ୍ୟ ନର୍ବାଚନ ଅଧିକାରୀ ଟଙ୍କା ଦେବା ଉପରେ ରୋକ ଲଗାଇଥିବା ବିଜେଡି ପ୍ରଚାର କରୁଛି । ଗତକାଲି ଗଣମାଧ୍ୟମର ପ୍ରତିନିଧି ମାନେ କାଳିଆ ଯୋଜନାକୁ ବନ୍ଦ କରିବା ନେଇ ମୁଖ୍ୟ ନର୍ବାଚନ ଅଧିକାରୀଙ୍କ ସ୍ପଷ୍ଟୀକରଣ ମାଗିବା ବେଳେ ସେ ଉତର ନଦେଇ ଚୁପ୍ ରହିବା ଗଣମାଧ୍ୟମ ପ୍ରକାଶ କରିଛି । କାଳିଆ ଯୋଜନାରେ ଟଙ୍କା ଦେବାପାଇଁ ମୁଖ୍ୟ ନର୍ବାଚନ ଅଧିକାରୀ ରୋକ୍ ଲଗାଇଛନ୍ତି ନା ନାହିଁ ସେ ସର୍ମ୍ପକରେ ସୁରେନ୍ଦ୍ର କୁମାର କାହିଁକି ଚୁପ ରହୁଛନ୍ତି । ଯଦି ରୋକ ଲଗାଇଛନ୍ତି ତାହାହେଲେ କେଉଁ ନର୍ବାଚନୀ ଆଚରଣ ବିଧି ନିୟମ ଆଧାରରେ ଲଗାଇଛନ୍ତି ଏହା ସ୍ପଷ୍ଟକରିବା ମୁଖ୍ୟ ନର୍ବାଚନ ଅଧିକାରୀଙ୍କ ସାମ୍ବିଧାନିକ ଦାୟିତ୍ୱ । ଯଦି ରୋକ ଲଗାଇ ନାହାନ୍ତି ତାହାହେଲେ ତାଙ୍କର କାଳିଆ ଯୋଜନା ନେଇ ଆଭିମୁଖ୍ୟ ସ୍ପଷ୍ଟ କରୁନାହାନ୍ତି କାହିଁକି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେଡି ସହ ଭିତିରି ହାତ ମିଳାଇ କାଳିଆ ଯୋଜନାରେ ରାଜ୍ୟ ସରକାରଙ୍କ ବି‘ଳତାକୁ ଲୁଚାଇ ଶାସକ ବିଜେଡି ଦଳକୁ ରାଜନୈତିକ ଲାଭ ପାଇଁ ଏହା ସୁରେନ୍ଦ୍ର କୁମାରଙ୍କର ସୁଚିନ୍ତିତ ଷଡଯନ୍ତ୍ର, ଏହା ବିଜେପିର ସ୍ପଷ୍ଟ ମତ ।
ଦଳୀୟ ଆଭିମୁଖ୍ୟ ରଖି ଶାସକ ଦଳ ସହ ଭିତିରି ବୁଝାମଣା ମାଧ୍ୟମରେ ବିଜେପିକୁ ରାଜନୈତିକ କ୍ଷତି ଓ ଶାସକ ବିଜେଡିକୁ ରାଜନୈତିକ ଲାଭ ପହଁଚାଇବା ପାଇଁ କାମ କରୁଥିବାରୁ ଏପରି ସନ୍ଧିଗ୍ଧ ବ୍ୟକ୍ତିଙ୍କର ମୁଖ୍ୟ ନର୍ବାଚନ ଅଧିକାରୀ ଭଳି ଗୁରୁତ୍ୱପୂର୍ଣ ପଦବୀରେ ବସିବାର କୌଣସି ନୈତିକ ଅଧିକାର ନାହିଁ । ଏଥିପାଇଁ ବିଜେପି ନୂଆଦିଲ୍ଲୀରେ ମୁଖ୍ୟ ନର୍ବାଚନ କମିଶନଙ୍କୁ ସାକ୍ଷାତ କରି ଓଡିଶାର ମୁଖ୍ୟ ନର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ତୁରନ୍ତ ବରଖାସ୍ତ କରିବା ପାଇଁ ଦାବି ଜଣାଇବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ପୂର୍ବରୁ ବିଜେଡିର କାଳିଆ ଯୋଜନା ବନ୍ଦକୁ ନେଇ କରିଥିବା ମିଥ୍ୟା ଅଭିଯୋଗର ଜବାବରେ ବିଜେପିରେ ଏକ ପ୍ରତିନିଧୀ ଦଳ ମୁଖ୍ୟ ନିର୍ବାଚନ ଅଧୀକାରଙ୍କ ପାଖରେ କାଳିଆ ଯୋଜନାକୁ କିଏ ବନ୍ଦ କରିଛି ତାହାର ଜବାବ କାହିଁକି ମୁଖ୍ୟ ନିର୍ବାଚନ ଅଧୀକାରୀ ଦେଉନାହାନ୍ତି ସେ ସର୍ମ୍ପକରେ ଏକ ଦାବି ପତ୍ର ଦିଆଯାଇଥିଲା ।
ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ଆଇନଜୀବୀ ଜୟନ୍ତ ଜେନା ଓ ସତ୍ୟବ୍ରତ ନାୟକ ଏବଂ ଯୁବମୋର୍ଚ୍ଚା ଉପସଭାପତି ସିକନ୍ଦର ଅଲ୍ଲୀ ପ୍ରମୁଖ ସାମିଲ ଥିଲେ ।
Comments
Post a Comment