ସିମିଳା: ରବିବାର ଦିନ ସକାଳେ ସିମିଳା ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶାଖା ଉପରେ କମ୍ୟୁନିଷ୍ଟ ଗୁଣ୍ଡାମାନେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସଂଘର ବିଭାଗ ପ୍ରଚାରକଙ୍କ ସହିତ ସଂଘର ସ୍ୱୟଂସେବକମାନେ ଆହତ ହୋଇଥିଲେ । ଏହିଭଳି ଜଘନ୍ୟ କାଣ୍ଡ ଘଟାଇ ଆକ୍ରମଣକାରୀମାନେ ଶାନ୍ତ ହେଲେ ନାହିଁ । ସେମାନେ ପାଖରେ ଥିବା ବିବି ହଷ୍ଟେଲରେ ପହଂଚି ଏଠାରେ ରହୁଥିବା ଏବିଭିପିର କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ମରଣାନ୍ତ୍ରକ ଆକ୍ରମଣ କରିଥିଲେ । କମୁନିଷ୍ଟ ଗୁଣ୍ଡାମାନଙ୍କ ଆକ୍ରମଣରେ ଆହତ ହୋଇଥିବା ସ୍ୱୟଂସେବକ ଓ ବିଦ୍ୟାଥି ପରିଷଦର କାର୍ଯ୍ୟକର୍ତମାନଙ୍କୁ ତୁରନ୍ତ ଆଇଜିଏମ୍ସି ମେଡିକାଲରେ ଭର୍ତି କରାଯାଇଛି । ଏବେ ସେମାନଙ୍କ ଅବସ୍ଥା ଗୁରୁତ୍ୱର ବୋଲି ଡାକ୍ତର ପ୍ରକାଶ କରିଛନ୍ତି ।

ଆକ୍ରମଣକାରୀମାନେ ଏହି ଷଡଯନ୍ତ୍ର ବହୁ ଆଗରୁ ରଚନା କରିଥିଲା । ସେଦିନ ହଠାତ୍ ସକାଳୁ ଶାଖା ଲାଗୁଥିବା ସ୍ଥାନରେ ୫୦ରୁ ଅଧିକ କମ୍ୟୁନିଷ୍ଟ ଗୁଣ୍ଡାମାନେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଦଳବଦ୍ଧ ହୋଇ ପହଂଚି କ୍ରିକେଟ ଖେଳିବା ବାହାନାରେ ସ୍ୱୟଂସେବକମାନଙ୍କ ଉପରେ ଆକ୍ରମଣ କରିଥିଲେ । ସକାଳ ୫ ଘଟିକାରେ ହୋଇଥିବା ଏହି ଆକ୍ରମଣରେ ୧୨ ଜଣରୁ ଅଧିକ ସ୍ୱୟଂସେବକ ଗୁରୁତ୍ୱର ଭାବେ ଆହତ ହୋଇଛନ୍ତି ।

କମ୍ୟୁନିଷ୍ଟ ବା ଏସ୍ ଏଫ୍ ଆଇ ର ଇତିହାସ ରକ୍ତ ରଂଜିତ । ଏହାର ପୁନରାବୃତ୍ତି ସମୟ ସମୟରେ ଦେଖିବାକୁ ମିଳେ । ବାମପନ୍ଥୀମାନେ ଅନ୍ୟ ବିଚାରଧାରାର ଲୋକମାନଙ୍କୁ ଜୀବନରେ ମାରି ନିଜର କ୍ଷମତା ଜାହିର କରନ୍ତି ।
ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟର ସାଧାରଣ ବିଦ୍ୟାର୍ଥିମାନେ ବାମପନ୍ଥୀମାନଙ୍କର ଏହି ଚେହେରା ସହିତ ଭଲଭାବରେ ପରିଚିତ । ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥି ପରିଷଦ ନିଜର ଆନ୍ଦୋଳନ ଓ ରଚନାତ୍ମକ କାର୍ଯ୍ୟ ଦ୍ୱାରା ଛାତ୍ରମାନଙ୍କ ମଧ୍ୟରେ ରାଷ୍ଟ୍ରବାଦ ଭାବନା ମଜବୁତ କରିଛି । ବିଦ୍ୟାର୍ଥି ପରିଷଦ ଉପରେ ବିଦ୍ୟାର୍ଥିମାନଙ୍କର ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରୁ ସହରୀ ନକସଲମାନେ ଏହାକୁ ହଜମ କରି ପାରୁନାହାଁନ୍ତି । ବାମପନ୍ଥୀମାନେ ଏବିଭିପିର ଶକ୍ତି ବୃଦ୍ଧିକୁ ସହି ନପାରି କ୍ରିକେଟ ଖେଳିବା ଆଳକରି ସକାଳ ୫ ଘଟିକାରେ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶାଖା ଏବଂ ଏହାପରେ ଛାତ୍ରାବାସରେ ରହୁଥିବା ବିଦ୍ୟାର୍ଥି ପରିଷଦ କାର୍ଯ୍ୟକର୍ତାମାନଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରମାଣ କରୁଛି ଯେ, ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରେ ବାମପନ୍ଥୀ ବିଚାରଧାକକୁ ପ୍ରତ୍ୟାଖ୍ୟାତ କରାଯାଇଛି ।
ଏହି ଘଟଣାରେ ପୋଲିସ ମାମଲା ଦର୍ଜକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅନ୍ୟ ପକ୍ଷରେ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ଯେ, ଏହା ପଶ୍ଚିମବଙ୍ଗ କି କେରଳ ନୁହେଁ । ପ୍ରଦେଶରେ ଏପରି କୌଣସି ହିଂସାତ୍ମକ ଘଟଣାକୁ ପ୍ରସୟ ଦିଆଯିବ ନାହିଁ । ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
Comments
Post a Comment