ଅରୁଣାଚଳ ପ୍ରଦେଶ ନଥିବା ୩୦ ହଜାର ମାନଚିତ୍ରକୁ ନଷ୍ଟ କଲା ଚୀନ



ଡ଼ୋଶୀ ରାଷ୍ଟ୍ର ଚୀନ ସର୍ବଦା ତା’ର ଲୋଲୁପ ଦୃଷ୍ଟି ଅନ୍ୟ ଦେଶ ଉପରେ ପକାଇଥାଏ  । ସେ ସର୍ବଦା ତା’ର ସୀମାର ଆୟତନକୁ ବିସ୍ତାର କରିବାରେ ବିଶ୍ୱାସ କରିଥାଏ  । ଏହି ମର୍ମରେ ଭାରତର ଅରୁଣାଚଳ ପ୍ରଦେଶ ଓ ତାଇୱାନକୁ ଚୀନ ତା’ର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଦୀର୍ଘ ଦିନ ହେଲା ଦାବି କରିଆସୁଛି  । ମାତ୍ର ସତ କେତେବେଳେ ବି ଲୁଚି ରହେନା ନୀତିରେ ଏବେ ତା’ର ଦେଶର ଏକ ଛାପାଖାନା ସତକୁ ପଦାକୁ ଆଣିଛି  । ଏହି ଛାପାଖାନାରେ ମୁଦ୍ରଣ କରାଯାଇଥିବା ଚାଇନା ମାନଚିତ୍ରରେ ଅରୁଣାଚଳପ୍ରଦେଶ ନାହିଁ  । ଏଥିରେ କ୍ଷୁବ୍ଧ ହୋଇ ଏଭଳି ୩୦ ହଜାର ମାନଚିତ୍ରକୁ ଚୀନ ସରକାର ନଷ୍ଟ କରିଦେଇଛନ୍ତି । ପ୍ରକାଶ୍ୟ ଯେ, ଅରୁଣାଚଳ ପ୍ରଦେଶକୁ ଭାରତ ତା’ର ଅଂଶବିଶେଷ ବୋଲି କହିଆସିଛି  । ଏଣୁ ଚୀନର ଧମକକୁ ଖାତିର ନକରି ଭାରତୀୟ ନେତା ଅନେକ ସମୟରେ ଅରୁଣାଚଳ ପ୍ରଦେଶ ଗସ୍ତ କରିଥାନ୍ତି  । ଭାରତ ଓ ଚୀନ ମଧ୍ୟରେ ୩,୪୮୮ ବର୍ଗ କିଲୋମିଟର ଲମ୍ବର ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍ଏସି) ରହିଛି  । ମାତ୍ର ଚୀନ ଏହାକୁ ମାନନୁଥିବାରୁ ଉଭୟ ଦେଶ ମଧ୍ୟରେ ଦୀର୍ଘ ବର୍ଷରୁ ସୀମା ବିବାଦ ଲାଗି ରହିଛି ଓ ଏହାର ସମାଧାନ ଲାଗି ଉଭୟ ପକ୍ଷଙ୍କ ମଧ୍ୟରେ ୨୧ ଥର ଉଚ୍ଚସ୍ତରୀୟ ବୈଠକ ହୋଇସାରିଲାଣି  । କିନ୍ତୁ ଚୀନର ଜିଦ୍ଖୋର ମନୋବୃତ୍ତି ଯୋଗୁଁ ସମସ୍ତ ବୈଠକରେ କୌଣସି ସମାଧାନ ହୋଇପାରି ନାହିଁ  । ତେବେ ଉକ୍ତ ଛାପାଖାନାଟିରେ ଭୁଲ୍ ମାନଚିତ୍ର ମୁଦ୍ରଣ ହେବା ପରେ ଚୀନ କର୍ତ୍ତୃପକ୍ଷ ଚିନ୍ତିତ ହୋଇପଡ଼ିଥିଲେ  ।
ଅରୁଣାଚଳ ପ୍ରଦେଶ ନଥିବା ୩୦ ହଜାର ମାନଚିତ୍ରକୁ ନଷ୍ଟ କଲା ଚୀନ

Comments