ହିନ୍ଦୁ ନବବର୍ଷ ପ୍ରସ୍ତୁତି ସଭା


କଟକ, ୨୬ା୦୩  : ସୃଷ୍ଟିର ଆରମ୍ଭ ଦିବସ ଚୈତ୍ରପ୍ରତି ଦ ହିନ୍ଦୁ ନବବର୍ଷକୁ ତିଥି ଅନୁଯାୟୀ ଆସନ୍ତା ଅପ୍ରିଲ୍ ୬ତାରିଖ ଦିନ ସମସ୍ତ ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ମହା ଆଡମ୍ବରରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ସଭା ଓ ସାମ୍ବାଦିକ ସମ୍ମିଳନୀୀ ମୋହନ ମଣ୍ଡପ ଠାରେ ଶିବେନ୍ଦ୍ର ହାତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ବିଶ୍ୱହିନ୍ଦୁ ପରିଷଦ ସଭାପତି ଶ୍ରୀ ଭାଗବତ ସାହୁ କହିଥିଲେ ଯେ, ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ସର୍ଜନା ସହିତ ଚୈତ୍ର ଶୁଳ୍ପ ପ୍ରତି ଦ ତିଥିରେକାଳକ୍ରମେ ଶ୍ରୀରାମଙ୍କ ରାଜ୍ୟଭିଷେକ, ବିକ୍ରମ ସମ୍ବତ ଆରମ୍ଭ, ବାସନ୍ତୀଙ୍କ ଦୁର୍ଗାପୂଜା ଆରମ୍ଭ ଛତ୍ରପତି ଶିବାଜୀଙ୍କ ରାଜ୍ୟଭିଷେକ, ଦେଶଭକ୍ତ ଡ. କେଶବ ବଳରାମଙ୍କ ଜନ୍ମଦିନ ପାଳନ ହେଉଅଛି । ହିନ୍ଦୁ ନବବର୍ଷ ମହୋତ୍ସବ ସଭାପତି ଦେବାଷିଷରାୟ ହିନ୍ଦୁ ନବବର୍ଷକୁ ସ୍ୱାଗତ କରିବ।।ପଇଁ ସମସ୍ତ ପୂଜା କମିଟି ନିଜ ବଜାରରେ ଗୌରବ ପତାକା ସହିତ ଅଭିନନ୍ଦନ ବ୍ୟାନର ଲଗାଇବାପାଇଁ ଅନୁରୋଧ କରିଥିଲେ । ତେଲେଗୁ ସମାଜର କୈଳାଶ ଗଜଲ ଗୌର, ପ୍ରସାଦ ନାଇଡୁ, ବିଶ୍ୱ ହିନ୍ଦୁ ପରିଷଦର ପ୍ରଶାନ୍ତ ପଣ୍ଡା, ବିଶ୍ବରଞ୍ଜନ ଦେବତା, ଚିରଞ୍ଜିବୀ ବେହେରା, ଦୁର୍ଗା ବାହିନୀର ସ୍ୱପ୍ନା ମହାପାତ୍ର, ସିଗ୍ଧା ବିଶ୍ୱାଳ, ଶାନ୍ତିଲତାସେଠୀ ପ୍ରମୁଖ ଯୋଗଦେଇଥିଲେ ।

Comments