ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲା ବିଜେପି ପ୍ରତିନିଧୀ ଦଳ

ପୂର୍ବତନ ଆନନ୍ଦପୁରର ବ୍ଲକ ଚେୟାରମ୍ୟାନ ରାମଚନ୍ଦ୍ର ବେହେରାଙ୍କୁ ହତ୍ୟା ଘଟଣଆରେ ଶାସକ ଦଳର ସଂପୃକ୍ତି ଥିବା ପ୍ରସଙ୍ଗ

ଭୁବନେଶ୍ୱର,ତା.୨୮/୦୩: ଗତ ସୋମବାର ୨୫ ତାରିଖ ରାତିରେ ଘଷିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ଆନନ୍ଦପୁରର ବ୍ଲକ ଚେୟାରମ୍ୟାନ ସ୍ୱର୍ଗତଃ ରାମଚନ୍ଦ୍ର ବେହେରାଙ୍କୁ ତାଙ୍କ ଘର ସାମନାରେ ଅତି ବୀଭତ୍ସ ଭାବେ ହତ୍ୟା କରିବା ଘଟଣାରେ ଶାସକ ବିଜେଡି ଦଳର ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁ୍ଅ ଦେବପ୍ରିୟ ପାତ୍ର ଏବଂ କିଛି ବିଜେଡି କର୍ମୀଙ୍କ ସଂପୃକ୍ତି ରହିଛି । ରାମଚନ୍ଦ୍ର ବେହେରାଙ୍କୁ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ପୃଷ୍ଟିଙ୍କ ସ୍ୱାମୀ ରଣଜିତ ପୃଷ୍ଟି ଓ ସ୍ଥାନୀୟ ବିଜୁ ଯୁବ ବାହୀନିର ମୁଖିଆର ସଞ୍ଜୀବ ପୃଷ୍ଟି ଓରଫ ଟିଲୁ ଏବଂ ତାଙ୍କର ସହଯୋଗୀ ହତ୍ୟା କରିଛନ୍ତି ।  ଏମାନେ ସମସ୍ତେ ସ୍ଥାନୀୟ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବପ୍ରିୟ ପାତ୍ରଙ୍କ ଏକାନ୍ତ ନିଜର । ଆଖି ଆଗରେ ବାପାଙ୍କ ହତ୍ୟା ଦେଖି ମ୍ରିୟମାଣ ହୋଇପଡିଥିବା ଝିଅ ମୀନାରାଣୀ ବେହେରା ଯେଭଳି ଭାବରେ ମିଡିଆ ସାମନାରେ ତଥା ପୁଲିସ ଏତଲାରେ ଏଭଳି ସଙ୍ଗୀନ ଆରୋପ ଲଗାଇଛନ୍ତି । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ ସିବିଆଇକୁ ଦିଆଯିବା ସହ ଅଭିଯୁକ୍ତମାନଙ୍କର ମୋବାଇଲ କଲ ରେକର୍ଡକୁ ଯାଂଚ କରିବା ଦାବି ନେଇ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛି ।
ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଏବଂ ତାଙ୍କ ପୁଅ ଦେବପ୍ରିୟ ପାତ୍ର ଓ ସେମାନଙ୍କ ସହେଯାଗୀଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କୁ ତଦନ୍ତ ପରିସରଭୃକ୍ତ କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
୨୦୧୯ ନିର୍ବାଚନ ଆରମ୍ଭ ପୂର୍ବରୁ ବିଜେଡି ରକ୍ତମୁଖା ସାଜିଛି । ଘସିପୁରା ନିର୍ବାଚନ ମଣ୍ଡଳୀରେ ବିଜେଡି ଜିଲ୍ଲା ପରିଷଦଙ୍କ ସ୍ୱାମୀ , ବିଜୁ ଯୁବ ବାହିନୀର ସଭାପତି , ମନ୍ତ୍ରୀଙ୍କ ପୁଅ  ଏବଂ ସ୍ୱୟଂ ବଦ୍ରିନାରାୟଣ ପାତ୍ର ଏମାନେ ଆଗରୁ ଅନେକ ଗୁଣ୍ଡାଗର୍ଦ୍ଦି କରିଛନ୍ତି ତାହା ପୂର୍ବରୁ ରାଜ୍ୟବାସୀ ଦେଖିଛନ୍ତି । ଆଗାମୀ ଦିନରେ ନିର୍ବାଚନ ପରିଚାଳନା ପାଇଁ ଡିଜି ପୋଲିସ କେଉଁଭଳି ସର୍ତକତା ଅବଲମ୍ବନ କରିବେ ଏବଂ କେଉଁଭଳି ସ୍ଥାନୀୟ ଥାନା ଗୁଡିକୁ ସଜାଗ କରିବେ ଓ ତାହାକୁ କିଭଳି ସୁଚାରୁରୂପେ ପରିଚାଳନା କରିବେ, ସେନେଇ ପ୍ରତିନିଧୀ ଦଳ ମହାନିର୍ଦ୍ଦେଶଙ୍କୁ ଭେଟି ଅବଗତ କରାଇଛି । ପୋଲିସ ନିରପେକ୍ଷତା ଅବଲମ୍ବନ କରି ଏହି ହତ୍ୟାକାଣ୍ଡର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ବିଜେପି ପ୍ରତିନିଧି ଦଳ  ପୋଲିସ ମହାନିର୍ଦ୍ଦେଶକ ପାଖରେ ଦାବି କରିଛି ।
ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଂଜିତ ଦାସ, ଆଇନଜୀବୀ ଶ୍ରୀ ଜୟନ୍ତ ଜେନା ଏବଂ ଘଷିପୁରା ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ କୁଅଁର, ଶ୍ରୀମନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ ।

Comments