ଭାରତ ବିଶ୍ୱର ଚତୁର୍ଥ ଅନ୍ତରୀକ୍ଷ ମହାଶକ୍ତି


ନୂଆଦିଲ୍ଲୀ, ୨୭ା୩: ଭାରତ ଅନ୍ତରୀକ୍ଷ ମହାଶକ୍ତି ପାଲିଟିଛି । ଆଜି ଡିଆରଡିଓ ପକ୍ଷରୁ ବିକଶିତ ଆଂଟି ସାଟେଲାଇଟ୍ ମିସାଇଲ୍ (ଏ-ସ୍ୟାଟ୍ ମିସାଇଲ)ର ସଫଳତା ପୂର୍ବକ ପରୀକ୍ଷଣ ପରେ ନୂତନ ଇତିହାସ ରଚନା ହୋଇଛି । ପୃଥିବୀଠାରୁ ୩୦୦ କିଲୋମିଟର ଦୂରରେ ଥିବା ଲୋ ଅର୍ଥ ଆରବିଟ୍ରେ ସ୍ଥାପିତ ଏକ କୃତିମ ଉପଗ୍ରହକୁ ଏସ୍ୟଶଟ୍ ମିସାଇଲ୍ ଜରିଆରେ ଧ୍ୱଂସ କରାଯାଇଛି । ଏପରି ବିରଳ ସଫଳତା ହାସଲ କରିବାରେ ଭାରତ ହେଉଛି ବିଶ୍ୱର ଚତୁର୍ଥ ରାଷ୍ଟ୍ର । ପୂର୍ବରୁ କେବଳ ଆମେରିକା, ଋଷ ଓ ଚୀନ ପାଖରେ ଏହି ଆଂଟି ସାଟେଲାଇଟ୍ ମିସାଇଲ୍ ଥିଲା । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବାର୍ତା ଦେଇ କହିଛନ୍ତି ଦେଶ ଆଜି ଏକ ଅଭୂତପୂର୍ବ ସଫଳତା ହାସଲ କରିଛି । ବିଶ୍ୱର ଚତୁର୍ଥ ରାଷ୍ଟ୍ର ଭାବେ ଭାରତ ଏହି ସିଦ୍ଧି ପ୍ରାପ୍ତ କରିଛି । ଆମର ବୈଜ୍ଞାନିକମାନେ ପୃଥିବୀଠାରୁ ୩୦୦ କିଲୋମିଟର ଦୂରରେ ଥିବା ଲୋକ ଆର୍ଥ ଅର୍ବିଟ୍ରେ ସ୍ଥାପିତ ଏକ ଜୀବନ୍ତ ସାଟେଲାଇଟ୍କୁ ମାତ୍ର ୩ ମିନିଟ୍ ମଧ୍ୟରେ ଧ୍ୱଂସ କରାଯାଇଛି । ଭାରତୀୟ ବୈଜ୍ଞାନିକମାନଙ୍କ ଦ୍ୱାରା ବିକଶିତ ଆଂଟି- ସାଟେଲାଇଟ୍ ମିସାଇଲ୍ ଦ୍ୱାରା ଏହା ସମ୍ଭବ ହୋଇଛି । ଲୋ- ଅର୍ଥ ଅର୍ବିଟ୍ରେ ପୂର୍ବରୁ ଅବସ୍ଥାପିତ ଏକ ନିର୍ଦ୍ଧାରିତ ଲକ୍ଷ୍ୟକୁ ମାତ୍ର ୩ ମିନିଟ୍ ମଧ୍ୟରେ ଏହି ମିସାଇଲ୍ ଧ୍ୱଂସ କରିବାରେ ସଫଳ ହୋଇଛି । ‘ମିସନ ଶକ୍ତି’ ନାମରେ ନାମିତ ଏହି ଅପରେସନକୁ ସଫଳତାର ସହ ସମାପ୍ତ କରାଯାଇଛି । ଏହି ପରୀକ୍ଷଣ କୌଣସି ଆନ୍ତର୍ଜାତୀୟ ଚୁକତିର ଉଲ୍ଲଂଘନ କରୁନାହିଁ । ଦେଶର ୧୨୫କୋଟି ଜନତାଙ୍କ ସୁରକ୍ଷା ଲାଗି ଏହି ଆଂଟି - ସ୍ୟାଟଲାଇଟ୍ ମିସାଇଲ୍ ଉଦ୍ଦିଷ୍ଟ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଡିଆରଡିଓର ବୈଜ୍ଞାନିକ ଏବଂ ଗବେଷକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାରତ ଏକ ମହାକାଶ ଶକ୍ତି ଭାବେ ବହୁ ଉପଲବ୍ଧିର ଅଧିକାର ହୋଇଥିବା ସହ ଆଜି ଅନ୍ତରୀକ୍ଷ ମହାଶକତି ଭାବେ ପୃଥିବୀ ସାମ୍ନାକୁ ଆସିଛି ବୋଲି ସେ କହିଛନ୍ତି । ମହାକାଶ ଓ ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତ ଆଜି ଏକ ନୂଆ ଇତିହାସ ରଚିଛ

Comments