ରାୟଗଡା ଜିଲ୍ଲାର ଶ୍ରୀ ତ୍ରିନାଥ ପଣ୍ଡା ଏବଂ ବଲାଙ୍ଗିର ଜିଲ୍ଲାର ଶ୍ରୀ ରାକେଶ କୁମାର ମିଶ୍ର ଉପରୁ ଉଠିଲା ନିଲମ୍ବନ ଆଦେଶ
ଭୁବନେଶ୍ୱର,ତା.୨୮/୦୩: ବିଶୃଙ୍ଖଳା ଆଚରଣ କାରଣରୁ ଦଳରୁ ନିଲମ୍ବିିତ ହୋଇଥିବା ରାୟଗଡା ଜିଲ୍ଲାର ଗୁଣପୁରର ଶ୍ରୀ ତ୍ରିନାଥ ପଣ୍ଡା ଏବଂ ବଲାଙ୍ଗିର ଜିଲ୍ଲାର ଶ୍ରୀ ରାକେଶ କୁମାର ମିଶ୍ରଙ୍କୁ ବିଗତ ଦିନରେ କୌଣସି ଏକ ଘଟଣାରେ ନିଲମ୍ବନ କରାଯାଇଥିଲା । ଏହାପରେ ନିଜ ଭୁଲର ପରିତାପ କରିବା ସହ ପୁର୍ନବାର ଦଳରେ ଶୁଙ୍ଖଳିତଭାବେ କାର୍ଯ୍ୟ କରିଥିବାରୁ ଏମାନଙ୍କ ଉପରୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
Comments
Post a Comment