କରାଚୀ, ୨୭/୩ : ପାକିସ୍ତାନରେ ଅଳ୍ପସଂଖ୍ୟକ ହିନ୍ଦୁ ସୁରକ୍ଷିତ ନାହାନ୍ତି । କେତେବେଳେ ସେମାନଙ୍କ ଉପରେ ମୌଳବାଦୀମାନେ ଆକ୍ରମଣ କରୁଛନ୍ତି ତ ଆଉ କେତେବେଳେ ହିନ୍ଦୁ ନାବାଳିକାଙ୍କୁ ଅପହରଣ କରାଯାଇ ଜୋରଜବରସ୍ତ ଧର୍ମାନ୍ତରୀକରଣ କରାଯାଉଛି । ଗତ ୨୪ ତାରିଖରେ ପାକିସ୍ତାନର ସିନ୍ଧ ପ୍ରାନ୍ତରେ ୨ ଜଣ ହିନ୍ଦୁ ନାବାଳିକାଙ୍କ ଅପହରଣ କରାଯାଇ ବଳପୂର୍ବକ ଧର୍ମାନ୍ତରୀକରଣ କରାଯାଇଥି ଘଟଣାକୁ ସପ୍ତାହକ ନପୂରୁଣୁ ପୁଣି ଥରେ ସିନ୍ଧ ପ୍ରାନ୍ତରେ ଆଉ ଜଣେ ହିନ୍ଦୁ ନାବାଳିକାକୁ ଅପହରଣ କରି ବଳପୂର୍ବକୁ ତାଙ୍କୁ ଇସଲାମ ଧର୍ମରେ ଧର୍ମାନ୍ତରୀକରଣ କରାଯାଇଛି । ସିନ୍ଧପ୍ରାନ୍ତର ମେଧବାର ସମୁଦାୟର ୧୬ ବର୍ଷର ଏହି ହିନ୍ଦୁ ନାବାଳିକାକୁ କେତେକ ମୌଳବାଦୀ ଅପହରଣ କରିନେଇ ଜବରଦସ୍ତ ଇସଲାମ ଧର୍ମରେ ଧର୍ମାନ୍ତରୀକରଣ କରାଇଛନ୍ତି । ପ୍ରକାଶ୍ୟ ଯେ, ଗତ ୨୪ ତାରିଖ ପାକିସ୍ତାନର ସିନ୍ଧ ପ୍ରଦେଶର ଦହରିକ ନଗର ନିକଟସ୍ଥ ହାଫିଜ ସଲମାନ ଗ୍ରାମରେ ରହୁଥିବା ୨ ଜଣ ହିନ୍ଦୁ ନାବାଳିକା ରବୀନା (୧୩) ଓ ରୀନା (୧୫)ଙ୍କୁ ସେହି ଜିଲ୍ଲାର କେତେକ ପ୍ରଭାବଶାଳୀ ବ୍ୟକ୍ତି ଅପହରଣ କରିନେଇ ଜୋରଜବରଦସ୍ତ ସେମାନଙ୍କ ଧର୍ମ ପରିବର୍ତ୍ତନ କରାଇବା ସହ ମୁସଲିମ୍ ଯୁବକଙ୍କ ସହିତ ବିବାହ କରାଇଥିଲେ । ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଭାରତ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲା । ପରେ ଭାରତ ଚାପରେ ଗତ ୨୫ ତାରିଖରେ ଧର୍ମାନ୍ତରୀକରଣ କରାଇଥିବା ମୌଲବୀଙ୍କୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିର୍ଦ୍ଦେଶ ମୁତାବକ ଗିରଫ କରାଯାଇଥିଲା । ଏହାପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏନେଇ ପାକ୍ ହାଇକମିଶନରଙ୍କୁ ଜବାବ ତଲବ ମଧ୍ୟ କରିଥିଲେ । ମାତ୍ର ଉକ୍ତ ଦୁଇ ହିନ୍ଦୁ ନାବାଳିକା ପ୍ରାପ୍ତ ବୟସ୍କା ହୋଇଯାଇଥିବା ପାକିସ୍ତାନ ସଫେଇ ଦେବା ସହ ସେମାନଙ୍କୁ ସରକାରୀ ସୁରକ୍ଷାରେ ରଖଯାଇଛି ବୋଲି କହିଥିଲା । ମାତ୍ର ଏହା ସତ୍ତେ୍ୱ ପୁଣି ଥରେ ଜଣେ ହିନ୍ଦୁ ନାବାଳିକାକୁ ଧର୍ମାନ୍ତରୀକରଣ କରାଯିବା ଘଟଣା ଏବେ ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ କେତେ ସୁରକ୍ଷିତ ତାହା ସ୍ପଷ୍ଟ ପ୍ରମାଣିତ କରୁଛି

Comments
Post a Comment