ନୂଆ ପାକିସ୍ତାନର ଅସଲ ଚେହେରା


କରାଚୀ,୨୪ା୩ : ଇମ୍ରାନ୍ ଖାନ୍ଙ୍କ ପ୍ରସ୍ତାବିତ ନୂଆ ପାକିସ୍ତାନରେ ହିନ୍ଦୁଙ୍କ ଯନ୍ତ୍ରଣା ଓ ଅତ୍ୟାଚାର ଥମିବା ପରିବର୍ତେ ଅଧିକ ଭୟଙ୍କର ହେବାରେ ଲାଗିଛି । ସିନ୍ଧି ରାଜ୍ୟରଭୋଟକି ଜିଲ୍ଲା ଅନ୍ତର୍ଗତ ଦୁଇ ନାବାଳିକା ଭଉଣୀ ରଭିନା (୧୩) ଓ ରୀନା (୧୫)ଙ୍କୁ ହୋଲି ଦିନ ସ୍ଥାନୀୟ ଅଞ୍ଚଳର କେତେକ ମୁସଲମାନ ଯୁବକ ବନ୍ଧୁକ ମୁନରେ ଅପହରଣ କରି ନେଇଥିଲେ । ଏହାପରେ ସେମାନଙ୍କୁ ଇସ୍ଲାମ ଧର୍ମରେ ଦୀକ୍ଷିତ କରାଯାଇଥିଲ । ପରେ ସେମାନଙ୍କୁ ଜବରଦସ୍ତ  ମୁସଲମାନ ସଂପ୍ରଦାୟର ବ୍ୟକ୍ତିଙ୍କ ସହ ବିବାହ କରାଯାଇଥିଲା । ତେବେ ଏହି ଘଟଣାକୁ ନେଇ ଭାରତ ତରଫରୁ ତୀବ୍ର ପ୍ରତିକ୍ରରିୟା ପ୍ରକାଶ ପାଇଛି । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପାକିସ୍ତାନ ସ୍ଥିତ  ଭାରତୀୟ ହାଇକମିଶନଙ୍କୁ ଏ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିଛନ୍ତି । ଅନ୍ୟପଟେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମନ୍ତ୍ରୀ ଫୱାଦ୍ ଚୌଧୁରୀ ପ୍ରକାଶ କରିଛନ୍ତି । ତେବେ ଅପହରଣ ହୋଇଥିବା ନାବାଳିକା ପରିବାର ବର୍ଗ ଥାନାରେ ଏତଲା ଦେଇଥିଲେ ହେଁ ଏହାକୁ ପ୍ରଥମେ ଗ୍ରହଣକିସ୍ତାନରେ ହିନ୍ଦୁ ନାବାଳିକା ଓ ଯୁବତୀମାନଙ୍କୁ ବନ୍ଧୁକ ମୁନରେ ଅପହରଣ କରି ସେମାନଙ୍କ ଧର୍ମ ପରିବର୍ତନ କରାଯିବା ସହ ମୁସଲମାନ ବ୍ୟକ୍ତିଙ୍କ ସହ ସେମାନଙ୍କ ବିବାହ କରାଇ ଦିଆଯାଏ । ହିନ୍ଦୁ ମାନଙ୍କ
ଉପରେ ଅକଥନୀୟ ଅତ୍ୟାଚାର ଯୋଗୁ ୧୯୪୭ରେ ପାକିସ୍ତାନରେ ପାଖାପାଖି ୨୨% ହିନ୍ଦୁ ସଂଖ୍ୟା ଥିବା ବେଳେ ଆଜି ଏହା ୨%ରୁ ମଧ୍ୟ କମ ରହିଛି । ତେବେ ପାକିସ୍ତାନରେ ହିନ୍ଦୁଙ୍କ ସୁରକ୍ଷା ପାଇଁ କୌଣସି କଠୋର ନିୟମ ନାହିଁ । ସେହିରି ହିନ୍ଦୁ ମନ୍ଦିର ଧ୍ୱଂସ କରାଯିବା ସହ ପ୍ରତି କଥାରେ ପାକିସ୍ତାନରେ ହିନ୍ଦୁ ମାନଙ୍କୁ କାଫେର ଆଖ୍ୟା ଦିଆଯାଇ ହତ୍ୟା ମଧ୍ୟ କରାଯାଇଥାଏ ।

Comments