ଶୋପିଆନ ଓ ହନ୍ଦୱାଡାରେ
ଶ୍ରୀନଗର, ୨୮/୩ : ଜମ୍ମୁ-କାଶ୍ମୀରର ଶୋପିଆନ ଓ ହନ୍ଦୱଡାରେ ସୁରକ୍ଷାକର୍ମୀଙ୍କ ସହିତ ଏନ୍କାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ପୁଲିସର କହିବାନୁଯାୟୀ, ଶୋପିଆନର ୟାବରାମ
ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା ।
ଏହାପରେ ସେନା ଓ ଅର୍ଦ୍ଧସାମରିକ ବାହିନୀର ଜୱାନମାନେ ମିଳିତ ଭାବେ
ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ।
ସୁରକ୍ଷାକର୍ମୀମାନେ କ୍ରମେ ନିକଟତର ହେବାରୁ ଲୁଚି ରହିଥିବା
ଆତଙ୍କବାଦୀମାନେ ପ୍ରଥମେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏଣୁ
ସୁରକ୍ଷାକର୍ମୀମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ । କିଛି ସମୟର ଗୁଳି
ବିନିମୟ ପରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ନିହତ ହୋଇଥିବା
ଆତଙ୍କବାଦୀଙ୍କ ପରିଚୟ ଯଥାକ୍ରମେ ସଜାଦ ଖାଣ୍ଡେ, ଅକିବ ଅହମ୍ମଦ ଦାର
ଏବଂ ବଶାରତ ଅହମ୍ମଦ ଭାବେ କରାଯାଇଛି । ଏହି ସମସ୍ତ ଆତଙ୍କବାଦୀ
ହିଜବୁଲ ମୁଜାହିଦ୍ଦିନ ଏବଂ ଲସ୍କର-ଇ-ତୋଏବାର ଅଟନ୍ତି । ସୁରକ୍ଷା
ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରି ସେଗୁଡ଼ିକର ଉପରେ ଆକ୍ରମଣ କରିବା ସମେତ
ଅନ୍ୟାନ୍ୟ ଅପରାଧିକ ମାମଲାରେ ମୃତ ଆତଙ୍କବାଦୀଙ୍କ ସମ୍ପୃକ୍ତି ରହିଛି ।
ମୃତ ଆତଙ୍କବାଦୀଙ୍କ ଠାରୁ ୩ଟି ଏକେ-୪୭ ରାଇଫଲକୁ ଜବତ କରାଯାଇଛି
। ସେହିଭଳି ଅନ୍ୟ ଏକ ଘଟଣାରେ ହନ୍ଦୱାଡାରେ ଜଣେ ଆତଙ୍କବାଦୀକୁ
ଜୱାନମାନେ ଏନ୍କାଉଣ୍ଟଣ କରିଛନ୍ତି । ତା’ ନିକଟରୁ ଗୋଟିଏ ଏକେ୪୭କୁ ଜବତ କରାଯାଇଛି ।

Comments
Post a Comment