ଗାଜିଆବାଦ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗାଜିଆବାଦ ଦ୍ୱାରା ନବଯୁଗ ମାର୍କେଟ ଦୁର୍ଗା ଭାବି ଚୌକିର ଶହୀଦ ମାର୍ଗରେ ବଳିଦାନୀଙ୍କୁ ପ୍ରଣାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପୁଲୱାମାରେ ସହିଦ ହୋଇଥିବା ପ୍ରଦୀପ ପ୍ରଜାପତି, ସମୀର ଅବରୋଲଙ୍କ ପରିବାରଙ୍କୁ ସମ୍ମାନିତ କରାଯାଇଛି । ସହିଦ ପରିବାରଙ୍କ ଆଗମନରେ ଉପସ୍ଥିତ ବିଶାଳ ଜନସମୂହ ଠିଆ ହୋଇ ସ୍ୱାଗତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପବନ ଚିନ୍ତନ ଧାରା ର ସଂସ୍ଥାପକ ପବନ ସିହ୍ନା ମୁଖ୍ୟବକ୍ତା ରୂପେ ଯୋଗଦେଇ କହିଲେ ଯେ, ଆମ ପରିବାରରେ ପ୍ରଥମରୁ ଶିଶୁକୁ ରାଷ୍ଟ୍ରୀୟ ଦାୟିତ୍ୱ ବିଷୟରେ ବୁଝାଇବାକୁ ହେବ । ତାକୁ ସବୁବେଳେ ରାଷ୍ଟ୍ରୀୟ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିବାକୁ ହେବ । ଏହା କରିପାରିଲେ ଆମେ ବୁଝି ପାରିବା ଯେ ଆମେ ସବଳ ଭାରତ ଏବଂ୍ ସମୃଦ୍ଧ ଭାରତ ନିର୍ମାଣରେ ବ୍ୟକ୍ତିଗତ, ପାରିବାରିକ ଏବଂ ସାମାଜିକ ଯୋଗ ଦାନ ହୋଇ ପାରିଛି ।
ସେ କହିଲେ ଯେ ଭାରତୀୟ ସେନାର ଜବାନ କିପରି ପରିସ୍ଥିତିରେ ସୀମାନ୍ତରେ ନିଜର ଜୀବନକୁ ବାଜି ଲଗାଇ ସୀମାର ସୁରକ୍ଷା କରୁଛି । ଏହା କେବଳ ସେମାନଙ୍କର ଦାୟିତ୍ୱ ନୁହେଁ । ଆମ ସମସ୍ତଙ୍କର ଦାୟିତ୍ୱ । ସେମାନଙ୍କର ବଳିଦାନ ଏବଂ ସମର୍ପଣ କେବେ ବ୍ୟର୍ଥ ଯିବ ନାହଁ । ଦେଶର ଆନ୍ତରିକ ସୁରକ୍ଷା ଏବଂ ସମୃଦ୍ଧି ପାଇଁ ସେମାନେ ସଦା ସର୍ବଦା ଜାଗ୍ରତ ପ୍ରହରି ହୋଇ ରହିବେ ।
ଗାଜିଆବାଦ ମହାନଗର ସଂଘଚାଳ କୈଳାଶ ଜୀ ଏବଂ ପବନ ସିଂହ ସହିଦ ପରିବାରଙ୍କୁ ଉପଢୈକନ, ଉତ୍ତରୀୟ ଏବଂ ସମ୍ମାନ ପତ୍ର ଦେଇ ସମ୍ମାନିତ କରିଥିଲେ ।
Comments
Post a Comment