ବଅଁରପାଳ ବ୍ଲକର ସମିତି ସଭ୍ୟ ନିର୍ମଳ ଚନ୍ଦ୍ର ନାୟକ, ମ୍ୟୁନିସିପାଲିଟିର ପୂର୍ବତନ କାଉନସିଲର ପ୍ରଦୀପ୍ତ କୁମାର ରାଉତ, ସୁନୀଲ କୁମାର ତୁଲସୀୟାନ, ରବିନ୍ଦ୍ର ପ୍ରସାଦ ପ୍ରମୁଖଙ୍କ ବିଜେପିରେ ଯୋଗଦାନ
ଭୁୁବନେଶ୍ୱର, ତା.୨୫/୦୩: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜିି ଶତାଧିକ ନେତା ଓ କର୍ମୀ ବିଜେଡି ଛାଡି ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ସମିତି ସଭ୍ୟ ନିର୍ମଳ ଚନ୍ଦ୍ର ନାୟକ, ମ୍ୟୁନିସିପାଲିଟିର ପୂର୍ବତନ କାଉନସିଲର ପ୍ରଦୀପ୍ତ କୁମାର ରାଉତ, ସୁନୀଲ କୁମାର ତୁଲସୀୟାନଙ୍କ ସମେତ ରବିନ୍ଦ୍ର ପସାଦ, ଅନୁଗୁଳ ବ୍ଲକ ଅନ୍ତର୍ଗତ ବଳାଙ୍ଗ ଗ୍ରାମ ପଂଚାୟତର ଅଖିଳ ସେଠୀ ପ୍ରମୁଖ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସଂପାଦକ ଡ.ଯତୀନ ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ପ୍ରମୁଖ ସମସ୍ତ ସଦସ୍ୟମାନଙ୍କୁ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରିବା ସହ ସ୍ୱାଗତ ଜଣାଇଛନ୍ତି ।
ଏହି ମିଶ୍ରଣ ଅବସରରେ ଅନୁଗୁଳ ଜିଲ୍ଲାର ସୁମନ୍ତ ଭୋଇ, ସୁବୋଧ ଭୋଇ, ଲିପୁ ଭୋଇ, ବିଭୁତି ଭୋଇ, ସରୋଜ ନାୟକ, ସୁମନ୍ତ ଦାସ, ସାହେବ କୁମାର, ବିଜୟ ନାୟକ, ବଂଶୀଧର ଭୋଇ, ପ୍ରଭାତ ବେହେରା, ଧୂଷା ସାହୁ, ରବି ସାହୁ, ରଂଜନ ନାୟକ, ଦୋନନ୍ଦ ନାୟକ, ଲୋକନାଥ ନାୟକ, ସୁନୀଲ ରାଉଳ, ସୂର୍ଯ୍ୟକାନ୍ତ ନନ୍ଦ, ଶିବାନନ୍ଦ ସାହୁ, ଭବାନୀ ପ୍ରଧାନ, ଜିତେନ୍ଦ୍ର ସାହୁ, ପବିତ୍ର କଅଁର, କ୍ଷୀରୋଧ ଦାସ, ଦୈତାରୀ ସ୍ୱାଇଁ, ଲଳିତ ରାଉତ, ରାଜେଶ ସେଠୀ, ଚିନ୍ମୟ ପାଢୀ ପ୍ରମୁଖ ଶତାଧିକ ଯୁବକ ଆଜି ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ।
ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଅନୁଗୁଳ ବିଧାନସଭା ଦଳୀୟ ପ୍ରାର୍ଥୀ ପ୍ରତାପ ପ୍ରଧାନ, ଜିଲ୍ଲା ଉପ ସଭାପତି ଯଯାତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Comments
Post a Comment