କଂଗ୍ରେସ ସହ ମିଶି ନବୀନ ବାବୁ ଦେଶରେ ମଜବୁର ସରକାର ଚାହୁଁଛନ୍ତି, ମଜବୁତ ନୁହେଁ : ବିଜେପି



ଭୁୁବନେଶ୍ୱର,ତା.୨୫/୦୩: ଗତକାଲି ବିଜେଡିର ନିର୍ବାଚନ ପ୍ରଚାର ପାଇଁ ନୟାଗଡ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଭାଷଣରେ କହିଛନ୍ତି ଓଡିଶାରୁ  ବିଜେଡି ୨୧ଟି ଆସନରୁ ୨୧ଟି ହାସଲ କରିବ । କେନ୍ଦ୍ରରେ ଗୋଟିଏ ଝୁଲା ସଂସଦ ହେବ ଯେଉଁଥିରେ ବିଜେଡି ମୁଖ୍ୟ ଭୂମିକା ଗ୍ରହଣ କରିବ । ଏଥିରେ ସ୍ପଷ୍ଟ ଜଣାଯାଉଛି ଯେ ନବୀନବାବୁ ଚାହୁଁନାହାନ୍ତି ଯେ କେନ୍ଦ୍ରରେ ଏକ ଦୃଢ ସରକାର ଗଠନ ହେଉ । ଗତ କିଛି ଦିନ ତଳେ କଂଗ୍ରେସର ପରାମର୍ଶଦାତା ସାମ୍ ପିଟ୍ରୋଡା ଫୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ବାଲାକୋଟରେ ଯେଉଁ ଏୟାର ଷ୍ଟ୍ରାଇକ୍ ହୋଇଥିଲା ଏହାକୁ ନିନ୍ଦା କରିଥିଲେ ।  ଏହା ମଧ୍ୟ କହିଥିଲେ ପାକିସ୍ତାନ ଉପରେ ଏଭଳି ଆକ୍ରମଣ କରିବାର ନଥିଲା ଏବଂ ଏହା ଅନୁଚିତ ବୋଲି କହିଥିଲେ ସାମ୍ ପିଟ୍ରୋଡା । ସେ ମଧ୍ୟ ଓଡିଶା ସରକାର ଏବଂ ନବୀନବାବୁ ଆଇଟିର ପରାର୍ମାଦାତା ଥିଲେ ଏବଂ ଡିଣ୍ଡିମ ପିଟୁଥିଲେ କି ସେ ମାତ୍ର ୧ଟଙ୍କା ଦରମା ନେଉଛନ୍ତି । ରାଜ୍ୟ ପାଇଁ ସେବା କରୁଛନ୍ତି ଏବଂ ଆଇଟି ସେକ୍ଟରକୁ ସ୍ଥାପନ କରିବାକୁ ଲାଗିଛନ୍ତି । କଂଗ୍ରେସ ଓ ବିଜେଡିରେ ଥିବା ଭିତିରି ସମ୍ପର୍କରେ ସେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । କଂଗ୍ରେସ ଓ ବିଜେଡି ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାତ୍ର । ଏହି ଦୁଇଟି ଯାକ ଦଳ ବଶଂବାଦକୁ ପ୍ରଶୟ ଦେଇଛନ୍ତି । କେନ୍ଦ୍ରରେ କଂଗ୍ରେସ ସରକାର ଗଠନ ହେଲେ ଅନ୍ୟ ଦେଶ ମାନଙ୍କ ସହ ଦଲାଲି, ଦୁଇନମ୍ବରୀ ଅସ୍ତ୍ରଶସ୍ତ୍ର କାରବାର ହୋଇପାରିବ ଏବଂ ଶାସନ କରିବାକୁ ମୁଖ୍ୟମନ୍ତ୍ରୀ ନବିନ ବାବୁ ଗଳା ବାଟ ପାଇବେ ବୋଲି କହିଛନ୍ତି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ।
ଡ. ସାମନ୍ତସିଂହାର କହିଛନ୍ତି ଯେ, ଯେଉଁ ବଳିଦାନ ମନୋଜ ବେହେରା ଏବଂ ପ୍ରଶନ୍ନ ସାହୁ ଭଳି ଓଡିଆ ପୁଅମାନେ ଦେଇଛନ୍ତି ଫୁଲୱାମା ଆକ୍ରମଣରେ ତାହା କଣ ବୃଥା ? ସାମ୍ ପିଟ୍ରୋଡା ନିଜେ କହିଛନ୍ତି ତାଙ୍କ ପାଖରେ ସୁଯୋଗ ଥିଲା କି ସେ ମୁମ୍ବାଇ ଆତଙ୍କ ହମଲାରେ ପରେ ମଧ୍ୟ ପାକିସ୍ତାନକୁ ଆକ୍ରମଣ କରପାରିଥାନ୍ତେ  ।  ହେଲେ କଂଗ୍ରେସ ସରକାର କାହିଁକି ସେପରି କଲା ନାହିଁ ତାହାର ଉତର ପିଟ୍ରୋଡା ଦେବା କଥା । ଆଜି କେନ୍ଦ୍ରରେ ଏକ ଶକ୍ତିଶାଳୀ ସରକାର ଅଛି ଯାହାର ହାତ ମୁଠାକୁ ଟାଣ କରିବା କଥା । କିନ୍ତୁ ନବିନ ବାବୁ ତାହାକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି । ସାରା ଭାରତବର୍ଷର ଲୋକମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଉଥରେ ପ୍ରଧାନ କରିବାପାଇଁ ଚାହୁଁଛନ୍ତି । ହେଲେ କଂଗ୍ରସ ସହ ବିଜୁ ଜନତା ଦଳ ଭଳି କିଛି ଆଂଚଳିକ ରାଜନୈତିକ ଦଳମାନେ ମିଶି ଦେଶ ବିରୋଧି କାମରେ ଲାଗିଛନ୍ତି । ଭାରତବାସୀ ଜାଣିସାରିଲେଣି ଦେଶକୁ ଯଦି କିଏ ଠିକ ଦିଗରେ ନେଇପାରେ ସେ ହେଉଛି କେବଳ ବିଜେପି ।

Comments