କେହି ତିବ୍ଦତ ଯାଆନ୍ତୁ ବୋଲି ଚୀନ ଚାହୁଁନି : ଆମେରିକା
ୱାଶିଂଟନ, ୨୭/୩ : ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଚାଲିଥିବାବେଳେ ଚୀନ ବିରୁଦ୍ଧରେ ଆମେରିକା ଆଉ ଏକ ଆରୋପ ଲଗାଇଛି । କେହି ବି ବିଦେଶୀ ତିବ୍ଦତ ଯାଆନ୍ତୁ ବୋଲି ଚୀନ ଚାହୁଁନଥିବା ଆମେରିକା କହିଛି । ତିବ୍ଦତକୁ ଜୋରଜବରଦସ୍ତ ଚୀନ ତା’ର ଅଂଶ ବୋଲି ଦର୍ଶାଇ ସେଠାରେ ଦମନଲୀଳା ଚଳାଇଛି । ସେଠାକୁ ବାହାରର କୌଣସି ସାମ୍ବାଦିକଙ୍କୁ ଛଡ଼ାଯାଉନି । ବିଶେଷ କରି ୨୦୧୮ରୁ ଆମେରିକାର ରାଜନେତା, ଅଧିକାରୀ, ସାମ୍ବାଦିକ ଓ ପର୍ଯଟକମାନଙ୍କୁ ଚୀନ ସେନା ଏଠାକୁ ପ୍ରବେଶ କରାଇ ଦେଉନି । ଚୀନର ଏଭଳି ଦାଦାଗିରିକୁ ବିରୋଧ କରି ଆମେରିକାର ସଂସଦରେ ‘ରେସିପ୍ରୋକାଲ୍ ଆକସେସ ଟୁ ତିବ୍ଦତ ଆକ୍ଟ’ ନାମକ ଏକ ପ୍ରସ୍ତାବ ପାରିତ ହୋଇଛି । ଯେଉଁଥିରେ ତିବ୍ଦତରେ କିଭଳି ଭାବେ ଚୀନ ସେନା ମାନବାଧିକାରକୁ ଉଲ୍ଲଂଘନ କରି ଦମନଲୀଳା ଚଳାଇଛନ୍ତି ତାହା ଦର୍ଶାଯାଇଛି । ସେପଟେ ଆମେରିକାର ଏଭଳି ମନ୍ତବ୍ୟକୁ ଚୀନ କଡ଼ା ବିରୋଧ କରି ତିବ୍ଦତ ତା’ର ଆଭ୍ୟନ୍ତରୀଣ ମାମଲା ଏବଂ ଏଥିରେ ଆମେରିକାର ମୁଣ୍ଡ ନ ପୂରାଉ ବୋଲି ଚେତାବନୀ ଦେଇଛି ।

Comments
Post a Comment