ଆଦର୍ଶ ଗ୍ରାମ ବୁଧବାର

ଆଦର୍ଶ ଗ୍ରାମ ବୁଧବାର
ଗ୍ରାମରେ ଥାଏ ଅସଲି ଭାରତ । ଯଦି କୌଣସି ଆଦର୍ଶ ଗ୍ରାମ ଦେଖିବାକୁ ଚାହୁଁଛନ୍ତି ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲା ର ବୁଧବାର ଗ୍ରାମକୁ ଯାଆନ୍ତୁ । ମାଟି ତଳେ ଜଳ ନିଷ୍କାସନ ପାଇଁ ନାଳ, ପ୍ରତ୍ୟେକ ଘରେ ଶୌଚାଳୟ, ଖେଳିବା ପାଇଁ ଇନ୍ଣ୍ଡୋର ଷ୍ଟାଡିୟମ, ଖାଇବା ତିଆରି କରିବା ପାଇଁ ବାୟୋଗ୍ୟାସ ଆଦି ଉପଲବ୍ଧ । ବିର୍ଷ ବର୍ଷଧରି ଗାଁର କୌଣସି ବିବାଦ ଥାନା କିମ୍ବା କୋର୍ଟ କଚେରୀକୁ ଯାଇ ନାହିଁ । ବିଦ୍ୟାଳୟ ବା ଅନ୍ୟକାମ ପାଇଁ ଆସୁଥିବା ସରକାରୀ ଅନୁଦାନ କମ୍ ପଡିଲେ ଗ୍ରାମବାସୀ ଟଙ୍କା ଆଦାୟ କରି ଦିଅନ୍ତି ଏବଂ ଶ୍ରମଦାନ ମଧ୍ୟ କରନ୍ତି । ଦୀର୍ଘ ୫୦ ବର୍ଷଧରି ବୁଧବାର ଗ୍ରାମରେ ଏହିପରି ପରମ୍ପରା ଚାଲି ଆସୁଛି । ଦୀର୍ଘଦିନ ଧରି ଏପରି ବ୍ୟବସ୍ଥାକୁ ଚଲାଇ ରଖିବା ମୂଳରେ ସଂଘର ସ୍ୱୟଂସେବକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ରାଷ୍ଟ୍ରୀୟ ସ୍ୱୟଂସେବକସଂଘ ଦ୍ୱାରା ହେଉଥିବା ଗ୍ରାମ ବିକାଶ ପରିଯୋଜନାର ଏହା ହେଉଛି ସଫଳ ପ୍ରୟାସ ।
ପ୍ରାୟ ୨୫ ବର୍ଷଧରି ଲଗାତାର ସରପଂଚ ରହିଥିବା ଠାକୁର ସୁରେନ୍ଦ୍ର ସିଂହ, ଠାକୁର ସଂଗ୍ରାମ ସିଂହ ଏବଂ ହରିଶଂକର ଲାଲଙ୍କ ପରି ସ୍ୱୟଂସେବକ ତତ୍କାଳୀନ ସରକାର୍ଯ୍ୟବାହ ଭାଓରାଓ  ଦେୱରସଙ୍କ ପ୍ରେରଣାରେ ନିଜ ଗ୍ରାମକୁ ଆଦର୍ଶ ଗ୍ରାମ କରିବା ପାଇଁ ନିଷ୍ପତି ନେଇଥିଲେ । ୫୦ ବର୍ଷଧରି ନିୟମିତ ଅନୁଷ୍ଠିତ ହେଉଥିବା ପ୍ରଭାତ ଫେରି , ପ୍ରତ୍ୟେକ ଘର କାନ୍ଥରେ ଲେଖାହୋଇଥିବା ସୁବିଚାର ଏବଂ ବର୍ଷା ପାଣି ସଂରକ୍ଷଣ   ଆଦି କାର୍ଯ୍ୟ ଅନ୍ୟ ଗ୍ରାମ ତୁଳନାରେ ବୁଧବାର ଗ୍ରାମ ଅନ୍ୟତମ ।
୧୯୫୦ରୁ ବୁଧବାର ଗାଁ  ଗ୍ରାମ ବିକାଶ ସମିତି ଦ୍ୱାରା ପ୍ରସ୍ତୁତି ଗ୍ରାମ ବିକାଶ ମଡେଲ ଦ୍ୱାରା କାମ କରୁଛି ।  ମୁଖ୍ୟ ସଡକ ଠାରୁ ଗ୍ରାମ ପର୍ଯ୍ୟନ୍ତ ଯିବା ପାଇଁ ତିନି କିଲୋମିଟର ଲମ୍ବା ରାସ୍ତା ଗ୍ରାମର ଯୁବକମାନେ ତିଆରି କରିଛନ୍ତି ।
କୃଷି ବିଶେଷଜ୍ଞ ସଂଘର ତୃତୀୟ ବର୍ଷ ଶିକ୍ଷିତ ସ୍ୱୟଂସେବକ ବୁଧବାର ଗ୍ରାମର ଅଧିବାସୀ ଏମ୍ପି ନରୋଲିଆ କୁହନ୍ତି ଯେ, ଗାଁ ଲୋକେ ବିକାଶ ପାଇଁ କେବଳ ସରକାରଙ୍କ ଉପରେ ନିର୍ଭର କରନ୍ତି ନାହିଁ । ସରକାରଙ୍କ ଠାରୁ ମିଳିଥିବା ସାହାର୍ଯ୍ୟ  ସହିତ ଗ୍ରାମବାସୀମାନେ ନିଜ ଭିତରୁ  ଦେଢ ଲକ୍ଷ ଟଙ୍କା ଆଦାୟ କରି ସେଥିରେ ମିଶାଇ ବିଦ୍ୟାଳୟ ପାଇଁ କୋଠା ଘର ତିଆରି କରିଛନ୍ତି । ଭ୍ରମରୀ ନଦୀ ଉପରେ ହୋଇଥିବା   ଷ୍ଟାମ୍ପଡ୍ରେମରେ ଅଢାଇ ଲକ୍ଷ ଖର୍ଚ୍ଚ କରି ଜମି ପାଇଁ ଜଳ ସଂକଟ ଦୁର କରିଛନ୍ତି । ଘର ଆଗକୁ ସୁନ୍ଦର କରିବା, ନାଳ ନିର୍ମାଣ କରିବା, ଗାଁରେ ବୃକ୍ଷ ରୋପଣ, ବର୍ଷା ଜଳର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ ଆଦି କାମ ଗ୍ରାମବାସୀଙ୍କ ଆଦତରେ ପରିଣତ ହୋଇ ଯାଇଛି ।
ଶତପ୍ରତିଶତ ସାକ୍ଷରତା,  ପ୍ରତ୍ୟେକ ଘର କାନ୍ଥରେ ଲେଖା ହୋଇଥିବା ପ୍ରେରଣାଦାୟକ ଲେଖା, ଜ୍ଞାନବର୍ଦ୍ଧକ ଏବଂ ସଂସ୍କାରକ୍ଷମ ବକ୍ତବ୍ୟ  ମନ ଉପରେ ଗଭୀର ପ୍ରଭାବ ପକାଇଥାଏ । ୪୦ ପ୍ରତିଶତ ଲୋକଙ୍କ ଘରେ ଭୋଜନ ଗୋବର ଗ୍ୟାସ ଦ୍ୱାରା ତିଆରି ହୋଇଥାଏ । ଶିଶୁ ମନ୍ଦିର ଆଚାର୍ଯ୍ୟ  ନାରାୟଣ ପ୍ରସାଦ ନରୋଲିଆ  ଏବଂ ଅନ୍ୟ କେତେଜଣ ଗୁରୁଜୀ ସମୟ ସମୟରେ ଗାଁରେ ଥିବା ବିଦ୍ୟାଳୟକୁ ଯାଇ ଶିକ୍ଷାଦାନ କରିଥାନ୍ତି । ଏହି ସରକାରୀ ବିଦ୍ୟାଳୟରୁ ପାଠ ପଡି ନରେଲିଆ  କୃଷି ଅଧିକାରୀ ହୋଇଥିବା ବେଳେ କେତେ ଜଣ ଡାକ୍ତର ଓ ଇଂଜିନିୟର ମଧ୍ୟ ହୋଇଛନ୍ତି । ତିନି ଜଣ ଲୋକ ପିଚ୍ଡି କରିଛନ୍ତି ।
ନରସିଂହପୁର ଜିଲ୍ଲାପାଳ ମନିଷ ସିଂହ  ଆଇଏଏସ୍ ପାଇଁ ପ୍ରସ୍ତୁତ ହେଉଥିବା ପରୀକ୍ଷାର୍ଥିଙ୍କୁ ପରୀକ୍ଷା ଦେବା ପୂର୍ବରୁ ଏହି ଗ୍ରାମକୁ ଆସି ଦେଖି ଯିବାପାଇଁ ଟିପ୍ଣୀ ଦେଇଥିଲେ । ଏହାପରେ ଅନେକ ବିତ୍ୟାର୍ଥି ଗାଁକୁ ଦେଖିବାକୁ ଆସୁଛନ୍ତି । 


Comments