ନୂଆଦିଲ୍ଲୀ, ୨୮/୩ : ଗତ ଫେବୃୟାରୀ ୨୬ ତାରିଖରେ ପୁଲୱାମା ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବା ଲାଗି ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ଖାଇବର ପଖତୁନଖ୍ୱାସ୍ଥିତ ବାଲାକୋଟ ସମେତ ଚକୌଟି ଓ ମୁଜଫରାବାଦରେ ଥିବା ଏକାଧିକ ଜୈସ ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ବୋମାମାଡ଼ କରି ସେଗୁଡ଼ିକୁ ଧ୍ୱଂସ କରି ଦିଆଯାଇଥିଲା । ଭାରତୀୟ ବାୟୁସେନାର ଏହି ଏୟାରଷ୍ଟ୍ରାଇକ୍ରେ ପ୍ରାୟ ୨୫୦ରୁ ଅôଧକ ଜୈସ ଆତଙ୍କବାଦୀ ନିହତ ହୋଇଥିଲେ । ଏହି ଘଟଣା ପରେ ପାକିସ୍ତାନ ଏତେ ମାତ୍ରାରେ ଆତଙ୍କିତ ହୋଇପଡ଼ିଛି ଯେ, ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ସକ୍ରିୟ ଥିବା ଆତଙ୍କବାଦୀମାନଙ୍କୁ ସେମାନଙ୍କ ପ୍ରଶିକ୍ଷଣ ଶିବିର ବାହରକୁ ଗଲାବେଳେ ଭାରତୀୟ ସାଟେଲାଇଟ୍ ଓ ଗୁପ୍ତଚରଙ୍କ ଦୃଷ୍ଟି ଏଡ଼ାଇବା ଲାଗି ପାକ୍ ସେନାର ୟୁନିଫର୍ମ ପିନ୍ଧିବାକୁ ପରାମର୍ଶ ଦେଇଛି । ପ୍ରକାଶ୍ୟ ଯେ, ପାକିସ୍ତାନର ବାଲାକୋଟସ୍ଥିତ ଜୈସର ଆତଙ୍କବାଦୀ ଶିବିରକୁ ଭାରତୀୟ ବାୟୁସେନା ବୋମାବର୍ଷଣ କରି ଧ୍ୱଂସ କରିବା ପରେ ପିଓକେରେ ସକ୍ରିୟ ଥିବା ୪ଟି ଆତଙ୍କବାଦୀ ଶିବିରକୁ ପାକ୍ ସୈନ୍ୟବାହିନୀ ଆହୁରି ଭିତରକୁ ସ୍ଥାନାନ୍ତର କରିଛି । ସେହପରି ଏଲ୍ଓସି ନିକଟକୁ ନଯିବା ଲାଗି ପାକିସ୍ତାନ ତା’ ମାଟିରେ ପ୍ରଶିକ୍ଷଣ ନେଉଥିବା ଜୈସର ଆତଙ୍କବାଦୀ ମାନଙ୍କୁ ପରାମର୍ଶ ଦେଇଛି ।

Comments
Post a Comment