ତୁଳସୀପୁର ଗ୍ରାମପଚାଂୟତର ବଳଙ୍ଗ ପଡିଆରେ ବିଜୟ ସଂକଳ୍ପ ସମାବେଶରେ ଉଦ୍ବୋଧନ ଦେବେ ଶ୍ରୀ ଚୌହାନ
ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ଶ୍ରୀ ଚୌହାନ
ଭୁବନେଶ୍ୱର,ତା.୨୫/୦୩: ଆସନ୍ତାକାଲି ମାର୍ଚ୍ଚ ୨୬ ତାରିଖ ମଙ୍ଗଳବାର ଦିନ ଓଡିଶା ଗସ୍ତରେ ଆସୁଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରୀୟ ଉପ ସଭାପତି ଶ୍ରୀ ଶିବରାଜ ସିଂ ଚୌହାନ । ଶ୍ରୀ ଚୌହାନ ମଙ୍ଗଳବାର ଦିନ ଅପରାହ୍ନ ୩ଟାରେ ଜଗତସିଂହପୁର ଲୋକସଭା ନିର୍ବାଚନୀ ମଣ୍ଡଳୀର ନିମାପଡା ବ୍ଲକ ତୁଳସୀପୁର ଗ୍ରାମପଚାଂୟତ ବଳଙ୍ଗ ପଡିଆଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ସଭା ପରେ ପୂର୍ବ ନିଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶ୍ରୀ ଚୌହାନ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
Comments
Post a Comment