ଆସନ୍ତା ମାର୍ଚ୍ଚ ୩୧ ତାରିଖରେ “ମୁଁ ବି ଚୌକିଦାର” କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୫୦୦ ସ୍ଥାନର ଲୋକଙ୍କ ସହ ସିଧାସଳଖ କଥାହେବେ


୍ଡ ଡ.ଯତୀନ ମହାନ୍ତିଙ୍କୁ  “ମୁଁ ବି ଚୌକିଦାର” ଅଭିଯାନର ରାଜ୍ୟ ସଂଯୋଜକ ଦାୟୀତ୍ୱ
ଭୁୁବନେଶ୍ୱର, ତା.୨୭/୦୩: ୨୦୧୪ ମସିହା ଲୋକସଭା ନିର୍ବାଚନ ପରେ  ପ୍ରଧାନ ମନ୍ତ୍ରୀ ମୋଦି ନିଜକୁ ଦେଶର ପ୍ରଥମ ସେବକ ଏବଂ  ଚୌକିଦାର ରୂପରେ ଅଭିହିତ କରିଛନ୍ତି । ପ୍ରଧାନ ମନ୍ତ୍ରୀ ମୋଦି ୧୬ ମାର୍ଚ୍ଚରେ “ମେଁ ଭି ଚୌକିଦାର” ଅଭିଯାନ ର ଆରମ୍ଭ କରିଥିଲେ । ଚୌକିଦାର ଶଦ୍ଦକୁ ପରିଭାଷିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେଉଁମାନେ ଗରିବ, ଭ୍ରଷ୍ଟାଚାର, ଏବଂ ଆତଙ୍କବାଦୀ ବିରୁଦ୍ଧରେ ଲଢେଇ କରୁଛନ୍ତି ସେମାନେ ସମସ୍ତେ ଚୌକିଦାର । ଭାରତର ପ୍ରଗତି ପାଇଁ କଠିନ ପରିଶ୍ରମ କରୁଥିବା ଲୋକମାନେ ହିଁ ଚୌକିଦାର ଅଟନ୍ତି । ଆଜି ସମସ୍ତ ଭାରତୀୟ ନାଗରିକ କହୁଛନ୍ତି “ମେଁ ଭି ଚୌକିଦାର” ।
ଏହି ପରିପ୍ରେକ୍ଷୀରେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଦିନ ସଂ୍ମା ୫ ଟାରେ ପ୍ରଧାନମନ୍ତ୍ରୀ ଭିଡିଓ କନେ‘୍ରନ୍ସିଙ୍ଗ ମା୍ମମରେ ଦେଶର ୫୦୦ ସ୍ଥାନର ସାଧାରଣ ଲୋକଙ୍କ ସହ ସିଧାସଳଖ କଥା ହେବେ । ଏହି ଆୟୋଜନର ମୁଖ୍ୟ ସ୍ଥାନ ନୂଆ ଦିଲ୍ଲୀ ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦି ସବୁ ସାଥି ଚୌକିଦାରଙ୍କ ସହ କଥା ହେବେ । ରାଜ୍ୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଭାବେ ଡ.ଯତୀନ ମହାନ୍ତିଙ୍କୁ ଦାୟୀତ୍ୱ ଦିଆଯାଇଛି ।
ଏହି ଅଭିଯାନ ସୋସିଆଲ ମିଡିଆରେ ବେଶ ପ୍ରଶଂସନୀୟ ହୋଇଛି । ୰ଗବସଦ୍ଭଈଷସଉଷକ୍ଟଙ୍ଗଳସୟବକ୍ସ ସୋସିଆଲ୍ ମିଡିଆ ଟୁଇଟରରେ ୩୦ ଲକ୍ଷ ଥର ଟ୍ୱିଟ୍ କରାଯାଇଛି ଏବଂ ୧,୬୮୦ କୋଟି ଇମ୍ପରେସନ୍ସ୍ ହୋଇଛି । ଆରମ୍ଭ ହେବା ଦିନଠାରୁ ହିଁ ଏହା ବିଶ୍ୱ ସ୍ତରରେ ଟ୍ରେଣ୍ଡ ହୋଇଛି । ନମୋ ଆପ ଏବଂ ସୋସିଆଲ ମିଡିଆରେ ଏକ କୋଟିରୁ ଅଧିକ ଲୋକ “ମେଁ ଭି ଚୌକିଦାର”ର ସଂକଳ୍ପ ନେଇଛନ୍ତି । ଏହି ଅଭିଯାନର ଭିଡିଓ ବିଭିନ୍ନ ପ୍ଲାଟଫର୍ମ ଉପରେ ଏକ କୋଟିରୁ ଅଧିକ ଲୋକଙ୍କ ଦ୍ୱାରା ଦେଖାଯାଇଛି ବୋଲି ଡ. ମହାନ୍ତି କହିଛନ୍ତି ।
କିଛି ଦିନ ପୁର୍ବରୁ ହିଁ, ପ୍ରଧାନମନ୍ତ୍ରୀ ଏକ ଅଡିଓ କନ‘ରେନ୍ସିଙ୍ଗ ମା୍ମମରେ ୨୫ ଲକ୍ଷ ସୁରକ୍ଷା ଗାର୍ଡ (ଚୌକିଦାର)ଙ୍କ ସହିତ କଥା ହୋଇଛନ୍ତି । କିନ୍ତୁ ବିରୋଧୀ ଦଳ ଚୌକିଦାର ଚୋର୍ ହେଁ ଅଭିଯାନ ଚଳାଇ ଦେଶର ସମସ୍ତ ଚୌକିଦାରଙ୍କୁ ଅପମାନ କରିଛନ୍ତି ବୋଲି ଡ. ମହାନ୍ତି କହିଛନ୍ତି ।
ଶ୍ରୀ ନରେନ୍ଦ୍ରମୋଦି ୱେବସାଇଟ୍ ଏବଂମୋବାଇଲ୍ ଆପ୍ରେ ଯୋଡି କରି ଯେ କୌଣସି ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ବୋଲି ଡ. ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମା୍ମମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଉପସ୍ଥିତ ଥିଲେ ।

Comments