ରିଟର୍ଣ୍ଣିଙ୍ଗ ଅ‘ିସରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ବିଜେପି



ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ପତ୍ରରେ ରହିଛି ୨ଟି ଗୁରୁତର ତ୍ରୁଟି :ପୀତାମ୍ବର ଆଚାର୍ଯ୍ୟ
୍ଡ ରାଉରକେଲାରେ ବିଜେଡିର ବିଧାୟକ ପାର୍ଥୀ ସାରଦା ନାୟକ ନିଜ ନାମାଙ୍କନରେ ମିଥ୍ୟା ତଥ୍ୟ ଦେଇଛନ୍ତି
୍ଡ ବିଜୁ ଜନତା ଦଳର ଆସ୍କାର ଲୋକସଭା ପାର୍ଥୀନି ପ୍ରମିଳା ବିଶୋଇଙ୍କ ଶିକ୍ଷାଗତ ଯୋଗ୍ୟତା ବାବଦରେ ଦେଇଥିବା ତଥ୍ୟ ଭୁଲ
୍ଡ ବଲାଙ୍ଗିର ଲୋକସଭା ପାଇଁ ବିଜେଡିରୁ ଲଢୁଥିବା ସାଂସଦ ପାର୍ଥୀ କଳିକେଶ ସିଂହଦେଓଙ୍କର ଦୁଇଟି ଭୋଟର ପରିଚୟ ପତ୍ର ଅଛି । ଆଇନ ଅନୁସାରେ ତାଙ୍କ ପାର୍ଥୀପତ୍ର ଖାରଜ ହେବା କଥା ।
୍ଡ ଦଶପଲ୍ଲାରେ ବିଧାୟକ ପାଇଁ ଲଢୁଥିବା ବିଜେଡି ପାର୍ଥୀ ରମେଶ ଚନ୍ଦ୍ର ବେହେରା ଅନୁସୁଚିତ ଜାତି ବର୍ଗର ନୁହନ୍ତି
ଭୁୁବନେଶ୍ୱର, ତା.୨୭/୦୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମାଙ୍କନ ପତ୍ରରେ ୨ଟି ତ୍ରୁଟି ରହିଛି । ପ୍ରଥମ ତ୍ରୁଟି ହେଉଛି କି, ମୁଖ୍ୟମନ୍ତ୍ରୀ ଆ‘ିଡିବିଟ ଯେଉଁ ସ୍ଥାନରେ ଦସ୍ତଖତ କରିବା କଥା ମୁଖ୍ୟମନ୍ତ୍ରୀ ସେଠି କରିନାହାଁନ୍ତି । ଅନ୍ୟପଟେ କୋଇଲା ଦୁର୍ନୀତିରେ ସିବିଆଇ ମୁଖ୍ୟମନ୍ତ୍ରୀଙ୍କୁ ୨୫ ନଭେମ୍ବର ୨୦୧୭ରେ ଜେରା କରିବା ଘଟଣା ସେ ତାଙ୍କ ପ୍ରାର୍ଥୀପତ୍ରରେ ଦର୍ଶାଇ ନାହାଁନ୍ତି । ଏଣୁ ତୁରନ୍ତ ରିଟର୍ଣ୍ଣିଂ ଅ‘ିସର ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥପତ୍ର ଖାରଜ ଏବଂ ତାଙ୍କୁ ନିର୍ବାଚନ ଲଢିବାରୁ ଅସିଦ୍ଧ ଘୋଷଣା କରନ୍ତୁ ବୋଲି ହିଂଜିଳି ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ଉପସଭାପତି ଓ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଦାବି କରିଛନ୍ତି ।
ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ବେଳେ ଶାସକ ବିଜୁ ଜନତା ଦଳର ପାର୍ଥୀମାନେ ନାମାଙ୍କନପତ୍ରରେ ଅନେକ ତ୍ରୁଟି ଥିବାବେଳେ ଏହା ଉପରେ ଭାରତୀୟ ଜନତା ପାର୍ଟୀର ପାର୍ଥୀମାନେ ରିଟର୍ଣ୍ଣିଙ୍ଗ ଅ‘ିସରମାନଙ୍କ ଆଗରେ ଆପତି ଉଠାଇଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ନିଜେ ନବିନ ପଟ୍ଟନାୟକ ତାଙ୍କ ବିରୋଧରେ ସିବିଆଇ ମାମଲା ଥିବାବେଳେ ସେ ତାଙ୍କ ସତ୍ୟପାଠରେ ସେ ତଥ୍ୟ ଲୁଚାଇଛନ୍ତି । ଏପରିକି ନାମାଙ୍କନ ପତ୍ରରେ ସେ ଦସ୍ତଖତ ମଧ୍ୟ କରିନାହାନ୍ତି । ଆହୁରି ଅନେକ ବିଧାୟକ ପାର୍ଥୀଙ୍କର ଏପରି ଅନେକ ଭୁଲ ଅଛି ନାମାଙ୍କନ ପତ୍ରରେ । ହେଲେ ସମ୍ପୃକ୍ତ ରିଟର୍ଣ୍ଣିଙ୍ଗ ଅ‘ିସରମାନେ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଏହା ବିରୋଧରେ ଆଜି ଭାରତୀୟ ଜନତା ପାର୍ଟୀର ଏକ ପ୍ରତିନିଧି ଦଳ ରାଜ୍ୟ ଉପସଭାପତି ସମିର ମହାନ୍ତିଙ୍କ ନେତୃତ୍ୱରେ ମୁଖ୍ୟ ନିର୍ବାଚନ ଅଧିକାରିଙ୍କୁ ଭେଟି ସମ୍ପୃକ୍ତ ରିଟର୍ଣ୍ଣିଙ୍ଗ ଅ‘ିସରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । 
ରାଉରକେଲାରେ ବିଜେଡିର ବିଧାୟକ ପାର୍ଥୀ ସାରଦା ନାୟକ ନିଜ ନାମାଙ୍କନରେ ମିଥ୍ୟା ତଥ୍ୟ ଦେଇଛନ୍ତି । ସେହିପରି ବିଜୁ ଜନତା ଦଳର ଆସ୍କାର ଲୋକସଭା ପାର୍ଥୀନି ପ୍ରମିଳା ବିଶୋଇଙ୍କ ଶିକ୍ଷାଗତ ଯୋଗ୍ୟତା ବାବଦରେ ଦେଇଥିବା ତଥ୍ୟ ମଧ୍ୟ ଭୁଲ ଅଟେ । ବଲାଙ୍ଗିର ଲୋକସଭା ପାଇଁ ବିଜେଡିରୁ ଲଢୁଥିବା ସାଂସଦ ପାର୍ଥୀ କଳିକେଶ ସିଂହଦେଓଙ୍କର ଦୁଇଟି ଭୋଟର ପରିଚୟ ପତ୍ର ଅଛି । ଆଇନ ଅନୁସାରେ ତାଙ୍କ ପାର୍ଥୀପତ୍ର ଖାରଜ ହେବା କଥା । ଦଶପଲ୍ଲାରେ ବିଧାୟକ ପାଇଁ ଲଢୁଥିବା ବିଜେଡି ପାର୍ଥୀ ରମେଶ ଚନ୍ଦ୍ର ବେହେରା ଅନୁସୁଚିତ ଜାତି ବର୍ଗର ନୁହନ୍ତି । ହେଲେ ସେ ମିଥ୍ୟା ଜାତିଗତ ପ୍ରମାଣ ଦେଇ ନିର୍ବାଚନ ଲଢୁଛନ୍ତି । ଏ ସମସ୍ତ ପ୍ରାର୍ଥୀ ବିଜୁ ଜନତା ଦଳର ହୋଇଥିବାରୁ ସମ୍ପୃକ୍ତ ନିର୍ବାଚନ ରିଟର୍ଣ୍ଣିଙ୍ଗ ଅ‘ିସରମାନେ ସେମାନଙ୍କ ପାର୍ଥୀପତ୍ରକୁ ନାକଚ କରିନାହାନ୍ତି ।
ଆଗାମୀ ନିର୍ବାଚନ ବେଳେ ଏହି ରିଟର୍ଣ୍ଣିଙ୍ଗ ଅ‘ିସରମାନେ ଶାସକ ଦଳକୁ ସୁହାଇଲାଭଳି କାମ କରିବେ ଏକଥା ସ୍ପଷ୍ଟ । ଏଣୁ ତୁରନ୍ତ ନିର୍ବାଚନ ଅଧିକାରି ସେହି ସମ୍ପୃକ୍ତ ରିଟର୍ଣ୍ଣିଙ୍ଗ ଅ‘ିସରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କୁ ତୁରନ୍ତ ନିର୍ବାଚନ ଦାୟିତ୍ୱରୁ ବାଦ ଦିଅନ୍ତୁ । ସେହିପରି ଯେଉଁ ବିଧାୟକ ପାର୍ଥୀ ଓ ସାଂସଦ ପାର୍ଥୀମାନଙ୍କର ନାମାଙ୍କନରେ ତ୍ରୁଟି ରହିଛି ସେମାନଙ୍କର ନାମାଙ୍କନ ପତ୍ରକୁ ଖାରଜ କରାଯ୍ଧମ ବୋଲି ପ୍ରତିନିଧି ଦଳ ଦାବି କରିଛି ।
ବିଜେପିର ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର ଏବଂ ଆଇନଜୀବୀ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ । 

Comments