ଗତକାଲି ମୁଖ୍ୟମନ୍ତ୍ରୀ ନୟାଗଡଠାରେ ମହାସମାବେଶ କରି ମିଥ୍ୟା ପ୍ରତିଶୃତି ଦେଇ ଭୋଟର ମାନଙ୍କୁ ପ୍ରଭାବିତ କରିବା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ବିଜେପି
ଗତକାଲି ମୁଖ୍ୟମନ୍ତ୍ରୀ ନୟାଗଡଠାରେ ମହାସମାବେଶ କରି ମିଥ୍ୟା ପ୍ରତିଶୃତି ଦେଇ ଭୋଟର ମାନଙ୍କୁ ପ୍ରଭାବିତ କରିବା ବିରୁଦ୍ଧରେ
ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ବିଜେପି
ଭୁବନେଶ୍ୱର,ତା.୨୫/୦୩: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡଠାରେ ମହାସମାବେଶ କରି ମିଥ୍ୟା ପ୍ରତିଶୃତି ଦେଇ ଭୋଟର ମାନଙ୍କୁ ପ୍ରଭାବିତ କରି ଆଦର୍ଶ ନିର୍ବାଚନ ଆଚରଣ ବିଦ୍ଧି ଉଲ୍ଲଘଂନ କରିଛନ୍ତି । ଅନ୍ୟପଟେ ଗତକାଲିର ସମାବେଶକୁ ସଫଳ କରିବା ପାଇଁ ସରକାରୀ ଅଧିକାରୀ ମାନେ ମଂଚ ପରିଚାଳନାଠୁ ଆରମ୍ଭ କରି ସଭାକୁ ଲୋକ ଆଣିବା ଆଦି କାର୍ଯ୍ୟ କରୁଥିଲେ । ଏହା ଅପରାଧିକ, ନିନ୍ଦନୀୟ, ଅଗଣତାନ୍ତ୍ରିକ ଏବଂ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ବିଜେପି ତରଫରୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଦାବି କରାଯାଇଛି ।
ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ ଅଧିକରୀଙ୍କୁ ଭେଟି ଏ ସଂକ୍ରାନ୍ତରେ ତଥ୍ୟ ପ୍ରମାଣ ସହ ଅଭିଯୋଗ କରିଛି । ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ମିଥ୍ୟା ପ୍ରତିଶୃତି ଦେଇଛନ୍ତି । ୩୦ଲକ୍ଷ ଯୁବକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଏବଂ କେନ୍ଦ୍ର ସରକାର ରେଲୱରୁ ୨୦ ହଜାର କୋଟି ନେଇ ୧ହଜାର କୋଟି ରେଲୱ ଉନ୍ନତିକରଣ ପାଇଁ ଖର୍ଚ୍ଚ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସଂପୂର୍ଣ୍ଣରୂପେ ଆଇନ ବିରୋଧୀ ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାରୀ ଅଫିସରମାନେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ । ଏହା ସତ୍ୱେ ଗତକାଲି ନୟାଗଡ ସଭାରେ ସରକାରୀ ଅଫିସରମାନେ ଆଦର୍ଶ ନିର୍ବାଚନ ଆଚରଣ ବିଦ୍ଧି ଉଲ୍ଲଘଂନ କରିଛନ୍ତି । ନୟାଗଡରେ ବିଜେଡିର ପ୍ରାର୍ଥୀ ଘୋଷଣା ହୋଇନଥିବାବେଳେ ଗତକାଲି ସଭାରେ ହୋଇଥିବା ସମସ୍ତ ଖର୍ଚ୍ଚ ପ୍ରାର୍ଥୀ , ଦଳ, କି ମୁଖ୍ୟମନ୍ତ୍ରୀଙ୍କ ଉପରେ ପଡିବ, ତାହା ସ୍ପଷ୍ଟ ହେବା ଦରକାର ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହା ପୂର୍ବରୁ ଗତ ୧୩ ମାର୍ଚ୍ଚରେ କାଳିଆ ଅର୍ଥ ବିଜେଡି କର୍ମୀ ଏବଂ ବିଜୁଯୁବ ବାହିନୀଙ୍କୁ ବାଂଟିବା, ୧୪ ମାର୍ଚ୍ଚରେ ମନ୍ତ୍ରୀ ପ୍ରତାପ ଜେନା ଓ ରେଙ୍ଗାଲିଗୁଣ୍ଡା ବିଡିଓଙ୍କ ବିରୁଦ୍ଧରେ, ୧୯ ମାର୍ଚ୍ଚରେ ସଂଜୟ ଦାସବର୍ମାଙ୍କ ବିରୁଦ୍ଧରେ, ୨୧ ମାର୍ଚ୍ଚରେ ରାଜେନ୍ଦ୍ର ଢୋଲକିଆଙ୍କ ବିରୁଦ୍ଧରେ ତଥ୍ୟ ପ୍ରମାଣ ଦେବା ପରେ ବି ନିର୍ବାଚନ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ଆଇନଜୀବୀ ଜୟନ୍ତ ଜେନା, ଯୁବମୋର୍ଚ୍ଚା ଉପସଭାପତି ସିକନ୍ଦର ଅଲ୍ଲୀ ପ୍ରମୁଖ ସାମିଲ ଥିଲେ ।

Comments
Post a Comment