ବିଜେପିରେ ମିଶିଲେ ଖଲିକୋଟ ବିଧାନସଭା ଅଂଚଳର ଶତାଧିକ ବିଜେଡି କାର୍ଯ୍ୟକର୍ତା

ବିଜେପିରେ ମିଶ୍ରଣ ପର୍ବ
ଖଲିକୋଟ ଦଳୀୟ ପ୍ରାର୍ଥୀନି ଶ୍ରୀମତୀ ଭାରତୀ ବେହେରାଙ୍କ ନେତୃତ୍ୱରେ
ବିଜେପିରେ ମିଶିଲେ ଖଲିକୋଟ ବିଧାନସଭା ଅଂଚଳର ଶତାଧିକ ବିଜେଡି କାର୍ଯ୍ୟକର୍ତା
ଭୂବନେଶ୍ୱର, ତା.୨୭/୦୩: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅ୍ମକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ଆସ୍କା ଲୋକସଭା ଅନ୍ତର୍ଗତ ଖଲିକୋଟ ବିଧାନସଭା ଅଂଚଳର ଶତାଧିକ ବିଜେଡି କାର୍ଯ୍ୟକର୍ତା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବରିଷ୍ଠ ଉପ ସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ଏବଂ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।
ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀର ଖଲିକୋଟ ବିଧାନସଭା ଅନ୍ତର୍ଗତ କେଶପୁରର ପୂର୍ବତନ ସରପଂଚ ରମେଶ ପରିଡା, କହ୍ନେଇପୁରର ସମାଜସେବୀ ପ୍ରଦ୍ୟୁମ୍ନ ସାମନ୍ତରାୟ, ବାଗଲପୁର ପୂର୍ବତନ ସମିତି ସଭ୍ୟ ଅଭିରାମ ସାହୁ, କାଇରସି ସମିତି ସଭ୍ୟ ସନ୍ତୋଷ ରାଉତ, ମାଣିକ୍ୟପୁରର ପୂର୍ବତନ ସରପଂଚ ଗୟା ଜେନା, ବିଜୁ ଯୁବବାହିନୀ ସଦସ୍ୟ ଜିତେନ୍ଦ୍ର ଗୈାଡ, ଗୋବର୍ଦ୍ଧନ ଦଳେଇ, ଟିଲୁ ଜେନା ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ବିଜେଡି ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ଖଲିକୋଟ ଦଳୀୟ ପ୍ରାର୍ଥୀନି ଶ୍ରୀମତୀ ଭାରତୀ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଟିତ ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିରଂଚି ନାରାୟଣ ତ୍ରିପାଠୀ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ଦୀପକ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ ।

Comments