
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ପୂର୍ବାହ୍ନରେ ଦଳର ବୁଥ୍ ସ୍ତରର କର୍ମକର୍ତ୍ତାଙ୍କ ଏକ ସମ୍ମିଳନୀକୁ ଉଦ୍ବୋଧନ ଦେଇଥିଲେ । ଏଥିରେ ମୋଦି କହିଥିଲେ ଯେ, ଗଣତନ୍ତ୍ରର ମହାନ୍ ପର୍ବ ହେଉଛି ନିର୍ବାଚନ । ଏହି ମହାପର୍ବରେ କାହାରି ନିନ୍ଦା କରାଯାଏ ନାହିଁ । ତେଣୁ ନକାରାତ୍ମକ ଚିନ୍ତାଧାରାରୁ ଉଦ୍ଧ୍ୱର୍କୁ ଉଠିବାକୁ ମୋଦି ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ, କାହାରିକୁ ହରାଇବା ଦରକାର ନାହିଁ, ଆମକୁ ଲୋକମାନଙ୍କ ହୃଦୟକୁ ଜିତିବା ଦରକାର । ଦଳୀୟ କର୍ମକର୍ତ୍ତାଙ୍କୁ ମୋଦିଙ୍କ ଏହି ପରାମର୍ଶ ସମ୍ପୂର୍ଣ୍ଣ ଅଣରାଜନୈତିକ ମନେହେଉଥିଲା । ମୋଦି ତାଙ୍କ ଭାଷଣରେ କହିଥିଲେ ଯେ, ପ୍ରତିନିଧି ଚୟନ କରିବା ଜନତାଙ୍କ ଅଧିକାର । ତେବେ ଦେଶବାସୀଙ୍କୁ ଏକ ଦୁର୍ନୀତିମୁକ୍ତ ତଥା ଅନୁଶାସନ ଭରା ସମ୍ବେଦନଶୀଳ ଶାସନ ଦେଇ ଦେଶବାସୀଙ୍କ ପ୍ରିୟଭାଜନ ହେବା ଜନପ୍ରତିନିଧିଙ୍କ କର୍ତ୍ତବ୍ୟ । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀଧାମ ବାରାଣସୀରୁ ୨ୟ ଥର ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କାଶୀଧାମର ଆରାଧ୍ୟ ଦେବତା ଭୈରବନାଥଙ୍କ ପୂଜାର୍ଚ୍ଚନା ପରେ ମୋଦି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ୪ କିତା ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ୪ଟି ନାମାଙ୍କନ ପତ୍ରରେ ପଣ୍ଡିତ ମଦନମୋହନ ମାଲବ୍ୟଙ୍କ ମାନସ କନ୍ୟା ୮୧ ବର୍ଷୀୟା ଡାକ୍ତର ଅନ୍ନପୂର୍ଣ୍ଣା ଶୁକ୍ଳା, ବାରାଣସୀ ମଣିକର୍ଣ୍ଣିକା ଘାଟରେ ଶବସକ୍ରାର ଦାୟିତ୍ୱରେ ଥିବା ଡୋମ ରାଜା ପରିବାରର ଜଗଦୀଶ ରାଜା ଚୌଧୁରୀ , ବାରାଣସୀର ସବୁଠାରୁ ପୁରୁଣା ବିଜେପି କର୍ମୀ ସୁଭାଷଚନ୍ଦ୍ର ଗୁପ୍ତା, ପ୍ରଖ୍ୟାତ କୃଷି ବିଜ୍ଞାନୀ ଡ. ରମାଙ୍କର ପଟେଲ ପ୍ରସ୍ତାବକ ରହିଛନ୍ତି । ଏହି ୪ଜଣଙ୍କ ବ୍ୟତିତ ପ୍ରତିଥର ମୋଦିଙ୍କୁ ନାମାଙ୍କନରେ ସାହଯ୍ୟ କରୁଥିବା ପରିନ୍ଦୁ ଭଗତ ଓରଫ କାକୁଭାଇ ମଧ୍ୟ ମୋଦିଙ୍କ ସହ କଲେକ୍ଟରଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ତେବେ ଏଥିପୂର୍ବରୁ ମୋଦି ଏନ୍ଡିଏ ସଦସ୍ୟ ଦଳର ନେତା, ବିଜେପିର ବରିଷ୍ଠ ନେତୃବୃନ୍ଦ ତଥା କେନ୍ଦ୍ରମନ୍ତ୍ରୀମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଚାର ବିମର୍ଶ କରିଥିଲେ । ଏଥିରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଗୃହମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ, ନୀତିନ ଗଡକରୀ, ପୀୟୁଷ ଗୋଏଲଙ୍କ ସମେତ ଶିରୋମଣି ଅକାଳୀ ଦଳ ନେତା ପ୍ରକାଶ ସିଂହ ବାଦଲ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଏଲଜେପି ନେତା ରାମବିଳାଶ ପାଶୱାନ, ଶିବସେନା ନେତା ଉଦ୍ଧବ ଠାକ୍ରେ, ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମ୍କେ ନେତା ଓ ପନିରସେଲଭାମ୍, ଏଜିପି ଓ ଉତ୍ତରଭାରତ ଡେମ୍ରୋକ୍ରାଟିକ୍ ଆଲାଏନ୍ସର ନେତା ପ୍ରମୁଖ ଉପସ୍ଥିତ ଥିଲେ । ମୋଦିଙ୍କ ସମ୍ପତ୍ତି ତାଲିକା ମୋଦି ତାଙ୍କ ନାମାଙ୍କନ ପତ୍ରରେ ନିଜ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଏଥିରେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ୧କୋଟି୨୭ଲକ୍ଷ ୮୧ହଜାର ୫୭୪ ଟଙ୍କାର ଫିକ୍ସଡ ମୋଦି ତାଙ୍କ ନାମାଙ୍କନ ପତ୍ରରେ ନିଜ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଏଥିରେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ୧କୋଟି୨୭ଲକ୍ଷ ୮୧ହଜାର ୫୭୪ ଟଙ୍କାର ଫିକ୍ସଡ ଡିପୋଜିଟ, ନ୍ୟାସନାଲ ସେଭିଙ୍ଗସରେ ୭ଲକ୍ଷ ୬୧ହଜାର ୪୬୬ ଟଙ୍କା , ଏଲଆଇସିରେ ୧ଲକ୍ଷ ୯୦ହଜାର ୩୪୭ଟଙ୍କା ମ୍ୟୁଚୁଆଲ ଫଣ୍ଡରେ ୨୦ହଜାର ଟଙ୍କା, ଜମା ଖାତାରେ ୪,୧୪୨ଟଙ୍କା ଥିବା ବେଳେ ମୋଦିଙ୍କ ଗୁଜରାଟ ଗାନ୍ଧିନଗର ସେକ୍ଟର ୧ରେ ୪୦୦୦ବର୍ଗ ଫୁଟର ଏକ ବାସପଯୋଗୀ ପ୍ଲଟ (୪୦୧/ଏ) ରହିଛି । ଏହାକୁ ମୋଦି ୨୦୦୨ଅକ୍ଟୋବର ୨୫ରେ ୧ଲକ୍ଷ ୩୦ହଜାର ୪୮୮ରେ କିଣିଥିଲେ ଓ ଏଥିରେ ୨ଲକ୍ଷ ୪୭ହଜାର ୨୦୮ଟଙ୍କାର ନିବେଶ କରିଥିଲେ । ଏହାର ଆନୁମାନିକ ମୂଲ୍ୟ ଏବେ ୧.୧କୋଟି ଟଙ୍କା ଦର୍ଶାଯାଇଛି । ଏହା ଛଡା ତାଙ୍କର ଅନ୍ୟ କୌଣସି ଜମି, ଗାଡି ନାହିଁ କିମ୍ବା କୌଣସି ଋଣ ମଧ୍ୟ ନଥିବା ଦର୍ଶାଇଛନ୍ତି ମୋଦି ।
Comments
Post a Comment