କୋଲକତା, ୨୯/୪ : ପଶ୍ଚିମବଙ୍ଗରେ ୪ର୍ଥ ଚରଣ ମତଦାନବେଳେ ସଂଘଠିତ ବ୍ୟାପକ ହିଂସାକାଣ୍ଡକୁ ଦେଖି ଆଗକୁ ହେବାକୁ ଥିବା ୩ଟି ଚରଣ ମତଦାନ ବେଳେ ପ୍ରତ୍ୟେକ ବୁଥର ସୁରକ୍ଷା ପାଇଁ କେନ୍ଦ୍ର ସୁରକ୍ଷାବାହିନୀକୁ ନିୟୋଜିତ କରିବା ନିମନ୍ତେ ଇସିଙ୍କ ନିକଟରେ ବିଜେପି ଆବେଦନ କରିଛି । ବିଜେପି ତା’ର ଅଭିଯୋଗରେ ଦର୍ଶାଇଛି ଯେ, ରାଜ୍ୟରେ ତୃଣମୂଳ (ଟିଏମ୍ସି) କର୍ମକର୍ତ୍ତାମାନେ ଲୋକତନ୍ତ୍ରକୁ ବନ୍ଧକ ବନାଇଛନ୍ତି । ବିଜେପିର ଏହି ପ୍ରତିନିଧିଦଳରେ କେନ୍ଦ୍ରମନ୍ତ୍ରୀ ମୁଖତାର ଅବାସ ନକଭି, ବିଜୟ ଗୋୟଲ ଓ ପାର୍ଟିର ଦଳୀୟ ପ୍ରଭାରୀ ଅନିଲ ବଲୁନୀ ସାମିଲ ହୋଇଥିଲେ । ନକ୍ଭି ତାଙ୍କର ଅଭିଯୋଗରେ କହିଥିଲେ ଯେ, ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମ୍ସି ହାତରେ ଗଣତନ୍ତ୍ର ବନ୍ଧା ପଡ଼ିଛି । ସେମାନେ ଭୋଟ୍ ହାତେଇବା ଲାଗି ରିଗିଂ କରିବାକୁ ଚାହୁଁଛନ୍ତି ଓ କାହାରିକୁ ଭୋଟ୍କେନ୍ଦ୍ର ନିକଟକୁ ଛାଡୁନାହାନ୍ତି । କେବଳ ଟିଏମ୍ସି କର୍ମକର୍ତ୍ତା ଓ ସମର୍ଥକମାନେ ହିଁ ମତଦାନ କରିପାରୁଛନ୍ତି । ଏମାନଙ୍କୁ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ପୁଲିସ ସହାୟତା କରୁଛି । ତେଣୁ ଆଗାମୀ ୩ଟି ପର୍ଯ୍ୟାୟ ମତଦାନବେଳେ ବୁଥକେନ୍ଦ୍ର ଗୁଡ଼ିକରେ ଅର୍ଦ୍ଧସାମରିକ ଜୱାନଙ୍କୁ ମୁତୟନ କରିବାକୁ ସେ ଦାବି କରିଛନ୍ତି ।

Comments
Post a Comment