କଳାପାହାଡ ଓ ନକଲି ଓଡିଆଙ୍କ ହାତରେ ମୁଖ୍ୟମନ୍ତ୍ରୀ ସଖୀ କଣ୍ଢେଇ: ଧର୍ମେନ୍ଦ୍ର ପ୍ରଧାନ




·      ନବୀନ ଓଡିଶାର ପରିଚୟ ବିଜେଡିର ୧୯ ବର୍ଷ ଶାସନ ଅହଙ୍କାରର ପ୍ରତିଫଳନ
·      ଯଦି ନବୀନ ଓଡିଶାର ପରିଚୟ ତେବେ ମହାପ୍ରଭୁ ଜଗନ୍ନାଥ କଣ?
·      ଓଡିଶାର କିଛି ନକଲି ଓଡିଆ ବର୍ଷକୁ ୧୦ ହଜାର କୋଟି ଟଙ୍କା ଲୁଟ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି
·      ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ଇଚ୍ଛାଶକ୍ତି ଓ ଗରିବ ଲୋକଙ୍କ ପ୍ରତି ଶ୍ରଦ୍ଧା ଓ ସଦିଚ୍ଛା ନଥିବାରୁ ଓଡିଶାର ଶିଶୁ ମୃତ୍ୟୁ ହାର, ଦାରିଦ୍ରତା, କୁପୋଷଣ ମାନକରେ ଓଡିଶା ତଳଆଡୁ ୧ ନମ୍ବର ୨ ନମ୍ବରରେ ରହୁଛି
·      ୧୯ ବର୍ଷର ଶାସନ ବିଫଳ ହୋଇଥିବା କାରଣରୁ ରାଜ୍ୟରେ ଗରିବୀ କମିବା ପରିବର୍ତେ ବଢୁଥିବାରୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ଲୋକ ଯୋଡା ହେଉଛନ୍ତି
·      ଭାରତ ସରକାରଙ୍କର ୯୦ କୋଟି ଟଙ୍କା ବିଗତ ୨ ବର୍ଷ ହେଲା ଖର୍ଚ୍ଚ ନହୋଇପାରି ଓଡିଶା ସରକାରଙ୍କ ସ୍କିଲ୍ ଇଣ୍ଡିଆରେ ପଡିରହିଛିି
·      ନକଲି ଓଡିଆ ଗ୍ଲୋବେଲ ପଚାର ଏଥର ଧୂଳି ଚାଟିବ
·      ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ଗୁଣ୍ଡାରାଜ ଓ ଆତଙ୍କ ସୃଷ୍ଟି କରିଛନ୍ତି
·      ବିଜେପି ସ୍ଥାନୀୟ ସରକାରର ସ୍ଥାଣୁତା, ଭ୍ରଷ୍ଟାଚାର, ଅପାରଗ, ମିଛୁଆର ଜନମତ ସୃଷ୍ଟି କରିବାରେ ସଫଳ ହୋଇଥିବା ବେଳେ ଏହି ଜନମତ ମୋଦିଙ୍କ ଉପରେ ଆସ୍ଥା ହୋଇ ପରିବର୍ତନର ରୂପ ନେବ
·      ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଯୁବପିଢୀ, ମହିଳା, ଆଦିବାସୀ, ଦଳିତ, ଗରିବ ଶେଣୀର ଲୋକମାନେ ଅଧିକ ସଂଖ୍ୟାରେ ଭୋଟ ଦାନ କରିବାକୁ ଆହ୍ୱାନ
ଭୁବନେଶ୍ୱର, ତା.୨୭/୦୪: ଦଳେ କଳାପାହାଡଙ୍କ ହାତରେ ମୁଖ୍ୟମନ୍ତ୍ରୀ ସଖୀ କଣ୍ଢେଇ ସାଜିଛନ୍ତି । ଓଡିଶାର ପରିଚୟ ନବୀନ ବୋଲି ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ କହୁଛନ୍ତି । ୭୦ ଦଶକରେ ଏକଛତ୍ରବାଦୀ ଶାସନ କଂଗ୍ରେସ ଲାଗୁ କରିବା ସମୟରେ ତତକାଳୀନ କଂଗ୍ରେସର ସଭାପତି ଦେବକାନ୍ତ ବୋରୁଆ “ଇନ୍ଦିରା ଇଜ୍ ଇଣ୍ଡିଆ, ଇଣ୍ଡିଆ ଇଜ୍ ଇନ୍ଦିରା” ମନ୍ତବ୍ୟ ଦେଇଥିଲୋ ନବୀନଙ୍କର ଏପରି ମନ୍ତବ୍ୟ ତାଙ୍କର ସ୍ୱେଚ୍ଛାଚାରୀତା ଓ ଏକଚାଟିଆ ମନୋବୃତିକୁ ପଦାରେ ପକାଇ ଦେଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର କିଛି ନକଲି ଓଡିଆ ବର୍ଷକୁ ୧୦ ହଜାର କୋଟି ଟଙ୍କା ଲୁଟ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି । ସେମାନେ ପ୍ରତିପକ୍ଷକୁ ସୁଯୋଗ                 

ନଦେଇ ପାର୍ ହୋଇଯିବେ ବୋଲି ଭାବୁଛନ୍ତି । ନଖକାଟି ଶହୀଦ ହେବା ପାଇଁ ନବୀନ ବାବୁ ଯେଉଁ ସୁଆଙ୍ଗ କରୁଛନ୍ତି ତାହାକୁ ରାଜ୍ୟବାସୀ ଜାଣିଗଲେଣି ବୋଲି ସେ କହିଛନ୍ତି । 
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଆ ସଂସ୍କୁତି ଓ ଓଡିଆ ଭାବାବେଗକୁ ବୁଝିପାରୁନଥିବା କଳାପାହାଡ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ଦାରୁର ବିଗ୍ରହ ଭାବିଥିଲା । ମାତ୍ର ମହାପ୍ରଭୁ ଜଗନ୍ନାଥ ଦାରୁର ବିଗ୍ରହ ନୁହେଁ, ବ୍ରହ୍ମ ଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ପରିଚୟ ନବୀନ ବୋଲି ମୁଖ୍ୟମନ୍ତ୍ରୀ ପ୍ରଚାରରେ କହୁଛନ୍ତି । ପାଦତଳୁ ମାଟି ଆସେ ଏପ୍ରକାର ହତାଶର ମନ୍ତବ୍ୟ ଆସେ । ଏହା ବିଜେଡିର ୧୯ ବର୍ଷ ଶାସନ ଅହଙ୍କାରର ପ୍ରତିଫଳନ । ନବୀନ ଯଦି ଓଡିଶାର ପରିଚୟ ତେବେ ମହାପ୍ରଭୁ ଜଗନ୍ନାଥ, ମହାପ୍ରଭୁ ଲିଙ୍ଗରାଜ, ମାଁ ସମଲେଶ୍ୱରୀ, ଧର୍ମପଦ, ଚାଖି ଖୁଂଟିଆଙ୍କ ବଳିଦନ, ଚିଲିକା ହ୍ରଦ, ସମୁଦ୍ର କୂଳ, କୋଣାର୍କ ମନ୍ଦିର, ସମ୍ବଲପୁର ଶାଢୀ କଣ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଯେତେବେଳେ ପ୍ରଜାତନ୍ତ୍ରରେ ଶାସକ ସ୍ୱେଚ୍ଛାଚାରୀ ହୋଇଯାଏ ସେ ଭାବେ ଦୁନିଆ ମୋ ଠୁ ଆରମ୍ଭ ହେଉଛି ଏବଂ ଦୁନିଆ ମୋଠୁ ଶେଷ ହେଉଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧୯ ବର୍ଷର ସ୍ଥାୟୀ ଓ ନିର୍ଣ୍ଣାୟକ ସରକାରର ଦାୟିତ୍ୱ ଥିଲା । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ଇଚ୍ଛାଶକ୍ତି ନଥିବାରୁ, ଗରିବ ଲୋକଙ୍କ ପ୍ରତି ଶ୍ରଦ୍ଧା ଓ ସଦିଚ୍ଛା ନଥିବାରୁ ଓଡିଶାର ଶିଶୁ ମୃତ୍ୟୁ ହାର, ଦାରିଦ୍ରତା, କୁପୋଷଣ ମାନକରେ ଓଡିଶା ତଳଆଡୁ ୧ ନମ୍ବର ୨ ନମ୍ବରରେ ରହୁଛି ।ଏତେ ସମୟ ଦାୟିତ୍ୱ ରହିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଓଡିଆ ଲୋକଙ୍କୁ ଠକିଲେ ବୋଲି  ଶ୍ରୀ ପ୍ରଧାନ ପରିପ୍ରକାଶ କରିଛନ୍ତି । 
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ମୋଦି ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ୨୯ ଟଙ୍କା ଦେଇ ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଟଙ୍କିକିଆ ଚାଉଳ ଉପଲବ୍ଧ କରାଇଲେ । ଏଥିରେ ନବୀନ ବାବୁ ୨୩ ଲକ୍ଷ ଲୋକଙ୍କୁ ଯୋଡିଥିବା ବେଳେ ଦୁଇଟି ଅନ୍ତଃ ବିରୋଧ କଥା ଏଥିରୁ ସ୍ପଷ୍ଟ ହେଉଛି । ୧୯ ବର୍ଷର ଶାସନ ବିଫଳ ହୋଇଥିବା କାରଣରୁ ରାଜ୍ୟରେ ଦାରିଦ୍ରତା କମିବା ପରିବର୍ତେ ବଢିଛିା ସେଥିପାଇଁ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ଲୋକ ଯୋଡା ହେଉଛନ୍ତି । ନଖ କାଟି ଶହୀଦ ହେବାର ସୁଆଙ୍ଗ ନବୀନ ବାବୁଙ୍କୁ ଜଣା ବୋଲି ସେ କହିଛନ୍ତି ।
ସେହିପରି ଭାରତ ସରକାରଙ୍କର ୯୦ କୋଟି ଟଙ୍କା ବିଗତ ୨ ବର୍ଷ ହେଲା ଖର୍ଚ୍ଚ ନହୋଇପାରି ଓଡିଶା ସରକାରଙ୍କ ସ୍କିଲ୍ ଇଣ୍ଡିଆରେ ପଡିରହିଛିି । ହିଟଲର୍ଙ୍କ ପ୍ରଚାର ମନ୍ତ୍ରୀ ଗୋବେଲକୁ ଗୋଟିଏ ମିଛ ୧୦୦ ଥର ଯୋର ଯୋର କହି ସତ କହିବାର ଅପଚେଷ୍ଟା କରିଥିଲେ । ନକଲି ଓଡିଆର ଗ୍ଲୋବେଲ ଲୋକମାନେ ଏଥର ଧୂଳି ଚାଟିବେ ବୋଲି ସେ କହିଛନ୍ତି ।
ଗଣମାଧ୍ୟମ ପ୍ରତିନିିିଙ୍କ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ଦଳ ବଳ ଧରି ଡେରା ପକାଇଛନ୍ତି । ସେଠାରେ ଗୁଣ୍ଡାରାଜ ଓ ଆତଙ୍କ ସୃଷ୍ଟି କରିଛନ୍ତି । ତେବେ  ଏଥର କେନ୍ଦ୍ରାପଡା ନିର୍ବାଚନ ଲଢୁଛି । କେନ୍ଦ୍ରାପଡାର ନିର୍ବାଚନ ଏଥର ଓଡିଶା ନିର୍ବାଚନରେ ନୂଆ ଅଧ୍ୟାୟ ତିଆରି କରିବ । ସେଠାରେ ବିଜେପି ବିଜୟ ହାସଲ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ  ଓଡିଶାରେ ୨୯ ମାର୍ଚ୍ଚରୁ ୨୭ ଅପ୍ରିଲ ପର୍ଯ୍ୟନ୍ତ ୧୧୭ଟି ଜନସଭାକୁ ସମ୍ବୋଧିତ କରିବା ପାଇଁ ସେ ୧୧୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଗସ୍ତ କରିଛନ୍ତି ।  ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ବୁଥ ସ୍ତରର କାର୍ଯ୍ୟକର୍ତାଙ୍କୁ ନେଇ  ବିଜେପି ପକ୍ଷରୁ ନିର୍ବାଚନ ଲଢାଯାଇଛି । ଗତ ୫ ବର୍ଷରେ ନରେନ୍ଦ୍ର ମୋଦିଙ୍କ ଦାୟିତ୍ୱ ଓ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ହେଲେ କେଉଁ ସବୁ ଗରିବ କଲ୍ୟାଣ ଯୋଜନା କରାଯିବ

 ସେ ନେଇ ସାଢେ ୪ କୋଟି ଓଡିଆଙ୍କ ନିକଟରେ ଦଳ ତରଫରୁ ପ୍ରସ୍ତାବିତ ଚିଠି ଉପସ୍ଥାପିତ କରାଯାଇଛି ।  ନିର୍ବାଚନ ଇସ୍ତାହାର ସଂକଳ୍ପ ପତ୍ରରେ ମଧ୍ୟ ଏ ବିଷୟରେ ଉଲ୍ଲେଖ କରାଯାଇଛି ।
ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ବର୍ଷରେ କଣ କଲେ ତାହାର ହିସାବ ଦେଲେନାହିଁ ଓ ଆଗାମୀ ୫ ବର୍ଷ ପାଇଁ କଣ ଯୋଜନା କରିବେ ସେ ସମ୍ପର୍କରେ ମଧ୍ୟ ମୁହଁ ଖୋଲିଲେ ନାହିଁ । କେବଳ ଦୁଇଟି ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢୁଛନ୍ତି । ନରେନ୍ଦ୍ର ମୋଦି ଓ ପରିବର୍ତନ ଶବ୍ଦ ଶୁଣିଲେ ମୁଖ୍ୟମନ୍ତ୍ରୀଙ୍କୁ ଅସହ୍ୟ ହେଉଛି । ନରେନ୍ଦ୍ର ମୋଦିଙ୍କୁ ଓଡିଆ ଲୋକମାନେ ଆଶୀର୍ବାଦ କରି ଏଥର ରାଜ୍ୟରେ ବିଜେପି ସରକାର ହେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ତେବେ ବିଜେପି ସ୍ଥାନୀୟ ସରକାରର ସ୍ଥାଣୁତା, ଭ୍ରଷ୍ଟାଚାର, ଅପାରଗ, ମିଛୁଆର ଜନମତ ସୃଷ୍ଟି କରିବାରେ ସଫଳ ହୋଇଛି । ଏହି ଜନମତ ମୋଦିଙ୍କ ଉପରେ ଆସ୍ଥା ହୋଇ ପରିବର୍ତନର ରୂପ ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଓଡିଶାର ତିନୋଟି ନିର୍ବାଚନ ପର୍ଯ୍ୟାୟରେ ୭୦ ପ୍ରତିଶତରୁ ଅଧିକ ଭୋଟ ଦେଇଥିବା ନାଗରିକଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜ୍ଞାପନ କରିବା ସହ ଚତୁର୍ଥ ପର୍ଯ୍ୟାୟରେ ନୂଆପିଢୀ ବିଶେଷତଃ ଯୁବପିଢୀ ମହିଳା, ଆଦିବାସୀ, ଦଳିତ, ଗରିବ ଶେଣୀର ଲୋକମାନେ ଅଧିକ ସଂଖ୍ୟାରେ ଭୋଟ ଦାନ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ପ୍ରଜାତନ୍ତ୍ରରେ ଭୋଟ ଏକ ଅମୂଲ୍ୟ ସମ୍ପଦ । ତେଣୁ ଏହି ଅମୂଲ୍ୟ ସମ୍ପଦକୁ ଉପଯୋଗ କରିବାକୁ ସେ ଆହ୍ୱାନ କରିଛନ୍ତି । ଏତଦବ୍ୟତିତ ନିର୍ବାଚନ ପ୍ରଚାରରେ ଲାଗିଥିବା ପକ୍ଷ ପ୍ରତିପକ୍ଷ ଓ ଅନ୍ୟାନ୍ୟ ଲୋକମାନଙ୍କୁ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନିରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ବିଜେପିର ମୁଖପାତ୍ର ଗୋଲକ ମହାପାତ୍ର ଏବଂ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତଥିଲେ ।

Comments