କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀରୁ ତୁରନ୍ତ ବିଜେଡିର ବାହୁବଳି ମନ୍ତ୍ରୀ, ବିଧାୟକ, ବିଜୁ ଯୁବ ବାହିନୀର ଗୁଣ୍ଡାମାନଙ୍କୁ ବାହାର କରାଯାଉ : ବିଜେପି



ଭୁବନେଶ୍ୱର, ତା ୨୭/୦୪: ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ସମସ୍ତ ୬ଟି ଲୋକସଭା ମଣ୍ଡଳୀ ଏବଂ ୪୨ଟି ବିଧାନସଭା ମଣ୍ଡଳୀରେ ବିଜେଡି ଦଳର ୯୭ ଜଣ ବାହୁବଳି  ମନ୍ତ୍ରୀ ଓ ବିଧାୟକ ଆସ୍ଥାନ ପକାଇ ନିର୍ବାଚନ ପ୍ରଚାରରେ ମାତିଛନ୍ତି । ଦେଶର ଆଦର୍ଶ ନିର୍ବାଚନ ଆଚରଣ ନିୟମ ବିଧି  ଭାଗ ୮ ଅନୁଯାୟୀ ନିର୍ବାଚନର ୪୮ ଘଟାଂ ପୂର୍ବରୁ ଯେଉଁମାନେ ଏହି ନିର୍ବାଚନ ମଣ୍ଡଳୀର ଭୋଟର ନୁହଁନ୍ତି  ସେମାନେ ତୁରନ୍ତ ସେହି ଅଂଚଳକୁ ଛାଡିବା କଥା । ହେଲେ ସେ ଦୃଷ୍ଟିରୁ ମୁଖ୍ୟ ନିର୍ବାଚନ ଅଧିକାରି କିଛି ପଦକ୍ଷେପ ନେଉନାହାନ୍ତି । ବିଶେଷ କରି କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ପ୍ରତି ବିଧାନସଭା କ୍ଷେତ୍ରରେ ବିଜେଡିର ବାହୁବଳି ଓ କଳାଟଙ୍କାରେ ବଳିୟାନ ନେତାମାନେ ପୁରା ପ୍ରଚାର ଦାୟୀତ୍ୱ ନେଉଛନ୍ତି । ନିର୍ବାଚନ ପ୍ରକିୟାକୁ ପ୍ରଭାବିତ କରି ଭୟଭିତ କରାଇବା ସହ ଟଙ୍କା ବାଂଟିବା ଭଳି ବେନିୟମ କାମ କରୁଛନ୍ତି ଏହି ବିଜେଡିର ବାହୁବଳି ନେତା ମାନେ । ଏମାନଙ୍କୁ କାଢିବା ପାଇଁ  ମୁଖ୍ୟ ନିର୍ବାଚନ ଅଧିକାରିଙ୍କୁ କେଉଁ ଅଧିକାରୀମାନଙ୍କୁ କେଉଁଠି ଦାୟୀତ୍ୱ ଦିଆଯାଇଛି ସେହି ତାଲିକା ପୂର୍ବରୁ ମଗାଯାଇଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ତାହା ପ୍ରସ୍ତୁତ  କରାଯାଇନାହିଁ । ତୁରନ୍ତ ବିଜେଡିର ବାହୁବଳି ମନ୍ତ୍ରୀ, ବିଧାୟକ, ବିଜୁ ଯୁବ ବାହିନୀର ଗୁଣ୍ଡାମାନଙ୍କୁ ନିର୍ବାଚନ ହେଉଥିବା ସମସ୍ତ ନିର୍ବାଚନ ମଣ୍ଡଳିରୁ ବାହାର କରାଯାଉ ଏହା ଦାବିରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛନ୍ତି ।

ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଏବଂ ସମ୍ବେଦନଶିଳ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀରେ ତୁରନ୍ତ ବିଜୁ ଜନତା ଦଳର ମନ୍ତ୍ରୀ , ବିଧାୟକ, ବିଜୁ ଯୁବ ବାହିନୀର ସଦସ୍ୟ ଏବଂ ଭୋଟର  ଲିଷ୍ଟ ନଥିବା ଭୋଟରମାନଙ୍କୁ  ଏହି ଅଚଂଳରୁ  ତୁରନ୍ତ କାଢିବାକୁ  ଏହି ପ୍ରତିନିଧି ଦଳ ଦାବି କରିଛି । ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ଶ୍ରୀ ରମାରଂଜନ ବଳିଆରସିଂ ଏବଂ ନିର୍ବାଚନ ପ୍ରକୋଷ୍ଠର ଆବାହକ ଶ୍ରୀ ରବିଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ  ।

Comments