ଜେହାଦ ନାମରେ ଆଇଏସଆଇଏସରେ ଯୋଗ ଦେଇଥିବା ୧୦୦ ଜଣ ଆଇଏସ୍ଆଇଏସ୍ ମଡ୍ୟୁଲ ବା ସମର୍ଥକଙ୍କୁ ସୁରକ୍ଷାକର୍ମୀ ଗରିଫ କରିଛି

ଶ୍ରୀଲଙ୍କା ପରେ ଏବେ ଭାରତ ଉପରେ ଆଇଏସଆଇଏସ୍ର ନଜର
ନୂଆଦିଲ୍ଲୀ, ୨୬/୪  : ଶ୍ରୀଲଙ୍କାରେ ଗତ ୨୧ ତାରିଖ ରବିବାର ଦିନ ଇଷ୍ଟର ରବିବାର ଅବସରରେ ରାଜଧାନୀ କଲମ୍ବୋରେ ଥିବା ୩ଟି ଭିନ୍ନ ଭିନ୍ନ ଚର୍ଚ୍ଚରେ ସିରିଅଲ ବୋମା ବିସ୍ଫୋରଣ କରି ପ୍ରାୟ ସାଢ଼େ ୩ଶହରୁ ଅଧିକ ଲୋକଙ୍କୁ ହତ୍ୟା କରାଇଥିବା ବିଶ୍ୱର ଦୁର୍ଦ୍ଧଷ ଆତଙ୍କବାସୀ ସଂଗଠନ ଇସଲାମିକ ଷ୍ଟେଟ୍ ଅଫ୍ ଇରାନ ଆଣ୍ଡ ସିରିଆ (ଆଇଏସ୍ଆଇଏସ୍)ର ନଜର ଏବେ ଭାରତ ଉପରେ ପଡ଼ିଛି  । ସେ ଏଠାରେ ହିଂସାକାଣ୍ଡ ଓ ସିରିଆଲ ବୋମା ବିସ୍ଫୋରଣ କରାଇ ନିରୀହ ଲୋକଙ୍କ ରକ୍ତରେ ହୋଲି ଖେଳିବାକୁ ଚାହୁଁଛି  । ଏଥିପାଇଁ ସୁଦୂର ସିରିଆ ଏବଂ ଆଫଗାନିସ୍ତାନରୁ ବେକାର ଯୁବକମାନଙ୍କୁ ସଂଗଠିତ କରି ସେମାନଙ୍କୁ ଆତଙ୍କବାଦୀ ତାଲିମ ଦେଉଛି ବୋଲି ଗୁଇନ୍ଦା ବିଭାଗ ସତର୍କ କରାଇଦେଇଛି  । ତେବେ କାମ ଅନ୍ୱେଷଣରେ ହେଉ ବା ଜେହାଦରେ ସାମିଲ ହେବା ପାଇଁ ସିରିଆ ଓ ଆଫଗାନିସ୍ତାନରେ ବସବାସ୍ କରୁଥିବା ବେକାର ଯୁବକମାନଙ୍କୁ ଆଇଏସ୍ଆଇଏସ୍ ବିପୁଳ ସଂଖ୍ୟାରେ ନିଜ ସଂଗଠନରେ ସାମିଲ କରୁଛି  । ସେମାନଙ୍କୁ ଆଧୁନିକ ଅସ୍ତ୍ରଶସ୍ତ୍ର ଚାଳାନା କରିବା ଏବଂ ଦେହରେ ବିସ୍ଫୋରକ ଲଗାଇ ଆତ୍ମଘାତୀ ଆକ୍ରମଣ କରିବାକୁ ତାଲିମ ଦିଆଯାଉଛି ବୋଲି ଗୁଇନ୍ଦା ବିଭାଗ କହିଛି  । ନିକଟ ଅତୀତରେ ଭାରତରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଗିରଫ ହୋଇଥିବା ଆଇଏସ୍ଆଇଏସ୍ ମଡ୍ୟୁଲଙ୍କୁ ପଚରାଉଚରା ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି ବୋଲି ଗୁଇନ୍ଦା ବିଭାଗ ଦର୍ଶାଇଛି  । ତେଣେ ବିଗତ ୫ରୁ ୬ ବର୍ଷ ମଧ୍ୟରେ ଇସ୍ଲାମୀୟ ମୌଳବାଦୀଙ୍କ ପ୍ରରୋଚନାରେ ଜେହାଦ ନାମରେ ଆଇଏସଆଇଏସରେ ଯୋଗ ଦେଇଥିବା ୧୦୦ ଜଣ ଆଇଏସ୍ଆଇଏସ୍ ମଡ୍ୟୁଲ ବା ସମର୍ଥକଙ୍କୁ ସୁରକ୍ଷାକର୍ମୀ ଗରିଫ କରିସାରିଥିବା ଗୁଇନ୍ଦା ବିଭାଗ କହିଛି  । ଏଣୁ ଏଥିପ୍ରତି ସର୍ତକ ରହିବାକୁ ଗୁଇନ୍ଦା ବିଭାଗ ସତର୍କ କରାଇଛି  ।

Comments