ପୁଞ୍ଚ ସେକ୍ଟରରେ ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ


ଶ୍ରୀନଗର, ୨୮/୪  : ଜମ୍ମୁ-କାଶ୍ମୀରରେ କିଛି ଦିନର ଶାନ୍ତି ପରେ ରବିବାର ପୁଣି ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି  । ପୁଞ୍ଚ ସେକ୍ଟରରେ ପାକିସ୍ତାନୀ ରେଞ୍ଜର୍ସ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ  । ରବିବାର ସକାଳୁ ସୀମା ନିକଟବର୍ତ୍ତୀ ଭାରତୀୟ ପୋଷ୍ଟ ଓ ଭାରତୀୟ ଜନବସତି ଆଡକୁ ପାକ୍ ରେଞ୍ଜର୍ସ ଗୁଳିମାଡ଼ କରିଥିଲେ  । ଏହାର ଜବାବରେ ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା  । ସେପଟେ ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ତଲାସୀ ଚାଳିଥିଲାବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି  । ସିଆରପିଏଫ୍, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ପୁଲିସର ସ୍ୱତନ୍ତ୍ର ଟିମ୍ ମିଳିତ ଭାବେ ଏହି ଅଞ୍ଚଳରେ ‘ସର୍ଚ୍ଚ ଆଣ୍ଡ ଡେଷ୍ଟ୍ରୟ ଅପରେସନ’ ଚଳାଇଥିଲେ  । ଏହି ଅପରେସନରେ ଗୋଟିଏ ବଗିଚାରେ ଲୁଚାଯାଇଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ରକୁ ଜବତ କରିଥିବା ସେନା ସୂତ୍ରରୁ ପ୍ରକାଶ  ।

Comments