ଜମ୍ମୁ-କାଶ୍ମୀର, ୨୪/୪ : ଜମ୍ମୁ-କାଶ୍ମୀରରେ ଏଲ୍ଓସି ଟ୍ରେଡ୍ ରୁଟ୍କୁ ହାତେଇବାକୁ ଆରମ୍ଭ କରିଛନ୍ତି ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଉଥିବା ଟେରରଫଣ୍ଡିଂ ଗ୍ରୁପ୍ । ଏଭଳି ସୂଚନା ଦେଇଛି ଗୁଇନ୍ଦା ବିଭାଗ । ଗୁଇନ୍ଦା ବିଭାଗର ସୂଚନାନୁଯାୟୀ,ଏହି ଟ୍ରେଡ୍ ରୁଟ୍ରେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ସହିତ ହାତ ମିଳାଇ ଘାଟିରେ ଆତଙ୍କବାଦକୁ ପ୍ରୋତ୍ସାହନ ପାଇଁ ବିଚ୍ଛିନ୍ନତାବାଦୀ ନେତାଙ୍କ ଜରିଆରେ ପାଣ୍ଠି ଯୋଗାଇ ଆସୁଥିବା ୧୦ ଜଣ ଆତଙ୍କବାଦୀ ଏବେ ଏଲ୍ଓସି ଟ୍ରେଡ୍ ରୁଟ୍ରେ ସାମିଲ ରହି ବେପାର କରିବା ଆଳରେ ଘାଟି ମଧ୍ୟକୁ ପ୍ରବେଶ କରୁଛନ୍ତି । ତେବେ ଯେଉଁ ୧୦ ଜଣ ଆତଙ୍କବାଦୀଙ୍କୁ ଗୁଇନ୍ଦା ବିଭାଗ ଏଲଓସି ରୁଟ୍ ଟ୍ରେଡର ବା ବେପାରୀଙ୍କୁ ଚିହ୍ନଟ କରିଛି ସେମାନଙ୍କ ମଧ୍ୟରେ ବର୍ତ୍ତମାନ ପାକିସ୍ତାନର ରାୱଲପିଣ୍ଡିରେ ରହୁଥିବା ମେହରାଜୁଦ୍ଦିନ ଭଟ୍ଟ, ନଜିର ଅମମ୍ମଦ ଭଟ୍ଟ, ବସରତ ଅହମ୍ମଦ ଭଟ୍ଟ, ଶାକୌତ ଅହମ୍ମଦ, ନୂର ମୋହମ୍ମଦ, ଖୁର୍ସିଦ ଇମତିଆଜ ଅହମ୍ମଦ, ଆମିର, ଏଜାଜ ରହମାନୀ ଏବଂ ଶବୀର ଇଲାହୀ ଆଦି ପାକିସ୍ତାନୀ ନାଗରିକ ରହିଥିବା ଗୁଇନ୍ଦା ବିଭାଗ ଉଲ୍ଲେଖ କରିଛି । ସେପଟେ ନିର୍ବାଚନ ସମୟରେ ସୁରକ୍ଷା ଦୃଷ୍ଟିରୁ ଏଲ୍ଓସିରେ ବେପାର ବାଣିଜ୍ୟ ରଖାଯାଇଥିବାରୁ ଏହାକୁ ସ୍ଥାନୀୟ ବେପାରୀମାନେ ବିରୋଧ କରି ଗତ ୨୨ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Comments
Post a Comment