
ଭୁବନେଶ୍ୱର,ତା ୨୯/୦୪: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୬ଟି ଜିଲ୍ଲାର ଜିଲ୍ଲାପାଳ ଅସହଯୋଗ କରିବା ସହ ନିଷ୍କ୍ରିୟତା ଭାବେ କାର୍ଯ୍ୟ କରୁଛନ୍ତି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ସଂପର୍କରେ ବିଜେପି ପ୍ରତିନିଧୀ ଦଳ ବାରମ୍ବାର ଅଭିଯୋଗ କରିବା ପରେ ବି ଜିଲ୍ଲାପାଳ ମାନେ ନିଦାବିଷ୍ଣୁ ସାଜିଛନ୍ତି । ମୟୁରଭଂଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାପାଳମାନେ ଶାସକ ଦଳର ଇଙ୍ଗିତରେ କାର୍ଯ୍ୟ କରି ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଚାଲିଛନ୍ତି ।
ଜିଲ୍ଲାପାଳମାନେ ପୋଲିଂ ଅଧିକାରୀମାନଙ୍କୁ ପୋଷ୍ଟାଲ ବାଲାଟ ପେପର ଯୋଗାଇ ଦେବାରେ ଫେଲ୍ ମାରିଛନ୍ତି । ଏହି ୬ଟି ଜିଲ୍ଲାର ଜିଲ୍ଲାପାଳ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି । ଦିବ୍ୟାଙ୍ଗମାନଙ୍କ ପାଇଁ ହ୍ୱିଲ ଚେୟାର, ପିଇବା ପାଣି ଆଦି ମୋ÷÷ଳିକ ସୁବିଧା ଏହି ଜିଲ୍ଲାପାଳମାନେ ବୁଥ ମାନଙ୍କରରେ ଯୋଗାଇ ପାରିନାହାଁନ୍ତି । ଅନେକ ବୁଥଶାସକ ଦଳ ଗୁଣ୍ଡମାନଙ୍କ ଦ୍ୱାରା ବୁଥ ରିଗିଂ, କ୍ୟାପଚରିଂ ହେବା ସହ ବିଜେପିର ବୁଥ ଏଜେଂଟ ଓ କର୍ମୀମାନଙ୍କ ଉପରେ ଆକ୍ରମଣ ହେଉଥିଲେ ବି ଜିଲ୍ଲାପାଳ ନୀରବଦ୍ରଷ୍ଟା ସାଜିଛନ୍ତି । ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୁଖ୍ୟ ନିର୍ବାଚନ କମିଶନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
Comments
Post a Comment