ବିଜେପି ସରକାର ଆସିଲେ ୯୦ ଦିନ ଭିତରେ ଚିଟଫଣ୍ଡ ଚୋରଙ୍କୁ ବାଛି ବାଛି ଜେଲ ପଠାଯିବ : ଅମିତ ଶାହା


      ଓଡିଶାକୁ ଦରକାର ଜଣେ ୨୪ ଘଂଟାରୁ ୧୮ ଘଂଟା କାମ କରୁଥିବା ମୁଖ୍ୟମନ୍ତ୍ରୀ
·      ଓଡିଆରେ କଥା ହୋଇପାରୁନଥିବା ମୁଖ୍ୟମନ୍ତ୍ରୀ, ଭଷ୍ଟାଚାର ଏବଂ ଦୁର୍ନୀତିରେ ଲିପ୍ତ ଥିବା ସରକାରକୁ ଉପାଡି ଫିଙ୍ଗିବାକୁ ଆହ୍ୱାନ
·      ରାଜ୍ୟରେ ବିଜେପି ସରକାର ଆସିଲେ ପ୍ରଥମେ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଯିବ
·      ମୋଦି ସରକାର ଦେଶର ୭ କୋଟି ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ଦେଇଛନ୍ତି
·      ୨ କୋଟି ଗରୀବଙ୍କ ଘରେ  ବିଜୁଳି ପହଂଚାଇଛନ୍ତି । ୨.୫ କୋଟି ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାର କାର୍ଯ୍ୟ କରିଛନ୍ତି
·      ୮ କୋଟି ଗରିବଙ୍କ ଘରେ ଶୌଚାଳୟ ତିଆରି ହୋଇଛି
·      ଖଣି ଅଂଚଳର ଆଂଚଳିକ ବିକାଶ ପାଇଁ ଡିଏମଏଫ ମାଧ୍ୟମରେ ୬ ହଜାର କୋଟି ଟଙ୍କା ମିଳିଛି
·      ମୟୁରଭଂଜରେ ଅନେକ ପର୍ଯ୍ୟଟନ ସ୍ଥାନ ଥିବା ସତ୍ୱେ ତାହାର ବିକାଶ ହୋଇନାହିଁ
·      ଏବେ ଓଡିଶା ହିଂସାର ସ୍ଥାନ ପାଲଟିଛି । ନବୀନ ବାବୁଙ୍କ ଇଙ୍ଗିତରେ ବିଗତ ଦିନରେ ରାଜ୍ୟରେ ୨୦ରୁ ଉଦ୍ଧ୍ୱର୍ ବିଜେପି କାର୍ଯ୍ୟକର୍ତାଙ୍କ ଉପରକୁ ଆକ୍ରମଣ ହୋଇଛି । ୧୦ରୁ ଅଧିକ ବିଜେପି କାର୍ଯ୍ୟକର୍ତାଙ୍କୁ ହତ୍ୟା କରାଯାଇଛି ।

ମୟୁରଭଂଜ/ଭୁବନେଶ୍ୱର, ତା ୨୭/୦୪: ଗତ ସାଢେ ୪ ମାସରେ ମୁଁ ୨୬୨ ଲୋକସଭା କ୍ଷେତ୍ରରେ ପହଂଚି ସାରିଛି । ସାରା ଦେଶରେ କେବଳ ଗୋଟିଏ ନାରା ଶୁଣିବାକୁ ମିଳୁଛି ମୋଦି ମୋଦି । ପୂରା ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ବନାଇବା ପାଇଁ ନିଷ୍ପତି ନେଇସାରିଛି । କେବଳ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ବନାଇଲେ ବେହନାହିଁ, ଭ୍ରଷ୍ଟାଚାର ବିଜୁ ଜନତା ଦଳ ସରକାରକୁ ରାଜ୍ୟରୁ ଉପାଡି ଫିଙ୍ଗିବାକୁ ପଡିବ । ଏକୁଟିଆ ମୋଦିଜୀ ଓଡିଶାର ବିକାଶ କରିପାରିବେ ନାହିଁ । ଏଥିପାଇଁ ରାଜ୍ୟରେ ଏକ ମଜବୁତ ନେତୃତ୍ୱ ଦରକାର । ଓଡିଆ ଭାଷାରେ କଥା ହୋଇପାରୁନଥିବା ମୁଖ୍ୟମନ୍ତ୍ରୀ, ଭଷ୍ଟାଚାର ଏବଂ ଦୁର୍ନୀତିରେ ଲିପ୍ତ ଥିବା ସରକାରକୁ ଉପାଡି ଫିଙ୍ଗିବାକୁ କହିଛନ୍ତି । ଓଡିଶାରେ ବିଜେପିର ରାଲିକୁ ଦେଖି ବିଜେଡିର ନେତା ଏବଂ ବାବୁମାନଙ୍କର ନିଦ ହଜିଯାଇଛି । ସେମାନେ ଜାଣିସାରିଲେଣି କି, ରାଜ୍ୟରେ ବିଜେପି ସରକାର ହେବାକୁ ଯାଉଛି ବୋଲି ମୟୁରଭଂଜ ମୋରଡାଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ କହିଛନ୍ତି
ଶ୍ରୀ ଶାହା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ବର୍ଷ ଭିତରେ କେବେ ଗୋଟିଏ ବି ଛୁଟି ନେଇ ନାହାଁନ୍ତି । ୨୪ ଘଂଟାରୁ ୧୮ ଘଂଟା କାମ କରୁଥିବା ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି । ମୋଦି ସରକାର ଦେଶର ୭ କୋଟି ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ଦେଇଛନ୍ତି । ୨ କୋଟି ଗରୀବଙ୍କ ଘରେ  ବିଜୁଳି ପହଂଚାଇଛନ୍ତି । ୨.୫ କୋଟି ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାର କାର୍ଯ୍ୟ କରିଛନ୍ତି । ୮ କୋଟି ଗରିବଙ୍କ ଘରେ ଶୌଚାଳୟ ପ୍ରଦାନ କରି ସମ୍ମାନର ସହ ବଂଚିବାର କାର୍ଯ୍ୟ ଏହି ମୋଦି ସରକାର କରିଛନ୍ତି । ମୋଦି ସରକାର  ୫୦ କୋଟି ଗରିବଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅନୁସାରେ ୫ଲକ୍ଷ ପର୍ଯ୍ୟନ୍ତ ଅର୍ଥ ଯୋଗାଇବାର କାର୍ଯ୍ୟ କରିଛନ୍ତି । ଆଜି ପର୍ଯ୍ୟନ୍ତ ଏହି ଯୋଜନା ମାଧ୍ୟମରେ ମାଗଣାରେ ୨୩ ଲକ୍ଷରୁ ଉଦ୍ଧ୍ୱର୍  ଅପରେସନ କରାଯାଇଛି । କିନ୍ତୁ ଦୁର୍ଭଗ୍ୟର କଥା ଓଡିଶାର କେହି ବି ଗରିବ ଏଥିରେ ସାମିଲ ହୋଇନାହାଁନ୍ତି । ନବୀନ ବାବୁ ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ ଲାଗୁ କରିବାକୁ ଚାହୁଁ ନାହାଁନ୍ତି । କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିଲେ ପ୍ରଥମେ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ କରାଯିବ ।
ଦେଶର ସୁରକ୍ଷାକୁ ସୁନିଶ୍ଚିତ କରିବା କାର୍ଯ୍ୟ ମୋଦି ସରକାର କରିଛନ୍ତି । ୧୦ ବର୍ଷ କଂଗ୍ରେସ ସରକାରରେ ପାକିସ୍ତାନରୁ କେହି ବି  ଆଲିଆ, ମାଲିଆ, ଜମାଲିଆ ଭାରତରେ ପଶି ଆମ ଜବାନଙ୍କ ମୁଣ୍ଡ କାଟି ନେଇଯାଉଥିଲେ । ଏହା ସତ୍ୱେ ବି ମନମୋହନ ସରକାର ଚୁପ୍ ରହୁଥିଲେ । ଏବେ ପୁଲୱାମାରେ ଆତଙ୍କବାଦ ହମଲା ହେବା ପରେ ମୋଦି ସରକାରଙ୍କ ନେତୃତ୍ୱରେ ବାୟୁସେନାର ଲଢାକୁ ବିମାନ ପାକିସ୍ତାନରେ ପଶି ଆତଙ୍କୀ କ୍ୟାମ୍ପକୁ ସଂପୂର୍ଣ୍ଣଭାବେ ଧ୍ୱସଂ କରିଥିଲା । ଏହା ପୂର୍ବରୁ ମୋଦି ସରକାର ପାକିସ୍ତାନରେ ସର୍ଜିକାଲଷ୍ଟ୍ରାଇକ କରିଥିଲେ । ପାକିସ୍ତାନ ଉପରେ ଆକ୍ରମଣ ପରେ ପାକିସ୍ତାନ ଏବଂ  ରାହୁଲ ବାବା ଏଣ୍ଡ କଂପାନୀ କାର୍ଯ୍ୟାଳୟରେ ରେ ସବୁଠୁ ଅଧିକ ନିରାଶା ଦେଖାଦେଇଥିଲା । କଂଗ୍ରେସ ନେତା ସାମପିଟ୍ରୋଡା କହୁଛନ୍ତି ବୋମା ନପକାଇ ସେମାନଙ୍କ ସହ ଆଲଚନା କର । ରାହୁଲ ବାବା ଏଣ୍ଡ କଂପାନୀ ଆତଙ୍କବାଦୀ ସହ ଆଲୋଚନା କରିବାକୁ କହୁଛନ୍ତି । କିନ୍ତୁ ନରେନ୍ଦ୍ର ମୋଦି ସରକାର ପୂରା ସ୍ପଷ୍ଟ ଅଛନ୍ତି । ସେପଟୁ ଗୁଳି ଆସିଲେ ପେଟୁ ଗୋଳାଯିବ ଏବଂ ଇଟାର  ଜବାବ ପଥରରେ ଦିଆଯିବ ବୋଲି ଶ୍ରୀ ଶାହା କହିଛନ୍ତି ।
ମୋଦି ସରକାର ଓଡିଶା ପାଇଁ ଅନକେ କାର୍ଯ୍ୟ କରିଛନ୍ତି । ଡିଏମଏଫ ମାଧ୍ୟମରେ ୬ ହଜାର କୋଟି ଆଦିବାସୀ କଲ୍ୟାଣ ପାଇଁ ମିଳିଛି । ଗତ ୫ ବର୍ଷ ମଧ୍ୟରେ ଓଡିଶାର ଭତିଭୂମି ସୁଦୃଢ ପାଇଁ ୩ ଲକ୍ଷ କୋଟି ଟଙ୍କା ଅନୁଦାନ ମିଳିଛି । ୧୦ କୋଟିରୁ ଉଦ୍ଧ୍ୱର୍ ଅର୍ଥରେ ସାଗରମାଳା ମାଧ୍ୟମରେ ୧୧ଟି ବିକାଶ ପରିଯୋଜନା କରାଯାଇଛି । ସେହିପରି ରାଜ୍ୟରେ ଆଇଆଇଏସ, ଆଇଆଇଏମ, ଆଇଆଇଟି, ଏମ୍ସ ଆଦି ଖୋଲିବାର କାର୍ଯ୍ୟ ବିଜେପି ସରକାର ହିଁ କରିଛି । ଅନ୍ୟପଟେ ବିଜେଡି ସରକାର ଚିଟଫଣ୍ଡରେ ଗରିବ ଲୋକଙ୍କ ହଜାର କୋଟି ଟଙ୍କା ବିଜେଡି ନେତା ଖାଇଯାଇଛନ୍ତି । ଓଡିଶାରେ ବିଜେପି ସରକାର ଆସିଲେ ୯୦ ଦିନ ଭିତରେ ଚିଟଫଣ୍ଡ ଘୋଟାଲାରେ ସଂପୃକ୍ତଥିବା ଜୋଷୀଙ୍କୁ ଜେଲକୁ ପଠାଯିବ ବୋଲି ଶ୍ରୀ ଶାହା କହିଛନ୍ତି । 
ଓଡିଶା ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ । ଓଡିଶା ସମୃଦ୍ଧ ହେଲା କିନ୍ତୁ ଓଡିଆ ଲୋକ ସମୃଦ୍ଧ ହୋଇପାରିଲେ ନାହିଁ । ଖଣିଜ ପଦାର୍ଥରେ ବିଜେଡି ଘୋଟାଲା କରିଛି । ଜଷ୍ଟିସ ଏମ.ଡି ଶାହା କମିଶନ ବସିବା ପରେ ରାଜ୍ୟ ସରକାର ସହେଯାଗ କଲେ ନାହିଁ । ହଜାର ହଜାର କୋଟି ଟଙ୍କା ବିଜେଡି ନେତା ଏବଂ ଓଡିଶା ସରକାରଙ୍କ ବାବୁ ଖାଇଗଲେ । ବିଜେପି ସରକାର ଆସିଲେ ଓଡିଶାର ପଇସା ଯେଉଁମାନେ ଖାଇଛନ୍ତିି ସେମାନଙ୍କୁ ଓଲଟା ଲଟକେଇକି ସିଧା ପଇସା ଆଦାୟ କରିବାର କାମ ବିଜେପି ସରକାର କରିବ ବୋଲି ଶ୍ରୀ ଶାହା କହିଛନ୍ତି ।
ଶ୍ରୀ ଶାହା କହିଛନ୍ତି ଯେ, ଚାଷୀ ଏଠାରେ ବହୁତ ଅସୁବିଧାରେ ଚଳୁଛି ।  ମୟୁରଭଂଜରେ ଅନେକ ପର୍ଯ୍ୟଟନର ସୁବିଧା ରହିଛି । କିନ୍ତୁ ନବୀନ ସରକାର କିଛି କରିନାହାଁନ୍ତି । ଓଡିଶା ଜଗନ୍ନାଥ ସଂସ୍କୃତି, ଓଡିଶି ନୃତ୍ୟ ପାଇଁ ପ୍ରସିଦ୍ଧ ଥିଲା । କିନ୍ତୁ ଏବେ ଓଡିଶା ହିଂସାର ସ୍ଥାନ ପାଲଟିଛି । ନବୀନ ବାବୁ ଶାନ୍ତି ଭଙ୍ଗ କରିଛନ୍ତି । ବିଗତ ଦିନରେ ରାଜ୍ୟରେ ୨୦ରୁ ଉଦ୍ଧ୍ୱର୍ ବିଜେପି କାର୍ଯ୍ୟକର୍ତାଙ୍କ ଉପରକୁ ଆକ୍ରମଣ ହୋଇଛି । ୧୦ରୁ ଅଧିକ ବିଜେପି କାର୍ଯ୍ୟକର୍ତାଙ୍କୁ ହତ୍ୟା କରାଯାଇଛି । ଓଡିଶାରେ ହିଂସା ଏବଂ ହତ୍ୟାର ସ୍ଥାନ ନାହିଁ । ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ସରକରାକୁ ଉପାଜଡି ଫିଙ୍ଗିଦିଅନ୍ତୁ । ବାବୁମାନେ ବି କାନ ଖୋଲି ଶୁଣ ପାପର ଗଡା ଭରିଗଲାଣି । ବିଜେପି ସରକାର ଆସିବାର ସମୟ ହେଲାଣି । କଡାଗଣ୍ଡା ହିସାବ ଦେବାର ସମୟ ଆସିଗଲାଣି ବୋଲି ଶ୍ରୀ ଶାହା କହିଛନ୍ତି ।
ରାଜ୍ୟରେ ବିଜେପି ସରକାର ଆସିଲେ ରାଜ୍ୟରେ  କ୍ଷୁଦ୍ର ଚାଷୀଙ୍କୁ ବିନା ସୁଦ୍ଧରେ ରୁଣ ଯୋଗାଇ ଦିଆଯିବ । କୃଷକଙ୍କୁ ମାସକୁ ୩ ହଜାର ପେନସନ ପ୍ରଦାନ କରାଯିବ । ୧ ଲକ୍ଷ କୋଟି  ଖର୍ଚ୍ଚରେ ସିଂଚାଇ ଯୋଜନାରେ ମହାନଦୀ ଏବଂ ଅମ୍ୟ ନଦୀରୁ ପାଣି ଆଣି ଚାଷୀର ଜମିରେ ପହଂଚାଯିବ ।  କେଜିରୁ ପିଜି ପର୍ଯ୍ୟାନ୍ତ ସମସ୍ତ ଶିକ୍ଷା ମାଗଣାରେ ଦିଆଯିବ । ପ୍ରତ୍ୟେକ ପରିବାରର ଜଣକୁ ରୋଜଗାର ଦିଆଯିବ । ୨ ବର୍ଷ ଭିତରେ ସମସ୍ତ ସରକାରୀ ପଦବୀ ପୂରଣ କରାଯିବ । ୧ ପ୍ରତିଶତ ଋଣରେ ଯୁବକଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ । ଆଦିବାସୀ ବନ୍ଧୁଙ୍କୁ ଏକ ବର୍ଷ ଭିତରେ ଜମିର ପଟ୍ଟା ଦିଆଯିବ । ୩ ମାସ ଭିତରେ ଜଙ୍ଗଲ ଜାତ ଦ୍ରବ୍ୟକୁ ଏମଏସପିରେ ଖରିଦ କରାଯିବ । କେନ୍ଦ୍ୁପତ୍ର ଉପରେ ଜିଏସଟି ଫ୍ରି କରାଯିବ । ସମ୍ବିଧାନର ୮ ସୂଚିରେ ହୋ ଏବଂ ମୁଣ୍ଡାରି ଭାଷାକୁ ସାମିଲ କରାଯିବ । ରୋଜଗାର ପାଇଁ କାହାକୁ ଗୁଜୁରାଟ ଏବଂ ମହାରାଷ୍ଟ୍ର ଯିବାକୁ ପଡିବନି । ଏଠି ଯୁବକ କାମ କରି  ବାପା ମା ଏବଂ ପତ୍ନୀଙ୍କ ସହ ରହିବ ବୋଲି ଶ୍ରୀ ଶାହା କହିଛନ୍ତି ।
ଶ୍ରୀ ଶାହା ସମସ୍ତ ବିଧାୟକ ପାର୍ଥୀଙ୍କୁ ଜିତାଇବା ସହ ମୟୁରଭଂଜର ସାଂସଦ ପାର୍ଥୀ ବିଶେଷ୍ୱର ଟୁଡୁଙ୍କୁ ଜିତାଇବା ପାଇଁ ଅପିଲ କରିବା ସହ ଓଡିଶାରେ ପରିବର୍ତନ ଆଣିବା ପାଇଁ କହିଥିଲେ ।

Comments