ଦେଶର ବିକାଶ ଲାଗି କେନ୍ଦ୍ରରେ ଏକ ସ୍ଥିର ଓ ମଜବୁତ ସରକାର ବିଜେପି ସରକାର ଦେଇସାରିଛି


ରାଞ୍ôଚ, ୨୯/୪  : ଆଜି ୨୦୧୯ ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି  । ଏହି କ୍ରମରେ ଝାରଖଣ୍ଡର ୩ଟି ଲୋକସଭା ସିଟ୍ ଚତରା, ଲୋହରଦଗା ଓ ପଲାମୁ ଲୋକସଭା ସିଟ୍ରେ ମତଦାନ ହୋଇଛି  । ତେବେ କୋଡରମା ଠାରେ ଦଳୀୟ ନିର୍ବାଚନ ପ୍ରଚାର କରି ଏକ ଜନସଭାକୁ ସମ୍ବୋଧିତ କରି ବିରୋଧୀଙ୍କୁ ଭର୍ତ୍ସନା କରି ମୋଦି କହିଛନ୍ତି ଯେ, ପରାଜୟ ଭୟରେ ଏବେ ବିରୋଧୀମାନେ ଏତେଭୟଭୀତ ହୋଇଯାଇଛନ୍ତି ଯେ ସେମାନେ ଗଣତନ୍ତ୍ରର ମହାପର୍ବ ମତଦାନକୁ ମଧ୍ୟ ଏମାନେ ଏବେ ଭଣ୍ଡୁର କରିବାକୁ ଚାହୁଁଛନ୍ତି  । ସେମାନେ ଏତେ ତଳକୁ ଖସିଯାଇଛନ୍ତି ଯେ, ଭୋଟରଙ୍କୁ ବିଭ୍ରାନ୍ତ କରିବା ଲାଗି ବିରୋଧୀ ଏବେ ନୂତନ ଉପାୟ ଅବଲମ୍ବନ କରିଚାଲିଛନ୍ତି  । ସେମାନେ ବିଭ୍ରାନ୍ତିକର ତଥ୍ୟର ପ୍ରଚାର କରି କହୁଛନ୍ତି ଯେ, ମୋଦି ତ ଜିତିସାରିଲେଣି ଆଉ ଏତେ ଗରମରେ ଭୋଟ୍ ଦେବାକୁ କାର୍ହିଁକି ଆସୁଛ ? ମାତ୍ର ବିରୋଧୀଙ୍କ ଏହଫାର୍ସ ବା ନାଟକରେ ନପଡ଼ି ସମସ୍ତ ମତଦାତା ଗଣତନ୍ତ୍ରକୁ ସମ୍ମାନ ଦେଇ ତାଙ୍କର ମୌଳିକ କର୍ତ୍ତବ୍ୟ ମତଦାନ ନିହାତି କରନ୍ତୁ ବୋଲି ମୋଦି ଅନୁରୋଧ କରିଛନ୍ତି  । ସେ ଆହୁରି କହିଥିଲେ ଯେ, ପୂର୍ବରୁ ଆମେ ଦେଶରେ ଚିନି ଘୋଟାଲା, ରାସନ ସାମଗ୍ରୀ ଘୋଟାଲା, ହେଲିକପ୍ଟର ଘୋଟାଲା ଏବଂ ଖଣି ଘୋଟାଲ ବିଷୟରେ ଶୁଣିଆସୁଥିଲୁ  । ମାତ୍ର କେନ୍ଦ୍ର ସରକାରଙ୍କ ଶକ୍ତ କାର୍ଯ୍ୟାନୁଷ୍ଠାନ ହେତୁ ଭ୍ରଷ୍ଟାଚାରୀ ଓ ଦୁର୍ନୀତିଖୋରଙ୍କ ଦୋକାନ ବନ୍ଦ ହୋଇଯିବାପରେସେମାନେ ଏବେ ଚୌକିଦାର
(ମୋତେ) ଗାଳି ଦେବା ଆରମ୍ଭ କରିଦେଇଛନ୍ତି  । ତେବେ ବିରୋଧୀଙ୍କ ଏହି ରାଜନୈତିକ ମହାମେଣ୍ଟର ଖେଳ ଆଜିଠାରୁ ୨୩ରୁ ୨୪ ବର୍ଷ ପୂର୍ବେ ମଧ୍ୟ ହୋଇଥିଲା  । ଯେତେବେଳେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ତାଙ୍କ
ସରକାରଙ୍କୁ ଭାଙ୍ଗିବା ପାଇଁ ବିରୋଧୀମାନେ ଏହିଭଳି ମହାମେଣ୍ଟ ଗଢିଥିଲେ  । ମାତ୍ର ପରିଣାମସ୍ୱରୂପ ପ୍ରତି ୨ ବର୍ଷରେ ସରକାର ଭାଙ୍ଗୁଥିଲା ଏବଂ ମଧ୍ୟବର୍ତ୍ତୀ ନିର୍ବାଚନ ହେତୁ ଦେଶର ବିକାଶ ଠପ୍ ହୋଇଯାଇଥିଲା  । କଂଗ୍ରେସର କେବଳ କ୍ଷମତାସୀନ
ହେବାର ଚିନ୍ତା ଥିଲା ଓ ଯିଏବି କେନ୍ଦ୍ରରେ ସରକାର ଗଢୁ ତାକୁ ନିଜ ଆଙ୍ଗୁଳିର ଇଶାରାରେ ନଚାଇବାକୁ ସେ ଚାହୁଁଥିଲା  ।  ଏଣୁ ଦେଶର ବିକାଶ ଲାଗି କେନ୍ଦ୍ରରେ ଏକ ସ୍ଥିର ଓ ମଜବୁତ ସରକାର ରହିବା ନିହାତି ଆବଶ୍ୟକ ଯାହାର ନମୂନା ବିଗତ ୫ ବର୍ଷ ମଧ୍ୟରେ କେନ୍ଦ୍ରରେ ଥିବା ବିଜେପି ସରକାର ଦେଇସାରିଛି  । ଏଣୁ ବିରୋଧୀଙ୍କ ବିଭ୍ରାନ୍ତକର ନାଟକବାଜିରେ ପ୍ରଭାବିତ ନ ହୋଇ ଲୋକେ ତାଙ୍କର ମୌଳିକ କର୍ତ୍ତବ୍ୟ ‘ମତଦାନ’କୁ ନିହାତି ସମ୍ପାଦନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି  ।

Comments