ପାଟନା, ୨୮/୪ : ଲୋକସଭା ନିର୍ବାଚନରେ ଦଳୀୟ ପ୍ରଚାର ସମୟରେ ରାହୁଲ ଗାନ୍ଧି ତାଙ୍କ ଜିଭ ଉପରେ ନିୟନ୍ତ୍ରଣ ରଖିପାରୁନାହାନ୍ତି । ସେ ପ୍ରଚାର ମାହୋଲରେ ଏତେ ଉଲ୍ଲସିତ ହୋଇପଡ଼ୁଛନ୍ତି ଯେ କାହାକୁ କ’ଣ କହୁଛନ୍ତି ତାହା ନିଜେ ବି ଜାଣିପାରୁନାହାନ୍ତି । କିଛି ଦିନ ତଳେ ରାଫେଲ ବିମାନର ପୁନଃବିଚାର ଆବେଦନର ଶୁଣାଣି ସମୟରେ ମାନ୍ୟବର ଶୀର୍ଷ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ବିକୃତ କରି ଅପପ୍ରଚାର ଚଳାଇଥିବାରୁ ତାଙ୍କୁ ଶୀର୍ଷ କୋର୍ଟଙ୍କ ସମ୍ମୁଖରେ ସତ୍ୟପାଠ ଜରିଆରେ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିଥିଲା । ତଥାପି ବି ସେ ତାଙ୍କର ପ୍ରକୃତି ଛାଡୁନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଫେଲ ବିମାନ କ୍ରୟ ଚୁକ୍ତି ପ୍ରସଙ୍ଗରେ କଟାକ୍ଷ କରି ‘ଚୌକିଦାର ଚୋର ହୈ’ ବୋଲି ସେ କହି ପୂର୍ବରୁ ଅଦାଲତି ମାମଲାରେ ଫସିଥିଲାବେଳେ ଏବେ ବିହାରର ଆରା ଠାରେ ଦଳୀୟ ପ୍ରଚାର ସମୟରେ ସମାନ କଥା କହି ପୁଣି ଥରେ ଅଦାଲତି ମାମଲାରେ ଛନ୍ଦି ହୋଇଛନ୍ତି । ବିହାରର ସମସ୍ତୀପୁର ଠାରେ ଏକ ର୍ୟାଲିକୁ ସମ୍ବୋଧିତ କରି ଉପସ୍ଥିତ ଜନତାଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରି ‘ଚୌକିଦାର ଚୋର ହୈ’ କୁହାଇ ଥିଲେ । ମାତ୍ର ତାଙ୍କର ଏଭଳି ଆଚରଣକୁ ବିରୋଧ କରି ସତ୍ୟବ୍ରତ ନାମକ ଜଣେ ଆଇନ୍ଜୀବୀ ସ୍ଥାନୀୟ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ରାହୁଲଙ୍କ ଏଭଳି ଆଚରଣ ରାଜଦ୍ରୋହର ସହ ସମତୁଲ ବୋଲି ଦର୍ଶାଇ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ସେ ଆବେଦନ କରିଛନ୍ତି ।

Comments
Post a Comment