ରାୟପୁର, ୨୮/୪ : ବର୍ତ୍ତମାନ ସମଗ୍ର ଦେଶରେ ବିଭିନ୍ନ ପର୍ଯ୍ୟାୟରେ ଲୋକସଭା ନିର୍ବାଚନର ମତଦାନ ଚାଲିଛି । ଆସନ୍ତା କାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାର ଅଛି । ତେବେ ସରକାରଙ୍କ ନୀତିକୁ ବିରୋଧ କରିଆସୁଥିବା ନକ୍ସଲମାନେ ଏହି ମତଦାନକୁ ଭଣ୍ଡୁର କରିବା ଲାଗି ମୂଳରୁ ହିଁ ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ପୂର୍ବର ମତଦାନ ସମୟରେ ନକ୍ସଲମାନ ଛତିଶଗଡ଼ରେ ମତଦାତାଙ୍କୁ ଭୟଭୀତ କରିବା ଲାଗି ଏକ ସ୍କୁଲକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ । ତେବେ ଆସନ୍ତା କାଲି ମତଦାନ ହେବାକୁ ଥିବାବେଳେ ବିଜେପୁରରେ ନକ୍ସଲଙ୍କ ହମ୍ଲାରେ ୨ ଜଣ ପୁଲିସ ଜୱାନ ଶହୀଦ ହୋଇଥିଲାବେଳେ ଜଣେ ଗ୍ରାମବାସୀ ମୃତ୍ୟୁବରଣ କରିଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ପାମେଡ ଥାନା ଅନ୍ତର୍ଗତ ତୋଙ୍ଗଗୁଡ଼ା ଶିବିରରୁ ପୁଲିସ ଆରକ୍ଷକ ଅରବିନ୍ଦ ମିଞ୍ଜ ଏବଂ ସହାୟକ ଆରକ୍ଷକ ସୁକ୍କୁ ହପକା ଓ ଜଣେ ସ୍ଥାନୀୟ ଗ୍ରାମବାସୀ ମୋଟର ସାଇକେଲ ଯୋଗେ ଟିପାପୁରମ୍ ଅଭିମୁଖେ ଯାଇଥିଲେ । ଯେତେବେଳେ ସେମାନେ ଫେରୁଥିଲେ ତୋଙ୍ଗଗୁଡ଼ା ନିକଟରେ ପୂର୍ବରୁ ଛକି ରହିଥିବା ନକ୍ସଲମାନେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଉଭୟ ଆରକ୍ଷକ ଶ୍ରୀ ମିଞ୍ଜ ଓ ସହାୟକ ଆରକ୍ଷକ ହପ୍କା ଘଟଣାସ୍ଥଳରେ ପ୍ରାଣ ହରାଇଥିଲା ବେଳେ ତାଙ୍କ ସହିତ ଥିବା ଗ୍ରାମାବାସୀ ଜଣକ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ଘଟିଥିଲା । ତେଣେ ଆକମ୍ରଣକାରୀ ନକ୍ସଲ ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସୂଚନା ପାଇ ସହାୟତା ନିମନ୍ତେ ଅଧିକ ପୁଲିସଫୋର୍ସ ସେଠାକୁ ପଠାଯାଇଥିଲା । ପୁଲିସଫୋର୍ସ ଘଟଣାସ୍ଥଳରେ ପହଞ୍ôଚ ଶହୀଦ ଆରକ୍ଷକ ଶ୍ରୀ ମିଞ୍ଜ ଓ ସହାୟକ ଆରକ୍ଷକ ଶ୍ରୀ ହୁପକ୍କାଙ୍କ ମରଶରୀରକୁ ଉଦ୍ଧାର କରାଯାଇ ଉକ୍ତ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିବା ଗ୍ରାମବାସୀଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଆକ୍ରମଣ କରି ଖସି ପଳାଇଥିବା ନକ୍ସଲଙ୍କ ଅନ୍ୱେଷଣରେ ସମ୍ପୃକ୍ତ ଅଞ୍ଚଳର ସର୍ଚ୍ଚ ଅପରେସନ ଜାରି ରହିଛି

Comments
Post a Comment