ଆଗ୍ରା: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟକାର୍ଯ୍ୟ ବ୍ୟକ୍ତି ନିର୍ମାଣ ସହିତ ସମାଜକୁ ସଂଗଠିତ କରିବା, ଏଥିପାଇଁ ଦେଶ ଓ ସମାଜରେ ସଂଘର ଆବଶ୍ୟକତା ବଢିଛି ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସହ ପ୍ରଚାର ପ୍ରମୁଖ ଶ୍ରୀ ନରେନ୍ଦ୍ର ଠାକୁର ପ୍ରକାଶ କରିଛନ୍ତି ।
ବ୍ରଜ ସମ୍ବାଦର ମାସିକ ପତ୍ରିକା ଜୟତୁ ଭାରତ ବିଶେଷାଙ୍କ ଲୋକର୍ପଣ ଉତ୍ସବ ଗତ ୨୭ ତାରିଖରେ ଅନୁଷ୍ଠିତ ହୋଇ ଯାଇଛି । ବ୍ରଜ ସମ୍ବାଦ ବିଶ୍ୱ ସମ୍ବାଦ କେନ୍ଦ୍ର ଆଗ୍ରା ଦ୍ୱାରା ପ୍ରକାଶିତ ମାସିକ ପତ୍ରିକା ।
ଏହି ପୁସ୍ତକର ଲୋକର୍ପଣ ଉତ୍ସବରେ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଶ୍ରୀ ଠାକୁର କହିଲେ ଯେ,ଦେଶଭକ୍ତି ସ୍ଥାୟୀ ହେବା ଉଚିତ । ପ୍ରତିକ୍ରିୟାବାଦୀ ନୁହେଁ । ଆନ୍ଦୋଳନରେ ପ୍ରତିକ୍ରିୟା ସ୍ୱରୁପ ରାଷ୍ଟ୍ରର ସଂପତ୍ତିକୁ ନଷ୍ଟ କରିବା ଅନୁଚିତ । ସମାଜରେ ରାଷ୍ଟ୍ରୀୟତାର ଭାବନା ଜାଗୃତ କରିବା ସହିତ ନିଜର କର୍ତ୍ତବ୍ୟ ପାଳନ କରିବା ଉଚିତ ।
ଏହି କାର୍ଯ୍ୟକ୍ରମରେ ତପନ ଗ୍ରୁଫର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ଗର୍ଗ ଅଧ୍ୟକ୍ଷତା କରିଥିବା ବେଳେ ଅବସରପ୍ରାପ୍ତ ନ୍ୟାୟାଧିଶ ଜଷ୍ଟିସ ରାଜୀବ ଲୋଚନ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥିରୂପେ ପ୍ରାନ୍ତ ସଂଘଚାଳକ ଡ. ଜଗଦୀଶ ବଶିଷ୍ଠ ଓ ନଗର ପ୍ରମୁଖ ନବୀନ ଜୈନ ଉପସ୍ଥିତ ଥିଲେ ।
Comments
Post a Comment