ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ବି ପୋଲିସ ଧରୁନି ଦୁର୍ଷମକାରୀ : ବିଜେପି
ଭୁବନେଶ୍ୱର, ତା ୨୪/୦୪: ଓଡିଶାରେ ନାବାଳିକାଠୁ ଆରମ୍ଭ କରି ମହିଳା ପର୍ଯ୍ୟନ୍ତ ଆଜି ସବୁ ସ୍ଥାନରେ ମହିଳା ଅସମ୍ମାନିତ, ନିଷ୍ପେଷିତ, ଅପମାନିତ, ଲାଂଛିତ । ପ୍ରତିଦିନ ଗଣଦୁର୍ଷ୍କମ ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି ନୀରବଦ୍ରଷ୍ଟା ସାଜିଛନ୍ତି । କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାରମ୍ବାର ଅଭିଯୋଗ ହେଉଥିଲାବେଳେ ଓଡିଶା ପୋଲିସ ଚୁପ ବସିଛି । ମାଲକାନଗିରିର ଜଣେ କଲେଜ ପଢୁଥିବା ଝିଅ ସହ କଲେଜ ଭିତରେ ଗଣଦୁର୍ଷ୍କମ ଘଟଣା ୨୦୧୭ ମସିହାରେ କରାଯାଇଥିଲା । ଏହି ଘଟଣାରେ ସେହି କଲେଜ କର୍ତୁପକ୍ଷଙ୍କ ସହ ଦୁଇଜଣ ସାମ୍ବାଦିକଙ୍କ ସଂପୃକ୍ତି ରହିଥିଲା । ପୋଲିସ ପାଖରେ ବାରମ୍ଭାର ଅଭିଯୋଗ କରିଥିଲେ ମଧ୍ୟ ଏହି କେସରେ ପୋଲିସ ଏର୍ପଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ପୋଲିସ ଗିରଫ କରିଥିବା ଅପରାଧିମାନଙ୍କୁ ପରବର୍ତୀ ସମୟରେ ଛାଡି ଦିଆଗଲା । ଅଭିଯୁକ୍ତ ଅପରାଧିମାନଙ୍କୁ ଗିରଫ କରିବା ହାଇକୋର୍ଟ ଆଦେଶ ଦେଇଥିଲେ ମଧ୍ୟ ମାଲକାନଗିରିର ପୋଲିସ ସମ୍ପୃକ୍ତ ଗଣଦୁର୍ଷମକାରୀମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରୁନାହିଁ ବୋଲି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଏମସ ଡାକ୍ତରଖାନାରେ ଚିକିସ୍ତ୍ରା ହେଉଥିବା ପିଡିତାଙ୍କୁ ଭେଟିବା ପରେ ଅଭିଯୋଗ କରିଛନ୍ତି ।
ଶ୍ରୀମତି ସାମନ୍ତସିଂହାର କହିଛନ୍ତି ଯେ ପିଡିତାର ବାପା ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ସମ୍ପୃକ୍ତ ଘଟଣାର ଅପରାଧିମାନେ ଝିଅ ଟିର ଆଖି ସାମ୍ମନାରେ ବୁଲୁଛନ୍ତି । ମୋକଦ୍ଦମା ଉଠାଇବା ପାଇଁ ବାରମ୍ବାର ଧମକ ଦେବାପରେ ଭୟରେ ଓ ଲଜ୍ଜ୍ୟାରେ ପିଡିତାଟି ଦୁଇଥର ଆତ୍ମହତ୍ୟା କରିବାର ଉଦ୍ୟମ କରିବା ଆଜି କୋମାରେ ପଡିଛି । ଝିଅର ଅବସ୍ଥା ଏବେ ସଂକଟାପନ୍ନ ରହିଥିବାବେଳେ ମୃତ୍ୟୁ ସହ ଲଢେଇ କରୁଛି । ୧୯ ବର୍ଷର ଶାସନ କାଳରେ ବିଜେଡି ସରକାର ମହିଳା ସୁରକ୍ଷା, ସମ୍ମାନ ଏବଂ ନ୍ୟାୟ ଦେବାରେ ସଂପୂର୍ଣ୍ଣ ଭାବେ ଫେଲ୍ । ଦୁର୍ଷ୍କମକାରିମାନେ ପିଡିତାର ପରିବାରକୁ ପୋଲିସ ପାଖକୁ ଗଲେ ଜିବନରେ ମାରିଦେବୁ ବୋଲି ଧମକାଉଥିବାବେଳେ ପୋଲିସ ନିରବଦ୍ରଷ୍ଟା ସାଜଛିି । ରାଜ୍ୟରେ ଯେତେବେଳେ ଅପରାଧିକ ଘଟଣା ଘଟୁଛି ସରକାର ପୋଲିସକୁ ଲଗାଇ ଅପରଧିମାନଙ୍କୁ ବଚାଁଇବାରେ ପାଇଁ ଚେଷ୍ଟା କରାଯାଉଛି ।
ଓଡିଶାର ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭାବରେ ଭୁଷୁଡି ପଡିଛି । ଗତକାଲି ମାଲକାନଗିରି ଜଣେ ଛୋଟ ଛୁଆକୁ ଦୁର୍ଷ୍କମ କରି ତଟିଂ କାଟି ଦେଇଥିବା ବେଳେ ଏବେ ସୁକିନ୍ଦା ଏବଂ ନିଆଳିରେ ଏଭଳି ଘଟଣା ଘଟିଛି । ଦୀର୍ଘ ୧୯ ବର୍ଷ ନବୀବବାବୁଙ୍କ ସରକାର ଶାସନ କାଳରେ ମହିଳାମାନେ ଅସୁରକ୍ଷିତ ଏବଂ ଅସମ୍ମାନିତ । ମହିଳାଙ୍କ ଅଭିଶାପରେ ବିଜୁ ଜନତା ଦଳ ଧୂଳିସାତ୍ ହୋଇଯିବ । ଆଗକୁ ପିଡିତାର ଯାହାବି ଖର୍ଚ୍ଚ ହେବ ତାହାକୁ ରାଜ୍ୟ ସରକାର ବହନ କରିବା ସହ କିଭଳି ଭାବେ ପିଡିତାକୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଦରକାର ପଡିଲେ ଏୟାର ଆମ୍ବୁଲାନ୍ସ ଦ୍ୱାରା ବାହାର ରାଜ୍ୟକୁ ନେଇ ଚିକିତ୍ସା କରାଯିବା ଦରକାର ପାଇଁ ଲେଖାଶ୍ରୀ ଦାବି କରିଛନ୍ତି ।
ଏହି ଘଟଣାରେ ଝିଅଟିକୁ ନ୍ୟାୟ ମିଳୁ ଏହି ଦାବିରେ ବିଜେପିର ଏକ ପ୍ରତିନିଧି ଦଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ଭେଟିଛନ୍ତି । ଏହି ପ୍ରତିିନିଧି ଦଳରେ କସ୍ତୁରି ମିଶ୍ର ଉପସ୍ଥିତ ଥିଲେ ।

Comments
Post a Comment