ସାଧ୍ୱୀ ପ୍ରଜ୍ଞା ଠାକୁର ଉମାଙ୍କୁ ଭେଟି କାନ୍ଦି ପକାଇଲେ


ଭୋପାଳ, ୨୯/୪  : ମଧ୍ୟପ୍ରଦେଶର ଭୋପାଳ ଲୋକସଭା ସିଟ୍ରେ ମାଲେଗାଓଁ ବିସ୍ଫୋରଣରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ସାଧ୍ୱୀ ପ୍ରଜ୍ଞା ଠାକୁର ବିଜେପରି ପ୍ରତ୍ୟାଶୀ ହୋଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂହଙ୍କୁ ଟକ୍କର ଦେଉଛନ୍ତି  । ଆଜି ଏକ ଦଳୀୟ ପ୍ରଚାର କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କୁ ଭେଟି ଭାବବିହ୍ୱଳ ହୋଇ ସେ କାନ୍ଦି ପକାଇଥିଲେ  । ନିର୍ବାଚନ ପ୍ରଚାର ସମୟରେ ସେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ  । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ତାଙ୍କ କପାଳରେ ବିଜୟ ଟିକା ଲଗାଇଥିଲେ ଏବଂ ତାଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ  । ସାକ୍ଷାତକାର ପରେ ଯେତେବେଳେ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ତାଙ୍କ କାର ପର୍ଯ୍ୟନ୍ତ ଉମାଭାରତୀ ଛାଡ଼ିବାକୁ ଆସିଥିଲେ ସେତେବଳେ ଭାବୁକ ହୋଇ ସାଧ୍ୱୀ ପ୍ରଜ୍ଞା ଠାକୁର ତାଙ୍କୁ ଜାବୁଡ଼ି ଧରି ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ  । ଉମା ଭାରତୀ ତାଙ୍କୁ ସାନ୍ତ୍ୱନା ଦେବା ସହ ତାଙ୍କ ଲୁହ ପୋଛି ଦେଇଥିଲେ  ।

Comments