ଫୁଲବାଣୀ, ୨୮ା୪: କନ୍ଧମାଳରେ ପୁଣଇ ମାଓବାଦୀମାନେ ଏକ ବର୍ବରକାଣ୍ଡ ଘଟାଇଛନ୍ତି । ରାତିରେ ଘରୁ ଡାକି ନେଇ ଠିକାଦାରଙ୍କୁ ଗୁଳି କରି ନିର୍ମମ ହତ୍ୟା କରିଛନ୍ତି । ଫିରିଙ୍ଗିଆ ଥାନା ସୁମେରବନ୍ଧ ପଞ୍ଚାୟତ ଡମାଙ୍ଗପଦର ଗାଁରେ ଏଭଳି ଘଟଣା ଘଟିଛି । ଏହି ଗାାଁର ଠିକାଦାର କୈଳାସ ଦିଗାଲଙ୍କୁ ପୁଲିସ୍ ଇନ୍ଫର୍ମର ସନ୍ଦେହରେ ପୂର୍ବରୁ ମାଓବାଦୀ ସତର୍କ କରାଇଥିଲେ । କୈଳାସ ଘରେ ପରିବାର ସହ ରାତିରେ ଶୋଇଥିଲେ । କେକେବିଏନ୍ ମାଓ ସଂଗଠନର ୧୫ରୁ ୨୦ ଜଣ ତାଙ୍କର ଘରେ ପହଞ୍ôଚ କବାଟ ବାଡେଇଥିଲେ । କୈଳାସ ନିଦର ଉଠି କବାଟ ଖୋଲିବା ପରେ ମାଓବାଦୀମାନେ ତାଙ୍କୁ ଡାକି ନେଇ କିଛି ଦୂରରେ ଗୁଳି କରି ହତ୍ୟା କରି ପଳାଇଥିଲେ । ପରିବାର ଲୋକ ରାତିସାରା ବହୁ ଖୋଜାଖୋଜି କରିଥିଲେ ।..ଆଜି ସକାଳ ଘରଠାରୁ ୨ ଶହ ମିଟର ଦୂର ଜଙ୍ଗଲ ନିକଟରେ କୈଳାସଙ୍କ ଗୁଳିବିଦ୍ଧ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମାଓବାଦୀ ସଂଗଙଠନ ସହ ବିଶ୍ୱାସଘାତ କରି ପୁଲିସ୍କୁ ସହଯୋଗ କରୁଥିବାରୁ କୈଳାସକୁ ମୃତ୍ୟୁଦଣ୍ଡ ଦିଆଗଲା ବୋଲି ମାଓବାଦୀମାନେ ଉଲ୍ଲେଖ କରିଥିଲେ । ଏହା ପରେ ଜଣେ ସରପଞ୍ଚ ଓ ଜଣେ ୱାର୍ଡମେମ୍ବର ସେମାନଙ୍କ ଟାର୍ଗେଟ୍ରେ ରହିଛନ୍ତି ବୋଲି ସେମାନେ ଏକ ଖବର ଛାଡି ଯାଇଥିଲେ ।

Comments
Post a Comment