ଲକ୍ଷେ୍ନø, ୨୯/୪ : ନିର୍ବାଚନ ଆସିଲେ କଂଗ୍ରେସର ଗରିବଙ୍କ କଥା ମନେପଡ଼ିଯାଏ । ସେ ଗରିବଙ୍କ ପାଇଁ ପାଟି ଖୋଲେ ଓ ସରକାର ଗରିବଙ୍କୁ ଅଣଦେଖା କରୁଛନ୍ତି ବୋଲି କୁହାଟ ଛାଡ଼େ । ମାତ୍ର ଦେଶର ରାଜନୀତିରେ ୫୫ ବର୍ଷ କାଳ କ୍ଷମତାରେ ରହି ଶାସନ କରିଥିବା କଂଗ୍ରେସ ଗରିବଙ୍କ ଉତ୍ଥାନ ପାଇଁ କ’ଣ କରିଛି ବୋଲି ଉତ୍ତରପ୍ରଦେଶର ବାରବାଙ୍କୀ ଠାରେ ଆୟୋଜିତ ବିଜୟ ସଂକଳ୍ପରେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଥିଲେ ଯେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କର ପ୍ରତ୍ୟେକ ଭାଷଣରେ ଗରିବଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ହେଲେ ୫୫ ବର୍ଷ କ୍ଷମତାରେ ଥାଇ ତାଙ୍କ ଗାନ୍ଧି ପରିବାର ଦେଶର ଗରିବଙ୍କ ପାଇଁ କି କାମ କରିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ସେପଟେ ପ୍ରଧାନମନ୍ତ୍ରୀ ମୋଦି ଦେଶର ବିକାଶ ଲାଗି ଦିନକୁ ୧୮ ଘଣ୍ଟା ପରିଶ୍ରମ କରୁଛନ୍ତି ଏବଂ ଲୋକଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ଅଛନ୍ତି । କିନ୍ତୁ କଂଗ୍ରେସକୁ କେବଳ କ୍ଷମତା ହାସଲର ଚିନ୍ତା ରହିଛି । ଏପରିକି କ୍ଷମତା ହାସଲ ଲାଗି ଦେଶର ସୁରକ୍ଷା ସହିତ ମଧ୍ୟ ସେ ସାଲିସ୍ କରିବାକୁ ପ୍ରସ୍ତୁତ ରହିଛି । ଏହାର ପ୍ରମାଣ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ‘ସର୍ଜିକାଲ ଷ୍ଟ୍ରାଇକ୍’ ପରେ ମିଳିଥିଲା ଯେତେବେଳେ ଏଥିଯୋଗୁଁ ପାକିସ୍ତାନ ସମେତ ଦେଶରେ କଂଗ୍ରେସ, ସପା, ବସପାର କାର୍ଯ୍ୟାଳୟରେ ଶୋକର ଛାୟା ଖେଳିଯାଇଥିଲା । ସେ ଦେଶର ନିରାପତ୍ତାକୁ ହାଲୁକା ଭାବେ ନେଇଥିବା କଂଗ୍ରେସକୁ କଟାକ୍ଷ କରି କହିଥିଲେ ଯେ, ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ସରକାରର ନରମ ଆଭିମୁଖ୍ୟତା ହେତୁ ହିଁ ଦେଶକୁ ଆତଙ୍କବାଦର କୁପରିଣାମ ଭୋଗିବାକୁ ପଡୁଛି । ଯେତେବେଳେ ସୀମା ନିକଟରେ ପହରାଦେଉଥିବା ଭାରତୀୟ ସୈନିକଙ୍କ ମୁଣ୍ଡକୁ ପାକ୍ ସେନା ଓ ଆତଙ୍କବାଦୀମାନେ କାଟି ନେଉଥିଲେ ସେତେବେଳେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଚୁପ୍ ରହିଥିଲେ । ଏହାର ଜ୍ୱଳନ୍ତ ପ୍ରମାଣ ହେଉଛି ସୀମାରେ କର୍ତ୍ତବ୍ୟରତ ଜୱାନ ହେମରାଜଙ୍କ ମୁଣ୍ଡକାଟ ଘଟଣା । ଏହି ଘଟଣାକୁ ନେଇ ସମଗ୍ର ଦେଶବାସୀଙ୍କ ମନରେ ପାକିସ୍ତାନ ପ୍ରତି ତୀବ୍ର ଅସନ୍ତୋଷ ଦେଖାଦେଇଥିଲେ ହେଁ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ସିଂହ ନୀରବଦ୍ରଷ୍ଟା ସାଜିଥିଲେ । ନା ଏହି ପ୍ରସଙ୍ଗରେ ସେ କିଛି କହିଥିଲେ ନା କୌଣସି କାର୍ଯ୍ୟାନୁଷ୍ଠାନ ନେଇଥିଲେ । ମାତ୍ର ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ସୀମା ଆରପଟୁ ଗୁଳି ଆସିଲେ ଏପଟୁ ଆମର ବୀର ଜୱାନ ତା’ର ଜବାବ ଗୋଳାରେ ଦେଉଛନ୍ତି । ପୁଲୱାମା ଆତଙ୍କୀ ହମ୍ଲା ପରେ ଭାରତୀୟ ବାୟୁସେନାର ବାଲାକୋଟ ଉପରେ ଏୟାରଷ୍ଟ୍ରାଇକ୍ରେ ଏହାର ଜ୍ୱଳନ୍ତ ପ୍ରମାଣ । ଏହି ଅବସରରେ ସେ ରାହୁଲ ଗାନ୍ଧି, ବସପା ପ୍ରମୁଖ ମାୟାବତୀ ଓ ସପା ପ୍ରମୁଖ ଅଖିଳେଶଙ୍କୁ ମଧ୍ୟ ଟାର୍ଗେଟ କରି କହିଥିଲେ ଯେ ସେମାନେ ମଧ୍ୟ ଜମ୍ମୁ-କାଶ୍ମୀରରେ ଅଲଗା ବା ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଚାହୁଁନାହାନ୍ତି ତ ?

Comments
Post a Comment