କେନ୍ଦ୍ରାପଡା ବିଧାନସଭା ନିର୍ବାଚନମଣ୍ଡଳୀର ଶ୍ରୀ ଆଲୋକ କୁମାର ଜେନା ଏବଂ ଆଳି ବିଧାନସଭା ନିର୍ବାଚନମଣ୍ଡଳୀର ଶ୍ରୀ ସତ୍ୟଜିତ୍ ସ୍ୱାଇଁଙ୍କୁ ବହିଷ୍କାର କଲେ ରାଜ୍ୟ ସଭାପତି

ଭୁବନେଶ୍ୱର, ତା.୨୫/୦୪: ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳିତ କାର୍ଯ୍ୟ କାରଣରୁ ରାଜ୍ୟସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନକ୍ରମେ କେନ୍ଦ୍ରାପଡା ବିଧାନସଭା ନିର୍ବାଚନମଣ୍ଡଳୀର ଶ୍ରୀ ଆଲୋକ କୁମାର ଜେନା ଏବଂ ଆଳି ବିଧାନସଭା ନିର୍ବାଚନମଣ୍ଡଳୀର ଶ୍ରୀ ସତ୍ୟଜିତ୍ ସ୍ୱାଇଁଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ଏକ ପ୍ରେସ ବିବୃତି ଜରିଆରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Comments