ନୂଆଦିଲ୍ଲୀ, ୨୮/୪ : ଗତ ଫେବୃୟାରୀ ୨୬ ତାରିଖରେ ଜମ୍ମୁକାଶ୍ମୀରର ପୁଲୱାମା ଆକ୍ରମଣରେ ଶହୀଦ ସିଆରପିଏଫ୍ ଜୱାନଙ୍କ ପ୍ରତିଶୋଧ ନେବାଲାଗି ପାକିସ୍ତାନର ବାଲାକୋଟସ୍ଥିତ ଆତଙ୍କୀ ସଂଗଠନ ଜୈସ-ଇମହମ୍ମଦର ପ୍ରଶିକ୍ଷଣ ଶିବିରଗୁଡ଼ିକ ଉପରେ ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ୍ କରି ସେଗୁଡ଼ିକୁ ଧ୍ୱଂସ କରିଦେଇଥିଲା । ଏହି ଏୟାର ଷ୍ଟ୍ରାଇକ୍ରେ ୧୨ଟି ମିରାଜ୨୦୦୦ ଯୁଦ୍ଧବିମାନ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ ପାକିସ୍ତାନର ବାୟୁସୀମା ଡ଼େଇଁ ଆକ୍ରମଣ କରିଥିଲେ । ମାତ୍ର ଏବେ ଭାରତ ଶତ୍ରୁର ବାୟୁସୀମା ନଟପି ବାଲାକୋଟ ଭଳି ଆକ୍ରମଣ କରିବାକୁ ଚିନ୍ତା କରୁଛି । ଏଣୁ ରୁଷ ସହିତ ମିଳିତ ଜ୍ଞାନକୌଶଳରେ ନିର୍ମିତ ସୁପରସୋନିକ କ୍ରୁଜ୍ ମିସାଇଲ ‘ବ୍ରହ୍ମୋସ’ ର ଏହି କ୍ରମରେ ଆସନ୍ତା ସପ୍ତାହରେ ଅଧିକ ପରୀକ୍ଷା ନିରୀକ୍ଷା କରିବାକୁ ଭାରତୀୟ ବାୟୁସେନା ଓ ଡିଆର୍ଡିଓ ସ୍ଥିର କରିଛନ୍ତି । ଭାରତୀୟ ବାୟୁସେନା ସୂତ୍ରରୁ ପ୍ରକାଶ ଯେ, ଆସନ୍ତା ସପ୍ତାହରେ କ୍ରୁଜ୍ ମିସାଇଲ୍ ‘ବ୍ରହ୍ମୋସ’ର ପରୀକ୍ଷା କରାଯିବ । ଡିଆରଡିଓ ଦ୍ୱାରା ବିକଶିତ ସୁପରସୋନିକି କ୍ରୁଜ୍ ମିସାଇଲ୍ ବ୍ରହ୍ମୋସକୁ ସୁଖୋଇ ଯୁଦ୍ଧ ବିମାନ ସହିତ ସଂଲଗ୍ନ କରାଯାଇ ଏହି ପରୀକ୍ଷା କରାଯିବ । ଯଦି ଏହା ସଫଳ ହୁଏ ତେବେ ଭାରତ ନିକଟରେ ଥିବା ସୁଖୋଇ - ୩୦ଏମ୍କେଆଇ ଯୁଦ୍ଧ ବିମାନରେ ଏହି ମିସାଇଲ୍କୁ ସଂଯୁକ୍ତ କରାଯିବ । ଫଳରେ ଆବଶ୍ୟକସ୍ଥଳେ ଏହା ଶତ୍ରୁ ଦେଶର ବାୟୁସୀମାକୁ ଉଲ୍ଲଂଘନ ନକରି ଶତ୍ରୁ ପକ୍ଷର ଟାର୍ଗେଟକୁ ଅକ୍ଲେଶରେ ଧ୍ୱଂସ କରିହେବ । ଏହି ମର୍ମରେ ଭାରତୀୟ ବାୟୁସେନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୁଦ୍ଧବିମାନ ସହିତ ସଂଲଗ୍ନ ହେବାକୁ ଥିବା ସୁପରସୋନିକ୍ କ୍ରୁଜ ମିସାଇଲ୍ ‘ବ୍ରହ୍ମୋସ’ର ଓଜନକୁ ହ୍ରାସ କରାଯାଇଛି ଯାହାଫଳରେ ଏହାକୁ ସହଜରେ ଯୁଦ୍ଧ ବିମାନରେ ସଂଯୁକ୍ତ କରାଯାଇହେବ । ଏତଦ୍ୱାରା ଭାରତୀୟ ବାୟୁସେନାର ମାରକ କ୍ଷମତା ବୃଦ୍ଧି ପାଇବ ।

Comments
Post a Comment