ଦଶପଲ୍ଲା,୨୪/୪: ଦଶପଲ୍ଲା ବ୍ଲକ ଠାରୁ ମାତ୍ର ୬ କିମି ଦୂର କୁଆଁରିଆ ସ୍ଥିତ ବନ୍ୟପ୍ରାଣୀ ବିଭାଗ (ପୂର୍ବ) ବନାଚଂଳ କାର୍ଯ୍ୟାଳୟରେ ମାଓ କମଲା । ବନାଚଂଳ କାର୍ଯ୍ୟାଳୟ ମଧ୍ୟରେ ପଶି କାର୍ଯ୍ୟରତ ବନପାଳଙ୍କୁ ବିଭିନ୍ନ ଧମକ ଦେବା ସହ କାର୍ଯ୍ୟାଳୟ ମଧ୍ୟରେ ଜବତ ହୋଇ ରହିଥିବା ୪ଟି ଦେଶୀ ବନ୍ଧୁକ ଲୁଟି ନେଇଯ୍ଧବକ୍ତନ୍ତି ମାଓବାଦୀ । ଏଥିସହିତ ବିଭିନ୍ନ ଧମକପୂର୍ଣ୍ଣ ହାତଲେଖା ପୋଷ୍ଟର ଛାଡିଯାଇଥିବା ଦେଖିବାକୁ ମିଳିଛି । ଯେଉଁଥିରେ କି ପୁନର୍ବାର ଆସନ୍ତା ୨୭ ତାରିଖ ଦିନ ବାଇଶୀପଲ୍ଳୀ ବିଟ୍ ହାଉସ ଉପରେ ବମ୍ ପକାଇ ବ୍ଲାଷ୍ଟିଂ କରାଯିବା ସହ ଡିଏଫ୍ଓ ଏବଂ ବନକର୍ମଚାରୀଙ୍କ କାର୍ଯ୍ୟକୁ ବିରୋଧ କରି ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବା ନେଇ ଚେତାବନୀ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଗତକାଲି ରାତି ପ୍ରାୟ ୯ ଟା ଠାରୁ ସାଢେ ୯ ଟା ମଧ୍ୟରେ ମାଓବାଦୀ ମାନେ ଏଭଳିକାଣ୍ଡ ଭିଆଇଛନ୍ତି । କାର୍ଯ୍ୟରତ ବନପାଳ ହେମନ୍ତ କୁମାର କାଣ୍ଡିଙ୍କ କହିବା ଅନୁଯାୟୀ ରାତି ୯ ଟା ୧୦ ରେ ପ୍ରଥମେ ଲାଇନ୍ କଟିଥିଲା । ଏହାର ପ୍ରାୟ ୫ ମିନିଟ୍ ପରେ ୬ ଜଣ ବ୍ୟକ୍ତି କାର୍ଯ୍ୟାଳୟ ମଧ୍ୟକୁ ପଶି ଆସିବା ସହ ହଠାତ୍ ଘର ମଧ୍ୟରେ ପଶିଥିଲେ । ଘରେଥିବା ମୋବାଇଲ୍ ଗୁଡିକୁ ନେଇଯିବା ପରେ ସେମାନେ ମୋତେ ବାହାରକୁ ଧରି ଆଣିଥିଲେ । ଅଫିସ ଚାବି କେଉଁଠି ଅଛି କହିବା ପାଇଁ ବାଧ୍ୟ କରିଥିଲେ । ମାତ୍ର ଚାବି ମୋ ପାଖରେ ନଥିବା କହିବା ପରେ ସେମାନେ ଏଠି ବସିବା ପାଇଁ କହିଥିଲେ । ଏପରିକି ପାଟିକଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବା ସେ କହିଛନ୍ତି । ଏହାପରେ ୬ ଜଣ ପ୍ରଥମେ ରେଞରଙ୍କ କ୍ୱାର୍ଟରରେ ପଶିଥିବା ବେଳେ ଜଣେ ଗେଟ୍ ସମ୍ମୁଖରେ ଜଗି ରହିଥିଲେ । ବ୍ଲୁ ରଙ୍ଗର ଫୁଲ ପୋଷାକ ପିନ୍ଧିଥିବା ବେଳେ ସମସ୍ତଙ୍କ କାନ୍ଧରେ ଗୋଟିଏ ଲେଖାଏଁ ବନ୍ଧୁକ ଓ ହାତରେ ଗୋଟିଏ ଗୋଟିଏ ଭୂଜାଲି ମଧ୍ୟ ଧରିଥିଲେ । ଜଣେ ଓଡିଆ ଭାଷାରେ କଥା କହୁଥିବା ବେଳେ ଅନ୍ୟମାନେ ହିନ୍ଦି ଭାଷାରେ କଥା କହୁଥିଲେ । ସେମାନଙ୍କ ମଧ୍ୟରେ ୩ ଜଣ ଝିଅ ଥିବା ବେଳେ ସମସ୍ତଙ୍କ ବୟସ ପାଖାପାଖି ୨୫ ରୁ ୩୦ ବର୍ଷ ହେବ ବୋଲି ସେ କହିଛନ୍ତି । ସେମାନର ପ୍ରଥମେ ରେଞରଙ୍କ କ୍ୱାର୍ଟରରୁ ବାହାରିବା ପରେ କାର୍ଯ୍ୟାଳୟ ମଧ୍ୟରେ ପଶିଥିଲେ । ପରେ ଇଟଂରଫିକେସନ୍ ହଲ୍ ମଧ୍ୟରେ ପଶି ଭଙ୍ଗାରୁଜା କରିବା ସହ ଜବତ ହୋଇ ରହିଥିବା ୪ଟି ଦେଶୀ ବନ୍ଧୁକ ଧରି ପଳାଇ ଯାଇଥିଲେ । ପଳାଇଯିବା ସମୟରେ ମୋବାଇଲ ଗୁଡିକ ଦେବାପାଇଁ ବନପାଳଙ୍କ ପତ୍ନି କହିବା ପରେ ମୋବାଇଲ ଗୁଡିକ ଅନ୍ୟଏକ ନିର୍ମାଣଧିନ କ୍ୱାର୍ଟରର ପିଲାର ନିକଟରେ ରଖି ମୃଗ ବିହାର ନିକଟକୁ ଚାଲିଯାଇଥିଲେ । ଏହାର ପ୍ରାୟ ୫ ମିନିଟ୍ ପରେ ଏକ ଅଟୋ ଆସିବା ପରେ ସେମାନେ ସେଥିରେ ବସି ଜାତୀୟ ରାଜପଥର ଟାକରା ଅଭିମୁଖେ ଚାଲିଯାଇଥିବା ସେ କହିଛନ୍ତି । ଏହାପରେ ସେ ବନାଚଂଳ ଅଧିକାରୀ ମାଧବ ଚନ୍ଦ୍ର ନାୟକଙ୍କୁ ସୂଚନା ଦେବାପରେ ବନାଚଂଳ ଅଧିକାରୀ ଆସି ପହଁଚିଥିଲେ । ମାତ୍ର ବଡକଥା ହେଉଛି ମାଓବାଦୀ ମାନେ ବିଭିନ୍ନ ହଲ୍ ମଧ୍ୟରେ ପଶି ଭଙ୍ଗାରୁଜା କରିବା ପରେ ୫ଟି ହାତଲେଖା ପୋଷ୍ଟର ଛାଡିଯାଇଥିବା ଦେଖିବାକୁ ମିଳିଛି । ଯେଉଁଥିରେ କି ଡିଏଫ୍ଓ, ଫରେଷ୍ଟ ଗାର୍ଡ ଓ ୱାଚର ମାନଙ୍କୁ ଜନ ଆନ୍ଦୋଳନରେ କଠୋର ରୁ କଠୋର ଦଣ୍ଡ ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ସାତକୋଶିଆ ଓ ବାଈଶୀପଲ୍ଲୀ ଜନତାଙ୍କୁ ବିସ୍ତାପିତ କରିବା ପାଇଁ ବାଘ ସୁନ୍ଦରୀ ସହ ହତ୍ୟା କରାଇବା, ସୁନ୍ଦରୀ ବାଘ ଛାଡିବା ବନବିଭାଗ ଅଧିକାରୀ ମାନଙ୍କୁ ଉଚିତ୍ ଦଣ୍ଡ ଦିଆଯିବା ସହ ବନଖଣ୍ଡ ଅଂଚଳରେ ବସବାସ କରି ଆସୁଥିବା ଲୋକଙ୍କ ବିସ୍ତାପନକୁ ବିରୋଧ କିରିଛନ୍ତି । ୱାଚର ନାମରେ ଇନଫର୍ମାର କାମ କରିବା ଲୋକଙ୍କ ପାଇଁ ମରଣମୁକ୍ତ ରାସ୍ତା ଖୋଲାଥିବା ଲେଖାଅଛି । ଜନତାଙ୍କ ଉପରେ ହିନ୍ଦୁ ଫାଶିବାଦୀ ତରିକାରେ ଚାଲି ଆସୁଥିବା କାର୍ଯ୍ୟ ବନ୍ଦ କରିବା ସହ ୨୭ ତାରିଖ ଦିନ ବାଇଶିପଲ୍ଲୀ ବିଟ୍ ହାଉସ୍ ଉପରେ ପୁଣି ବମ୍ ପକାଯାଇ ବ୍ଲାଷ୍ଟିଂ କରାଯିବ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି । ଏଥିସହିତ ସାତକୋଶିଆ ଓ ବାଇଶିପଲ୍ଲୀ ଜନତାଙ୍କ ଉପରେ ଦମନଲୀଳା ବନ୍ଦ କରିବା, ଜଳ, ଜମି, ଜଙ୍ଗଲ, ଇଜ୍ଜତ ଅଧିକାର ପାଇଁ ଜନ ଯୁଦ୍ଧରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ମିଥ୍ୟା ମାଓବାଦୀ ନାମରେ ଆରେଷ୍ଟ ଓ ସରେଣ୍ଡର କରିବା ବନ୍ଦ କରିବା, ସାତକୋଶିଆରେ ଯେତିକି ଇଲେଂଟିଜେନ୍ସି ଓ ପୁଲିସ ଖବରଦାତା କାମରୁ ନିବୃତ ରହିବା ଓ ଯଦି ସେ କାମ ନଛାଡିବ ଜନ ଆନ୍ଦୋଳନରେ କଠୋରରୁ କଠୋର ଦଣ୍ଡିତ କରାଯିବ ବୋଲି ମାଓବାଦୀ ଛାଡିଯାଇଥିବା ୫ ଗୋଟି ହାତଲେଖା ପୋଷ୍ଟରରେ ଉଲ୍ଲେଖ ଥିବା ସହ ସିପିଆଇ(ମାଓବାଦୀ) ବୋଲି ଲେଖାଯାଇଛି । ଏହାକୁ ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟ ଓ ଏସ୍ଡିପିଓ ନିରଞନ ପାଢି ଘଟଣା ସ୍ଥଳରେ ପହଁଚି ପୋଷ୍ଟର ଗୁଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛନ୍ତି । ମାତ୍ର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶଶି ଭୂଷଣ ଶତପଥି କହିଛନ୍ତି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଏହାର ତଦନ୍ତ କରାଯାଉଛି । ଖୁବ୍ଶିଘ୍ର ଘଟଣାର ନିର୍ଯ୍ୟାଶରେ ଆମେ ପହଁଚିବୁ ବୋଲି ସେ କହିଁନ୍ତି ।

Comments
Post a Comment