ନୂଆଦିଲ୍ଲୀ, ୨୪/୪ : ଜମ୍ମୁ-କାଶ୍ମୀରରେ ବିଚ୍ଛିନ୍ନତାବାଦୀ ନେତା ଓ ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଇଦେବା ମାମଲାରେ ଗିରଫ ହୋଇ ଜେଲ୍ରେ ବନ୍ଦୀ ଥିବା ବିଚ୍ଛିନ୍ନତାବାଦୀ ସଂଗଠନ ଜାମ୍ମ୍ୁ-କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେକେଏଲ୍ଏଫ୍)ର ନେତା ୟାସିନ ମଲ୍ଲିକ ଆସନ୍ତା ମଇ ୨୪ ତାରିଖ ପର୍ଯ୍ୟନ୍ତ ଜେଲ୍ରେ ରହିବେ ବୋଲି ଦିଲ୍ଲୀର ଏକ ଅଦାଲତ ଆଦେଶରେ ସ୍ପଷ୍ଟ କରିଛନ୍ତି । ଏଥିସହିତ ଏହି ମାମଲାରେ ଅଧିକ ପଚରାଉଚୁରା ଲାଗି ୟାସିନଙ୍କୁ ରିମାଣ୍ଡରେ ନେବା ଲାଗି ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନ୍ଆଇଏ) ପକ୍ଷରୁ କରାଯାଇଥିବା ଆବେଦନକୁ ମଧ୍ୟ ଅଦାଲତ ମଞ୍ଜୁରୀ ପ୍ରଦାନ କରିନ୍ତି । ପ୍ରକାଶ୍ୟ ଯେ, ୧୯୮୯ରେ ଜମ୍ମୁ-କାଶ୍ମୀରେ ସେନା ଦ୍ୱାରା ଗିରଫ ହୋଇଥିବା କିଛି ଆତଙ୍କବାଦୀଙ୍କୁ ଖଲାସ କରିବା ଲାଗି ତକ୍ରାଳୀନ ଗୃହମନ୍ତ୍ରୀ ମୁଫତି ମୋହମ୍ମଦ ସଇଦଙ୍କ ଝିଅ ରୁବିଆ ସଇଦଙ୍କୁ ଜେକେଏଲ୍ଏଫ୍ ଅପହରଣ କରିନେଇଥଲା ଏବଂ ୧୯୯୦ରେ ଭାରତୀୟ ବାୟୁସେନାର ୪ ଜଣ କର୍ମଚାରୀଙ୍କୁ ହତ୍ୟା କରିଥିଲା । ସେବେଠାରୁ ଏହି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Comments
Post a Comment