ନୂଆଦିଲ୍ଲୀ, ୨୫/୪ : ଭାରତର ପୂର୍ବ ଓ ପଶ୍ଚିମ ସୀମାରେ ଚୀନ ଓ ପାକିସ୍ତାନ ଭଳି ପରମାଣୁଶକ୍ତି ସମ୍ପନ୍ନ ଶତ୍ରୁ ପଡ଼ୋଶୀ ରାଷ୍ଟ୍ର ଥିବାରୁ ନିଜର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ଼ କରିବା ପାଇଁ ଭାରତ ତତ୍ପରତା ଆରମ୍ଭ କରିସାରିଛି । ଏହି ମର୍ମରେ ପାକ ଓ ଚୀନ ସାମୀ ସଂଲଗ୍ନ ପାହାଡ଼ିଆ ଅଞ୍ଚଳରେ ଯୁଦ୍ଧ ସମୟରେ ଶତ୍ରୁର ମୁକାବିଲା ପାଇଁ ୪ଟି ସୁଦୀର୍ଘ ସୁଡ଼ଙ୍ଗ ବନାଇବାକୁ ସ୍ଥିର କରାଯାଇଛି । ଏହି ୪ଟି ସୁଡ଼ଙ୍ଗରେ ପ୍ରତ୍ୟେକଟିରେ ଯୁଦ୍ଧବେଳେ ସୈନ୍ୟବାହିନୀର ଆବଶ୍ୟକତାକୁ ପୂରଣ କରିବା ଲାଗି ୨ ଲକ୍ଷ କିଲୋ ଓଜନର ଗୋଳାବାରୁଦକୁ ସୁରକ୍ଷିତ ଭାବେ ସାଇତି ରଖିବାର ବ୍ୟବସ୍ଥା କରାଯିବ । ଏଥିପାଇଁ ଜାତୀୟ ସଡ଼କ ନିର୍ମାଣକାରୀ ସଂସ୍ଥା ଏନ୍ଏଚ୍ପିସି ଏବଂ ସେନାବାହିନୀ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ୨ ବର୍ଷ ମଧ୍ୟରେ ୧୫ କୋଟି ଟଙ୍କା ବ୍ୟୟରେ ଏହି ୪ଟି ସୁଡ଼ଙ୍ଗର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଉକ୍ତ ଚୁକ୍ତିନାମାରେ ଦର୍ଶାଯାଇଛି ।
Comments
Post a Comment