ବଦଳିଲା ଉତ୍କଳ ବିଶ୍ୱବିଦ୍ୟାଳୟ +୩, ଚତୁର୍ଥ ସେମିଷ୍ଟର ପରୀକ୍ଷା ତାରିଖ



ଏବିଭିପିର ଆନ୍ଦୋଳନ ପରେ ମାନିଲେ କତ୍ତୃପକ୍ଷ
ବଦଳିଲା ଉତ୍କଳ ବିଶ୍ୱବିଦ୍ୟାଳୟ +୩, ଚତୁର୍ଥ ସେମିଷ୍ଟର ପରୀକ୍ଷା ତାରିଖ
        ଭୁବନେଶ୍ୱର, ତା- ୨୫/୦୪/୨୦୧୯ ଗତ ୨୨ ତାରିଖରେ ଏବିଭିପି ତରଫରୁ ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟି +୩, ଚତୁର୍ଥ ସେମିଷ୍ଟର ପରୀକ୍ଷା ସୂଚୀକୁ ନେଇ ଥିବା ଅନିୟମିତତା ବାବଦରେ ଅବଗତ କରାଯାଇଥିଲା । ତୃତୀୟ ସେମିଷ୍ଟାର ପରୀକ୍ଷା ୩୧.୦୧.୨୦୧୯ରେ ଶେଷ ହୋଇଥିଲା ବେଳେ । ଯୁକ୍ତଦୁଇ ପରୀକ୍ଷା ଏବଂ ଖାତାଦେଖା ଛୁଟି ସେହିପରି ଭାବରେ ୬ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଯୋଗୁଁ ମହାବିଦ୍ୟାଳୟ ଛୁଟି ହୋଇଥିଲା ।
       ଅନେକ ମହାବିଦ୍ୟାଳୟ ଗୁଡ଼ିକରେ +୩, ଚତୁର୍ଥ ସେମିଷ୍ଟାର ୩୫% ପାଠ୍ୟକ୍ରମ ମଧ୍ୟ ଶେଷ ହୋଇନାହିଁ । ସେହିପରି ଅନେକ କଲେଜ ଗୁଡ଼ିକରେ ଗସୟ ଝରଜ୍ଞରଗ୍ଦଗ୍ଧବକ୍ସ ଆରମ୍ଭ ହୋଇନଥିବା ବେଳେ +୩, ଚତୁର୍ଥ ସେମିଷ୍ଟାର ପାରୀକ୍ଷା ସୂଚୀ ଘୋଷଣା ଛାତ୍ରଛାତୀ ମାନଙ୍କୁ ବ୍ୟଥିତ କରିଛି । ଏଣୁ ଆମେ ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିରୀକ୍ଷକ ନିକଟରେ ନିମ୍ନସ୍ଥ ଦାବି ଉପସ୍ଥାପନ କରିଥିଲେ ଯେ,
୧. ଯୁକ୍ତ ତିନି ଚତୁର୍ଥ ସେମିଷ୍ଟାର ପରୀକ୍ଷାକୁ ଘୁଂଚାଯାଇ ଥିଓରୀ ପରୀକ୍ଷା ତାରିଖରେ ପ୍ରାକ୍ଟିକାଲ ପରୀକ୍ଷା ଓ ପ୍ରାକ୍ଟିକାଲ ପରୀକ୍ଷା ତାରିଖରେ ଥିଓରୀ ପରୀକ୍ଷା ଆରମ୍ଭ କରାଯାଉ ।
୨. ଆସନ୍ତା ବର୍ଷଠାରୁ ପ୍ରବେଶ, ପରୀକ୍ଷା, ପରିଣାମ ବ୍ୟବସ୍ଥାକୁ ରେଗୁଲାଇଜ୍ କରାଯାଉ ।
       ଆଜି ବିଭିନ୍ନ ବିଶ୍ୱବିଦ୍ୟାଳୟର ଶହ ଶହ ଛାତ୍ରଛାତ୍ରୀ ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଏବଂ ସି.ଡି.ସି. ନିର୍ଦ୍ଦେଶକଙ୍କୁ ଭେଟି ପରୀକ୍ଷା ତାରିଖ ବଦଳାଇବା ପାଇଁ ଦାବୀ ଯଣାଇଥିଲେ । ଏହା ପରେ କତ୍ତୃପକ୍ଷ ମଇ ୪ ତାରିଖରୁ ପ୍ରକ୍ଟିକାଲ ପରୀକ୍ଷା ଏବଂ ଜୁନ୍ ୧୭ ତାରିଖରୁ ଥିଓରୀ ପରୀକ୍ଷା ହେବ ବୋଲି ପ୍ରତିଶୃତି ଦେଲେ । ଏହା ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଥିଲା । ଏହି ଆନ୍ଦୋଳନରେ ରେ ରାଜ୍ୟ ସହସମ୍ପାଦକ ରତନ କୁମାର ଦିଗଲ୍, ମହାନଗର ସମ୍ପାଦକ ଦୀପକ ପ୍ରକାଶ ସ୍ୱାଇଁ, ମହାନଗର ସଂଯୋଜକ ସଂଜୟ ମଲ୍ଳିକ, ମିଳନ ମହାପାତ୍ର, ମହର୍ଷି ସବର,ବିଭିନ୍ନ ମହାବିଦ୍ୟାଳୟର ଛାତ୍ରନେତା ରାଜେଶ କିଶୋର, ଓମ୍ ପ୍ରକାଶ ପଣ୍ଡା, ରାଂଇସ ରୁପାଲ, ବେଦପ୍ରଜ୍ଞା ମିଶ୍ର, ଆଲୋକ ପଟ୍ଟନାୟକ, ବିନୟ କୁମାର ପ୍ରଧାନ, ଜ୍ଞାନରଂଜନ, ଦିପକ ସାହୁ ଏବଂ ହଜାରରୁ ଅଧିକ ଛାତ୍ରଛାତ୍ରୀ  ଉପସ୍ଥିତ ଥିଲେ ।

Comments