ପୀଡିତଙ୍କ ସହାୟତାରେ ଦେଢ ହଜାରରୁ ଉଦ୍ଧ୍ୱର୍ ସ୍ୱୟଂସେବକ


ଆରଏସ୍ଏସ୍, ୟୁବିଏସ୍ଏସ୍ ଓ ସେବା ଭାରତୀ ସଂଯୋଜନାରେ ଚାଲିଛି ସେବାକାର୍ଯ୍ୟ
ଭୁବନେଶ୍ୱର,୧୦/୫ :  ସାମୁଦ୍ରିକ ଝଡ ଫଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅଂଚଳରେ  ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସଂଯୋଜନାରେ ରାଷ୍ଟ୍ରୀୟ ସେବାଭାରତୀ ସହଯୋଗରେ ଓ ଉକ୍ରଳ ବିପନ୍ନ ସହାୟତା ସମିତି ଦ୍ୱାରା ବିଭିନ୍ନ ପ୍ରକାର ସେବାକାର୍ଯ୍ୟ ଅନୁଷ୍ଠିତ ହେଉଅଛି ।  ଦେଢ ହଜାରରୁ ଉଦ୍ଧ୍ୱର୍ ସ୍ୱୟଂସେବକଙ୍କ ଦ୍ୱାରା ରାସ୍ତାଘାଟ ସଫାକରିବା ସହିତ  ରନ୍ଧା ଖାଦ୍ୟ, ଶୁଖିଲାଖାଦ୍ୟ, ଚୁଡା,ଗୁଡ, ମହମବତୀ, ଦିଆସିଲି,  ବୋତଲ ପାଣି , ତାରପୋଲିନ୍, ଔଷଧ ଆଦି ଯୋଗାଇ ଦିଆଯାଉଛି । ଆଜି ସୁଦ୍ଧା  ୨୬୮ ଗ୍ରାମରେ ୧୬୪୦୭୬ଜଣ ଉପକୃତ ହୋଇଥିବା ବେଳେ  ୩୧,୨୧୩ ଜଣଙ୍କୁ ରନ୍ଧାଖାଦ୍ୟ, ୬୫୦୦ ଶୁଖିଲା ଖାଦ୍ୟ,  ୩୩ କାର୍ଟୁନ ଦିଆସିଲି, ୩୦୦କୁଇଂଟାଲ, ୫୦ କୁଇଟାଂଲ ଗୁଡ, ଲକ୍ଷାଧିକ ବୋତଲ ,ପାଉଚ ପାଣି,  ୧୫୦ କାର୍ଟୁନ ବିସ୍କୁଟ, ୯୦୦ ଶାଢୀ, ୧୫୦ କାର୍ଟୁନ  ମହମବତୀ, ୭୦୦ ଲୋକଙ୍କୁ ଔଷଧ,୩୯,୦୦୦ତାରପୋଲିନ ଓ ପଲିଥିନ୍ ବଂଟନ କରାଯାଇଛି । ୧୫୬୯ ଜଣ ସ୍ୱୟଂସେବକ ଏହି ସେବାକାମରେ ଲାଗିଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ-ସରକାର୍ଯ୍ୟବାହ ଶ୍ରୀ ଭି.ଭାଗେୟାଜୀ ପ୍ରକାଶ କରିଛନ୍ତି ।

ସ୍ୱୟଂସେବକମାନଙ୍କ ଦ୍ୱାରା ପୁରୀ ଜିଲ୍ଲାର ଘୋଡାବଜାର,ବ୍ରହ୍ମଗିରି, ବଳଙ୍ଗା, କୋଣାର୍କ, ଖେଲାର, କଣାସ, ଦାଣ୍ଡମୁକୁନ୍ଦପରୁ, ନିମାପଡା,ବାଲିପାଟଣା, ଖୋର୍ଦ୍ଧା ଜିଲ୍ଲାର  ସୋରଣ, ଜଟଣୀ, ଭୁବନେଶ୍ୱରର ୟୁନିଟ-୩, କଟକ ଜିଲ୍ଲାର ମହାନଦୀ ବିହାର ଓ ଓଲଟପୁର ଠାରେ ସହାୟତା କେନ୍ଦ୍ର କାର୍ଯ୍ୟ କରୁଅଛି । ମୁଖ୍ୟ କେନ୍ଦ୍ର ଉକ୍ରଳ ବିପନ୍ନ ସହାୟତା ସମିତିକୁ ବିଭିନ୍ନ ଅଂଚଳରୁ ଆସୁଥିବା ସାହାଯ୍ୟ ଗୁଡିକ ଉପରୋକ୍ତ କେନ୍ଦ୍ରମାନଙ୍କରେ ପହଂଚାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ବ୍ରହ୍ମଗିରିର ବରକୁଦି, ଦାଣ୍ଡମୁକୁନ୍ଦପୁର, ବନ୍ତଳସିଂ, ଅରିସୋଲ ଆଦି ଗ୍ରାମରେ ପ୍ରଥମେ ସଂଘର ସ୍ୱୟଂସେବକମାନେ ସେଠାରେ ପହଁଚି ସେବାକାମ କରୁଛନ୍ତି । ପୁରୀର ପେଣ୍ଠକଟାର ଲୋକମାନେ ରାସ୍ତା ଉପରେ ରାତ୍ରୀ ଯାପନ କରୁଥିବା ସମୟରେ ଅନେକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ପାଖରେ ମଧ୍ୟ ସଂଘ ତରଫରୁ ଡାକ୍ତରୀ ଟିମ୍ ସେହି ଅଂଚଳରେ ପହଁଚି ସେମାନଙ୍କର ସେବା ଶ୍ରୁଶସା କରିଛନ୍ତି ଏବଂ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଇଛନ୍ତି ।

ଆମ ଦ୍ୱାରା କରାଯାଉଥିବା ଏହି ସେବାକାମରେ ସହଯୋଗ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଉଛି । ବାତ୍ୟା ପୀଡିତମାନଙ୍କର ସେବା ସହାୟତା ପାଇଁ ଜନସାଧାରଣ ତଥା ବିଭିନ୍ନ କରପୋରେଟ ହାଉସମାନଙ୍କୁ  ଉକ୍ରଳ ବିପନ୍ନ ସହାୟତା ସମିତିର ମଂଚେଶ୍ୱର ସ୍ଥିତ ଆକ୍ସିସ ବ୍ୟାଙ୍କର ସଂଖ୍ୟା ୦୨୪୦୧୦୧୦୦୦୪୩୯୮୨, ଓୠଝଉ ଉକ୍ଟୟର: ଟଞଓଈ୦୦୦୧୯୭୩, ଗଓଉଜ ଉକ୍ଟୟର: ୭୫୧୨୧୧୦୧୨ ରାଶି  ପଠାଇବାକୁ ଅନୁରୋଧ । ଯଦି କୌଣସି ସହୃଦୟ ବ୍ୟକ୍ତି ବା କୌଣସି ସଂସ୍ଥା ବିଭିନ୍ନ ଦରକାରୀ ଜିନିଷ ଦେବାକୁ ଚାହାଁନ୍ତି ସେମାନେ ମଂଚେଶ୍ୱର ସ୍ଥିତ ସମିତିର ମୁଖ୍ୟ କାର୍ଯ୍ୟାଳୟ,ପ୍ଲଟ-୪୧, ସେକ୍ଟବର-ଏ, ଜୋନ-ଡି, ଭୁବନେଶ୍ୱର-୧୦ ଠାରେ ଜମା କରିପାରିବେ ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବର ପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି, ଉକ୍ରଳ ବିପନ୍ନ ସହାୟତା ସମିତିର ସଭାପତି ଶ୍ରୀ ଅଭୟ ସାମନ୍ତରାୟ, ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀ ରବି ନାରାୟଣ ପଣ୍ଡା ଉପସ୍ଥିତ ଥିଲେ ।
ଗୋଲଖ ଚନ୍ଦ୍ର ଦାସ

Comments