ୟୁବିଏସ୍ଏସ୍ର ୧୬ଟି ଚିକିତ୍ସକ ଦଳ ଦ୍ୱାରା ବାତ୍ୟା ଅଂଚଳରେ ୩୫,୬୬୭ରୋଗୀଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ
ଭୁବନେଶ୍ୱର,୨୨/୫ :ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସଂଯୋଜନାରେ ରାଷ୍ଟ୍ରୀୟ ସେବାଭାରତୀ ସହଯୋଗରେ ଓ ଉକ୍ରଳ ବିପନ୍ନ ସହାୟତା ସମିତି ଦ୍ୱାରା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ୟୁବିଏସ୍ଏସ୍ ତରଫରୁ ୧୬ଟି ଡାକ୍ତରୀ ଦଳ ବିଭିନ୍ନ ଅଂଚଳକୁ ପଠାଯାଇଛି । ୧୨ ତାରିଖରୁ ଆଜି ପର୍ଯ୍ୟନ୍ତ ଏହି ୧୬ଟି ଡାକ୍ତରୀ ଦଳ ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ୧୨ଟି ବ୍ଲକ, ୩ ଟି ଏନ୍ଏସି ୫୮ଟି ପଂଚାୟତର ୧୧ଟି ୱାଡ,୧୯୪ ଟି ଗ୍ରାମ, ୩୫ଟି ବସ୍ତିରେ ମୋଟ ୩୫,୬୬୭ଜଣ ରୋଗୀଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ଔଷଧ ବିତରଣ କରିଛନ୍ତି । ପ୍ରତ୍ୟେକ ଟିମ୍ରେ ଗୋଟିଏ ଆମ୍ବୁଲାନ୍ସ, ଜଣେ ଡାକ୍ତର, ବିଭିନ୍ନ ପ୍ରକାର ନମୁନା ପରୀକ୍ଷା କରିବା ପାଇଁ ଆବଶ୍ୟକୀୟ ଜନ୍ତ୍ରପାତି ସହ ଜଣେ ଲାବରଟେରିଆନ, ଜଣେ ନର୍ସ, ଜଣେ କଂପାଉଣ୍ଡରଙ୍କ ସହିତ ସ୍ଥାନୀୟ ଅଂଚଳର ସ୍ୱୟଂସେବକମାନେ ସାମିଲ ହୋଇଛନ୍ତି । ଏହି ଟିମ୍ ସମ୍ବେଦନଶୀଳ ଅଂଚଳ ଗୁଡିକ ଗସ୍ତ କରି ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ଯୋଗାଇ ଦେଉଛନ୍ତି ବୋଲି ସମିତିର ଚିକିତ୍ସକ ଦଳର ସଂଯୋଜକ ରୁଦ୍ରନାରାୟଣ ମହାପାତ୍ର ପ୍ରକାଶ କରିଛନ୍ତି ।
ସମିତିର ୧୬ଟି ଡାକ୍ତରୀ ଦଳ ପୁରୀ ବ୍ଲକ ପୁରୀ ସଦର ୪ ପଂଚାୟତର ୧୨ ଗ୍ରାମରେ ୧୫୪୮ରୋଗୀ,ପୁରୀ ଏନ୍ଏସି ୪ଟି ୱାଟର ୧୦ ବସ୍ତିରେ ୧୬୨୮ ଜଣ ରୋଗୀ, ବ୍ରହ୍ମଗିରି ବ୍ଲକ ୮ଟି ପଂଚାୟତ ୧୯ ଟି ଗ୍ରାମରେ ୨୩୨୩ ଜଣ ରୋଗୀ, କୃଷ୍ଣ ପ୍ରସାଦ ବ୍ଲକ ୫ଟି ପଂଚାୟତ ୯ ଗ୍ରାମରେ ୨୨୨୦ ରୋଗୀ, ପିପିଲି ବ୍ଲକ ୭ଟି ପଂଚାୟତ ୨୧ଗ୍ରାମରେ ୩୫୮୦ଜଣ ରୋଗୀ,
କଣାସ ବ୍ଲକ ୫ଟିପଂଚାୟତ ୧୪ ଗ୍ରାମରେ ୨୦୨୭ଜଣ ରୋଗୀ, ନିମାପଡା ବ୍ଲକ ୧୪ ଟିପଂଚାୟତ ୩୦ ଗ୍ରାମରେ ୬୭୧୨ଜଣ ରୋଗୀ, ସତ୍ୟବାଦୀ ବ୍ଲକ ୫ଟିପଂଚାୟତର ୧୫ଗ୍ରାମରେ ୧୯୨୩ଜଣ ରୋଗୀ,କୋଣାର୍କ ବ୍ଲକ ଅନ୍ତର୍ଗତ ୫ଟିପଂଚାୟତର ୨୧ଗ୍ରାମରେ ୩୨୨୬ଜଣ ରୋଗୀ, କୋଣାର୍କ ଏନ୍ଏସି ଅନ୍ତର୍ଗତ ୩ ଟି ୱାଡର ୧୪ ବସ୍ତିରେ ୧୫୬୦ରୋଗୀ,ଜଟଣୀ ବ୍ଲକ ଅନ୍ତର୍ଗତ ୨ଟିପଂଚାୟତର ୧୫ଗ୍ରାମରେ ୧୫୨୫ ଜଣ ରୋଗୀ, ଜଟଣୀ ଏନ୍ସି ଅନ୍ତର୍ଗତ ୪ଓା୍ୱଡର ୧୧ ବସ୍ତିରେ ୧୩୨୬ ଜଣ ରୋଗୀ, ବାଲିପାଟଣା ବ୍ଲକ ଅନ୍ତର୍ଗତ ୬ଟିପଂଚାୟତର୧୨ଗ୍ରାମରେ ୧୪୨୮ଜଣ ରୋଗୀ, ବାଲିଅନ୍ତା ବ୍ଲକ ଅନ୍ତର୍ଗତ ୩ଟିପଂଚାୟତର ୧୦ଗ୍ରାମରେ ୧୨୨୦ଜଣ ରୋଗୀ, କଂଟାପଡା ବ୍ଲକ ଅନ୍ତର୍ଗତ ୪ ଟିପଂଚାୟତର ୧୬ଗ୍ରାମରେ ୩୪୨୧ଜଣ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯାଇ ଔଷଧ ଯୋଗାଇ ଦିଆଯାଉଛି ।
ସୁମନ୍ତ କୁମାର ପଣ୍ଡା
Comments
Post a Comment