୧୯ ମେ ରେ ହେବ ରାଜ୍ୟସ୍ତରୀୟ ନାରଦ ସମ୍ମାନ ଉତ୍ସବ


ଭୁବନେଶ୍ୱର(୧୬/୦୫)-ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ତରଫରୁ ରାଜ୍ୟସ୍ତରୀୟ ‘ସପ୍ତଦଶ ନାରଦ ସମ୍ମାନ’ ଆସନ୍ତା ୧୯ ମେ ୨୦୧୯ରିଖ ରବିବାର ଦିନ  ଭୁବନେଶ୍ୱର ସ୍ଥିତ ଇଡିକଲ ଅଡିଟୋରିୟମରେ ସଂଧ୍ୟା ୬ ଘଟିକା  ସମୟରେ ଅନୁଷ୍ଠିତ ହେବ । ଏହି ଉତ୍ସବରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ କାର୍ଯବାହ ଡ.ଅନୀଲ କୁମାର ମିଶ୍ର  ମୁଖ୍ୟବକ୍ତା ରୂପେ ଯୋଗଦେବେ ବୋଲି ବିଶ୍ୱ ସମ୍ବାଦ କେନ୍ଦ୍ରର ରାଜ୍ୟ ସଂପାଦକ ଶ୍ରୀ ସୁମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।
ଶ୍ରୀ  ପଣ୍ଡା ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ମେ ୧୯ ତାରିଖ ଦିନ ଦେବର୍ଷି ନାରଦଙ୍କ ଜନ୍ମଦିବସ ହୋଇଥିବାରୁ ଅନୁଷ୍ଠାନ ତରଫରୁ ମଧ୍ୟ ନାରଦ ଜୟନ୍ତୀ ପାଳନ କରାଯିବ ଏବଂ ଏହି ଦିନ ଆମ ଅନୁଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ‘ସପ୍ତଦଶ ନାରଦ ସମ୍ମାନ’ ରାଜ୍ୟର ଜଣେ ବରିଷ୍ଠ ତଥା ବିଶିଷ୍ଟ ସାମ୍ବାଦିକଙ୍କୁ ପ୍ରଦାନ କରାଯିବ । ଗଣତାନ୍ତ୍ରିକ ଆଲୋଚନା ଓ ଗଣମାଧ୍ୟମରେ ସ୍ୱାଧିନତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା,ଜନସାଧାରଣଙ୍କୁ ନିରପେକ୍ଷ,ମୁକ୍ତ ଓ ଦାୟିତ୍ୱ ସମ୍ପନ୍ନ ସଂବାଦ  ସଂସ୍ଥାର ଆବଶ୍ୟକତା ସଂପର୍କରେ ଅବଗତ କରାଇବା, ରାଷ୍ଟ୍ର ଓ ସଂସ୍କୃତିର ପ୍ରଗତି ପାଇଁ ଲେଖନୀ ଚାଳନା କରୁଥିବା ଗଣମାଧ୍ୟମର ବ୍ୟକ୍ତିତ୍ୱଙ୍କୁ ପ୍ରତିବର୍ଷ ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ତରଫରୁ ଏହି ନାରଦ ଜୟନ୍ତୀରେ ରାଜ୍ୟ ସ୍ତରୀୟ ସାମ୍ବାଦିକ ପୁରସ୍କାର ନାରଦ ସମ୍ମାନ ପ୍ରଦାନ କରାଯାଇଥାଏ । ଦୀର୍ଘ ୧୭ବର୍ଷ ପୂର୍ବରୁ ବିଶ୍ୱ ସମ୍ବାଦ କେନ୍ଦ୍ର ତରଫରୁ ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳନ କରାଯିବା ସହ ରାଜ୍ୟର ଜଣେ ବରିଷ୍ଠ ତଥା ବିଶିଷ୍ଟ ସାମ୍ବାଦିକଙ୍କୁ ରାଜ୍ୟସ୍ତରୀୟ ନାରଦ ସମ୍ମାନ ପ୍ରଦାନ କରାଯାଉଛି । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ବରିଷ୍ଠ ସାମ୍ବାଦିକ ଶ୍ରୀ ଅରୁଣ କୁମାର ପଣ୍ଡା, ଭଗବାନ ନାୟକବର୍ମା,ରାଜାରାମ ଶତପଥି,ଗୋପାଳକୃଷ୍ଣ ମହାପାତ୍ର,ସ୍ୱର୍ଗତ ଗୋପାଳ ମିଶ୍ର,ସୁଧିର କୁମାର ଦାଶ, ସ୍ୱର୍ଗତ ବରେନ୍ଦ୍ରକୃଷ୍ଣ ଧଳ,ଭାଗିରଥି ମହାସୁଆର,ଭାସ୍କର ପରିଚ୍ଛା ,ପ୍ରଭୂ କଲ୍ୟାଣ ମହାପାତ୍ର , ପ୍ରତାପ ମହାନ୍ତି,ଜଗବନ୍ଧୁ ମିଶ୍ର,ସିଦ୍ଧାର୍ଥ କାନୁନ୍ଗୋ, ଶିବନାରାୟଣ ସିଂହ ଓ ତପନ ମିଶ୍ର ପ୍ରମୁଖ ଏହି ନାରଦ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

    ଗୋଲଖ ଚନ୍ଦ୍ର ଦାସ

Comments