ନୂଆଦିଲ୍ଲୀ, ୨୮/୫ : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା ଐତିହାସିକ ତଥା ଶିଖ୍ମାନଙ୍କ ଧର୍ମଗୁରୁ ଗୁରୁ ନାନକଙ୍କ ‘ବାବା ଗୁରୁ ନାନକ ମହଲ’କୁ କେତେକ ଦୁର୍ବୃତ୍ତ ଆଂଶିକ ଭାବେ ଭାଙ୍ଗି ସେଥିରେ ଲାଗିଥିବା ଦାମୀ କବାଟ ଓ ଝରକାକୁ ବିକି ଦେଇଥିବା ନେଇ ଏବେ ଭାରତୀୟ ଶିଖ କ୍ଷୁବ୍ଧ ହୋଇଛନ୍ତି । ଏ ସଂକ୍ରାନ୍ତରେ ଶିରୋମଣୀ ଅକାଳୀ ଦଳର ସାଂସଦ ହରସିମରତ କୌର ବାଦଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ସହିତ ବିଚାର ବିମର୍ଶ କରିବାକୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି । ପ୍ରକାଶ୍ୟ ଯେ, ବାବା ଗୁରୁ ନାନକ ମହଲକୁ ୪ ଦଶନ୍ଧି ପୂର୍ବେ ବନାଯାଇଥିଲା । ଲାହୋର ଠାରୁ ପ୍ରାୟ ୧୦୦ କି.ମି.ଦୂର ନାରେୱାଲ ଶହରରେ ନିର୍ମିତ ଏହି ମହଲରେ ୧୬ଟି କୋଠରୀ ରହିଛି । ପ୍ରତିଟି କୋଠରୀରେ ୩ଟି କବାଟ ଓ ୪ଟି ଲେଖାଏଁ ଦାମୀ ଓ କାରୁକାର୍ଯ୍ୟପୂର୍ଣ୍ଣ ଆଲୋକବତୀ ଲାଗିଥିଲା । ଏଠାକୁ ଦର୍ଶନ ଲାଗି ବିଶ୍ୱର କୋଣ ଅନୁକୋଣରୁ ଶିଖମାନେ ଆସିଥାନ୍ତି । ମାତ୍ର ଗତ ସୋମବାର ଏହାର ରକ୍ଷଣବେକ୍ଷଣ ଦାୟିତ୍ୱରେ ଥିବା ଔକାଫ ବିଭାଗର ଅଧିକାରୀଙ୍କ ସମ୍ମୁଖରେ ସ୍ଥାନୀୟ ଲୋକେ ବାବା ଗୁରୁ ନାନକ ମହଲକୁ ଆଂଶିକ ରୂପେ ଭାଙ୍ଗି ସେଥିରେ ଲାଗିଥିବା କବାଟ, ଝରକା ଓ ଆଲୋକବତୀଗୁଡ଼ିକୁ କାଢ଼ନେଇ ବିକ୍ରୀ କରିଦେଇଥିଲେ । କିନ୍ତୁ ଔକାଫର ଅଧିକାରୀମାନେ ସେମାନଙ୍କୁ ଅଟକାଇବା ପରିବର୍ତ୍ତେ ନୀରବଦ୍ରଷ୍ଟା ସାଜିଥିଲେ । ପରେ ଏହି ଘଟଣାକୁ ନେଇ ଭାରତୀୟ ଶିଖ ଓ ଶିରୋମଣୀ ଅକାଳୀ ଦଳର ସାଂସଦ ହରିସିମରତ କୌର ବାଦଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Comments
Post a Comment