କଟକ, ୨୩/୫:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବାର୍ଷିକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ବର୍ଗ ସଂଘ ଶିକ୍ଷା ବର୍ଗ କଟକର ଗତିରାଉତ ପାଟଣା ନିକଟସ୍ଥ କେଶବଧାମରେ ଆଜି ଉଦ୍ଘାଟିତ ହୋଇ ଯାଇଛି । ଓଡିଶା ସମେତ ପଶ୍ଚିମବଙ୍ଗ, ଆସାମ, ଆଣ୍ଡାମାନ ନିକୋବର ଆଦି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଶିକ୍ଷାଥିମାନେ ଏହି ବର୍ଗରେ ଭାଗ ନେଇଛନ୍ତି । ଏଠାରେ ଅନୁଷ୍ଠିତ ହେଉଥିବା ପ୍ରଥମ ବର୍ଷ ସାମାନ୍ୟ ସଂଘ ଶିକ୍ଷା ବର୍ଗ ରେ ୨୨୦ଜଣ, ପ୍ରଥମ ବର୍ଷ ବିଶେଷ ସଂଘ ଶିକ୍ଷା ବର୍ଗରେ ୧୦୦ ଜଣ ଓ ଦ୍ୱିତୀୟ ବର୍ଷ ସାମାନ୍ୟ ସଂଘ ଶିକ୍ଷା ବର୍ଗରେ ୧୮୦ ଜଣ , ମୋଟ ୫୦୦ ଜଣ ଶିକ୍ଷାଥି ଏବଂ ୨୦୦ ଜଣ ଶିକ୍ଷକ ଓ ପ୍ରବନ୍ଧକମାନେ ଯୋଗଦେଇଛନ୍ତି । ଏହି ବର୍ଗ ୨୧ ଦିନ ଧରି ଅନୁଷ୍ଠିତ ହେବ । ଆଇନଜୀବୀ,କୃଷକ, ଶ୍ରମିକ, ଇଂଜିନିୟର, ଡାକ୍ତର, ଶିକ୍ଷକ, ଛାତ୍ର ଆଦି ଏହି ପ୍ରଶିକ୍ଷଣ ବର୍ଗରେ ସାମିଲ ହୋଇଛନ୍ତି ।
ଏହି ପ୍ରଶିକ୍ଷଣ କୌଣସି ଡିଗ୍ରୀ ବା ପ୍ରମାଣପତ୍ର ପାଇଁ ନୁହେଁ ବରଂ ମାନବତା ନିର୍ମାଣ ପ୍ରକ୍ରିୟାର ଏହା ଏକ ଚରଣ । ସଂଘର ପ୍ରଶିକ୍ଷଣ କେବଳ ଶାରୀରିକ ବ୍ୟାୟାମ, ବୌଦ୍ଧିକ ମଧ୍ୟରେ ସୀମିତି ନୁହେଁ ବରଂ ବୈଚାରୀକ ଅଧିଷ୍ଠାନ ମଧ୍ୟ । ଏହି ବର୍ଗ ଜ୍ଞାନ ଯୋଗ, କର୍ମଯୋଗ ତଥା ଭକ୍ତିଯୋଗର ସମନ୍ୱୟ । ଏହି ବର୍ଗ ଏହା ତ୍ୟାଗମୟ ଭାବ, ସମର୍ପଣ ଭାବ ଶିଖାଏ । ୨୦ ଦିନର ଏହି ବର୍ଗରେ ସାମୁହିକ ଅନୁଶାସନର ବ୍ୟବହାରିକ ପ୍ରଶିକ୍ଷଣରେ ବିଶିଷ୍ଟ ତରଙ୍ଗ ଏବଂ ଅଦ୍ଭୁତ ଶକ୍ତିର ଅନୁଭୂତି ହୁଏ । ନିଜ ଖର୍ଚ୍ଚରେ ପ୍ରଶିକ୍ଷଣ ନେବା ସହିତ ମୋବାଇଲ ଠାରୁ ୨୦ ଦିନ ପର୍ଯ୍ୟନ୍ତ ଦୁରେଇ ରହିଥାଏ ।
୩୮ ଘଣ୍ଟା ୨୧ ମିନିଟ୍ ଦୀର୍ଘ ଭାଷଣ ଦେଇ ଗିନିସ୍ ବୁକ୍ ଅଫ୍ ୱାଲଡ୍ ରେକର୍ଡ ବିଜେତା ଓ ଆଇ.ସି.ଏ.ଆର.ର ପ୍ରିନ୍ସିପାଲ ସାଇନ୍ଟିଷ୍ଟ ପି.ବ୍ରହ୍ମାନନ୍ଦ ମୁଖ୍ୟ ଅତିଥି ରୂପେ ଓ କ୍ଷେତ୍ର ପ୍ରଚାରକ ଶ୍ରୀ ପ୍ରଦୀପ ଯୋଷୀ ମୁଖ୍ୟ ବକ୍ତା ରୂପେ ପ୍ରଥମ ବର୍ଷ ସଂଘ ଶିକ୍ଷାବର୍ଗ ଉଦ୍ଘାଟନ କରିଥଲେ । ପ୍ରଥମ ବର୍ଷ ସାମାନ୍ୟ ବର୍ଗର ପାଳକ ଅଧିକାରୀ ହେଉଛନ୍ତି ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ଶ୍ରୀ ରବିନାରାୟଣ ପଣ୍ଡା ଓ ବିଶେଷର ପାଳକ ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ଶ୍ରୀ ତନ୍ମୟ ମହାପାତ୍ର । ଚୈତନ୍ୟ ବାରିକ ହେଉଛନ୍ତି ବର୍ଗକାର୍ଯ୍ୟବାହ ।
ସେହି ପରି ଦ୍ୱିତୀୟ ବର୍ଷ ସାମାନ୍ୟ ସଂଘଶିକ୍ଷା ବର୍ଗକୁ ପଦ୍ମଶ୍ରୀ ଡ. ପ୍ରକାଶ ରାଓ ମୁଖ୍ୟ ଅତିଥି ଓ ଅଖିଳ ଭାରତୀୟ ସହ ପ୍ରଚାରକ ପ୍ରମୁଖ ଶ୍ରୀ ଅଦ୍ୱୈତ ଚରଣ ଦତ୍ତ ମୁଖ୍ୟବକ୍ତା ରୂପେ ଯୋଗଦେଇ ବର୍ଗକୁ ଉଦ୍ଘାଟନ କରିଥିଲେ । ଏହି ବର୍ଗର ପାଳକ ଅଧିକାରୀ ହେଉଛନ୍ତି ରମାପଦ ନନ୍ଦ । ପ୍ରଭାତ ସାହୁ ଏହି ବର୍ଗର କାର୍ଯ୍ୟବାହ ଅଛନ୍ତି ।
Comments
Post a Comment